Advertisment

CAA ପାଇଁ କିପରି କରିବାକୁ ହେବ ଆବେଦନ, କ’ଣ ରହିଛି ପ୍ରଣାଳୀ; ଜାଣନ୍ତୁ..

ସିଏଏ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ନାଗରିକତା ସଂଶୋଧନ ଆଇନ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ୨୦୧୯ ଡିସେମ୍ବରରେ ସଂସଦରେ ପାସ୍ ହୋଇଥିଲା ଏହି CAA । ଏହା ଲାଗୁ ହେବା ପରେ ଅଣମୁସଲିମ୍ ଶରଣାର୍ଥୀଙ୍କୁ ମିଳିବ ଭାରତୀୟ ନାଗରିକତା ।

ଅଦ୍ୟତନ ହୋଇଛି
How To Apply Citizenship Under CAA

Citizenship (Amendment) Act

Advertisment

ସିଏଏ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ନାଗରିକତା ସଂଶୋଧନ ଆଇନ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ୨୦୧୯ ଡିସେମ୍ବରରେ ସଂସଦରେ ପାସ୍ ହୋଇଥିଲା ଏହି CAA । ଏହା ଲାଗୁ ହେବା ପରେ ଅଣମୁସଲିମ୍ ଶରଣାର୍ଥୀଙ୍କୁ ମିଳିବ ଭାରତୀୟ ନାଗରିକତା । ସେଥିମଧ୍ୟରେ ୩ ପଡ଼ୋଶୀ ଦେଶର ଶରଣାର୍ଥୀଙ୍କୁ ମିଳିବ ନାଗରିକତ୍ୱ ।

Advertisment

୩ ପଡ଼ୋଶୀ ଦେଶର ଅଣମୁସଲିମ ଶରଣାର୍ଥୀ ଉପକୃତ ହେବେ । ୩ ପଡ଼ୋଶୀ ଦେଶ ହେଲେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ । ୨୦୧୪ ପୂର୍ବରୁ ଶରଣ ନେଇଥିବା ଲୋକଙ୍କୁ ମିଳିବ ସୁବିଧା । ପ୍ରାୟ ୩୦ ହଜାର ଶରଣାର୍ଥୀ ଉପକୃତ ହୋଇପାରିବେ ବୋଲି କୁହାଯାଉଛି । ସିଏଏ ଅର୍ଥ ହେଉଛି ସିଟିଜେନ୍ ସିପ୍ ଆମେଣ୍ଡମେଣ୍ଟ ଆକ୍ଟ ।

କେଉଁମାନଙ୍କୁ ମିଳିବ ସିଏଏ ?

ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସି ଏବଂ ଖ୍ରୀଷ୍ଟିଆନଙ୍କୁ ମିଳିବ ନାଗରିକତା । ଏହା ସହ ଆଫଗାନିସ୍ତାନ, ପାକିସ୍ଥାନ ଏବଂ ବାଂଲାଦେଶର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବ୍ୟକ୍ତିମାନେ ଡିସେମ୍ବର ୩୧, ୨୦୧୪ ପୂର୍ବରୁ କିମ୍ବା ପୂର୍ବରୁ ଭାରତରେ ପ୍ରବେଶ କରିଥିଲେ CAA ଅଧୀନରେ ନାଗରିକତ୍ୱ ପାଇପାରିବେ ।

Advertisment

କିପରି ଆବେଦନ କରିବେ ?

ଭାରତୀୟ ନାଗରିକତା ପାଇଁ https://indiancitizenshiponline.nic.in ରେ ଯାଇ ଅନଲାଇନ ଦ୍ୱାରା ଆବେଦନ କରି ପାରିବେ । ଏହା ସହ ଏକ ମୋବାଇଲ୍ ଆପ୍ଲିକେସନ୍ ମଧ୍ୟ ରହିଛି । ବିଭିନ୍ନ ପ୍ରକାର ବର୍ଗରେ ଲୋକେ ଆବେଦନ କରିପାରିବେ । ଯେପରି, ପିତାମାତା ସ୍ୱାଧୀନ ଭାରତର ନାଗରିକ ହୋଇଥିଲେ, କୌଣସି ଭାରତୀୟ ନାଗରିକତା ଥିବା ବ୍ୟକ୍ତିଙ୍କୁ ବିବାହ କରିଥିଲେ, ବ୍ୟକ୍ତିଜଣକ ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ କାର୍ଡହୋଲ୍ଡର ଥିଲେ, ଏହିପରି କାରଣଗୁଡ଼ିକ ଥିଲେ ବ୍ୟକ୍ତି ଜଣକ ଆବେଦନ କରିପାରିବେ ।

କେଉଁ କେଉଁ ଡକ୍ୟୁମେଣ୍ଟ୍ ଆବଶ୍ୟକ ?

CAA ଅଧୀନରେ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିବା ପାଇଁ ଆବେଦନକାରୀ ନିମ୍ନଲିଖିତ ଯେକୌଣସି ଦଲିଲ ଦାଖଲ କରିପାରିବେ: (i) ଆଫଗାନିସ୍ତାନ, ବାଂଲାଦେଶ କିମ୍ବା ପାକିସ୍ତାନ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପାସପୋର୍ଟର ନକଲ (ii) ଏହି ଦେଶଗୁଡିକରେ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଜନ୍ମ ପ୍ରମାଣପତ୍ର (iii) ଆଫଗାନିସ୍ତାନ, ବାଂଲାଦେଶ କିମ୍ବା ପାକିସ୍ତାନର ଯେକୌଣସି ବିଦ୍ୟାଳୟ / କଲେଜ / ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ଶିକ୍ଷା ପ୍ରମାଣପତ୍ର (iv) ଏହି ଦେଶରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଯେକୌଣସି ପରିଚୟ ପତ୍ର (v) ଏହି ତିନୋଟି ଦେଶରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଲାଇସେନ୍ସ (vii) ଏହି ଦେଶଗୁଡିକରେ ଜମି ରେକର୍ଡ (viii) ଆବେଦନକାରୀଙ୍କ ପିତାମାତା, ଜେଜେ, କିମ୍ବା ଅଣଜେଜେ ଯଦି ଭାରତର ନାଗରିକ ଥିବେ, ତେବେ ତା’ର ପ୍ରାମାଣିକ ଦଲିଲ୍ । ଏହା ସହ ଆବେଦନକାରୀଙ୍କୁ ଏହା ମଧ୍ୟ ପ୍ରମାଣ କରିବାକୁ ପଡିବ ଯେ ସେ ଡିସେମ୍ବର ୩୧, ୨୦୧୪ ପୂର୍ବରୁ ଭାରତରେ ପ୍ରବେଶ କରିଛନ୍ତି ।

Advertisment

ନାଗରିକତା ପ୍ରମାଣପତ୍ର କିପରି ଦିଆଯିବ?

ଆବେଦନକାରୀଙ୍କୁ ଏକ ଡିଜିଟାଲ ସାର୍ଟିଫିକେଟ୍ ଦିଆଯିବ । ଏହି ସାର୍ଟିଫିକେଟ୍ ସଂପୃକ୍ତ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳର ଜନଗଣନା କାର୍ଯ୍ୟାଳୟରୁ ସଂଗ୍ରହ କରିବାକୁ ପଡିବ । ଭାରତରେ ପ୍ରବେଶ କରିବା ଦିନଠାରୁ ଆବେଦନକାରୀ ଭାରତୀୟ ନାଗରିକ ଭାବରେ ବିବେଚିତ ହେବେ ।

କେତେ ଟଙ୍କା ଦେବାକୁ ପଡ଼ିବ?

ଆବେଦନ ପାଇଁ ₹୫୦ ର ଦେୟ ଅନଲାଇନରେ ଦେବାକୁ ପଡ଼ିବ । ଏହା ଛଡ଼ା ଅନ୍ୟ କୌଣସି ମଧ୍ୟ ଦେୟ ଦେବାକୁ ପଡ଼ିବନାହିଁ ।

Indian Citizenship Citizen Amendment Act
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ