Advertisment

Aadhaar Card: WhatsAppରେ ସହଜରେ ଆଧାର କାର୍ଡ ଡାଉନଲୋଡ୍; ଜାଣନ୍ତୁ କେମିତି?

ଆଧାର କାର୍ଡ ଡାଉନଲୋଡ୍ କରିବାକୁ ଆଉ କୁଆଡେ ଯିବାକୁ ପଡିବନି। ଆପଣ ଘରେ ବସି ଏହା କରିପାରିବେ। ଏହି ଡକ୍ୟୁମେଣ୍ଟକୁ ଆପଣ WhatsAppରୁ ଖୁବ୍ ସହଜରେ ଡାଉନଲୋଡ୍ କରିପାରିବେ।

adhar card

adhar card

Advertisment

ଆଧାର କାର୍ଡ ଡାଉନଲୋଡ୍ କରିବାକୁ ଆଉ କୁଆଡେ ଯିବାକୁ ପଡିବନି। ଆପଣ ଘରେ ବସି ଏହା କରିପାରିବେ। ଏହି ଡକ୍ୟୁମେଣ୍ଟକୁ ଆପଣ WhatsAppରୁ ଖୁବ୍ ସହଜରେ ଡାଉନଲୋଡ୍ କରିପାରିବେ। ଏହା ସେତେବେଳେ ବେଶି ଜରୁରୀ ହେବ ଯେତେବେଳେ ଆପଣ କୁଆଡେ ବାହାରକୁ ଯାଇଛନ୍ତି ଆଉ ଆପଣଙ୍କର ଆଧାର କାର୍ଡ ଦରକାର ପଡୁଛି କିନ୍ତୁ ପାଖରେ ନାହିଁ। ଏହି ଉପାୟ ଜାଣିବା ପରେ, ଆପଣଙ୍କୁ ଆଉ ଘରକୁ ଫୋନ୍ କରି ଆଧାର କାର୍ଡର ଫଟୋ WhatsApp କରିବାକୁ ପଡିବ ନାହିଁ।

Advertisment

ତେବେ WhatsAppରୁ ଆଧାର କାର୍ଡ ଡାଉନଲୋଡ କରିବା ପାଇଁ, ଆପଣଙ୍କୁ ଡିଜିଲକରରେ ଏକ ଆକାଉଣ୍ଟ ତିଆରି କରିବାକୁ ପଡିବ। ନ ହେଲେ, ଆପଣ WhatsAppରେ ଆପଣଙ୍କର ଡକ୍ୟୁମେଣ୍ଟ ଡାଉନଲୋଡ କରିପାରିବେ ନାହିଁ। ଆପଣ WhatsApp ଜରିଆରେ ମଧ୍ୟ ଡିଜିଲକର ଆକ୍ସେସ୍ କରିପାରିବେ। ଏହା ପରେ, ଆପଣଙ୍କୁ ଆଧାର କାର୍ଡ ପାଇଁ UIDAI ୱେବ୍‌ସାଇଟ୍ କିମ୍ବା ଆପ୍ ବ୍ୟବହାର କରିବାକୁ ପଡିବ ନାହିଁ।

ଏହା କରିବାକୁ ହେଲେ ପ୍ରଥମେ, ଆପଣଙ୍କ ମୋବାଇଲରେ MyGov Helpdeskର ଅଫିସିଆଲ୍ WhatsApp ନମ୍ବର +91-9013151515 ସେଭ୍ କରନ୍ତୁ। ଏହା ପରେ, WhatsApp ରୁ ଏହି ନମ୍ବରକୁ ଯାଆନ୍ତୁ ଏବଂ Hi ମେସେଜ୍ ପଠାନ୍ତୁ। ଏବେ ଚାଟ୍‌ବଟ୍ ଆପଣଙ୍କୁ ଉତ୍ତର ଦେବା ଆରମ୍ଭ କରିବ। ଆପଣ ଚାଟ୍‌ବଟ୍‌ର ଉତ୍ତରରେ ଅନେକ ଅପସନ୍ ପାଇବେ।

Advertisment

ଏଥୁରୁ ଡିଜିଲକର ସର୍ଭିସ୍ ସେଲେକ୍ଟ୍ କରନ୍ତୁ। ଏହାପରେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଲେଖନ୍ତୁ। ଏବେ, ଆପଣଙ୍କ ଫୋନକୁ ଏକ OTP ଆସିବ। ଏହାକୁ ଏହି ଚାଟ୍‌ରେ ଟାଇପ୍ କରନ୍ତୁ।

ଯାଞ୍ଚ ପରେ, ଡିଜିଲକର୍‌ରେ ସେଭ୍ ଥିବା ଆପଣଙ୍କର ସମସ୍ତ ଡକ୍ୟୁମେଣ୍ଟ ଆସିଯିବ। ଏଠାରେ ଆଧାର କାର୍ଡ ସିଲେକ୍ଟ କଲେ ଏହା WhatsAppରେ ଆସିଯିବ। ଆପଣ ଏଠାରୁ ଏହାକୁ ଡାଉନଲୋଡ୍ କରିପାରିବେ।

Advertisment
WhatsApp Aadhaar Card Download
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ