Advertisment

ଡାଟା ପ୍ରୋଟେକ୍ସନ ବିଲ୍‌କୁ ନେଇ ଦ୍ୱନ୍ଦ୍ୱ ! ଅଶ୍ୱିନୀ କହିଲେ ସ୍ୱାଧୀନତାରେ ଆସିବନି ଆଞ୍ଚ୍

ଅସ୍ପଷ୍ଟ ଓ ସନ୍ଦେହଜନକ ଦର୍ଶାଇ ହେବନି ତ ଡାଟା ସେନସର ? ତଥ୍ୟ ଅପବ୍ୟବହାର କଲେ କଂପାନୀ ଦେବେ ମୋଟା ଅଙ୍କର ଫାଇନ୍ ।

ଅଦ୍ୟତନ ହୋଇଛି
undefined

Digital

Advertisment

ଏଣିକି ସୁରକ୍ଷିତ ରହିବ ଆପଣଙ୍କ ଡିଜିଟାଲ୍ ଡାଟା । ଡାଟା ଲିକକୁ ରୋକିବ ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ୍ । କିନ୍ତୁ କାର୍ଯ୍ୟକାରିତାକୁ ନେଇ ଦ୍ୱନ୍ଦ୍ୱ । କେଉଁଠି ସମର୍ଥନ ତ କେଉଁଠି ବିରୋଧ । ସ୍ମାର୍ଟ ଫୋନ ଆଉ ଇଣ୍ଟରନେଟ ମାଧ୍ୟମରେ ତଥ୍ୟ ଚୋରି ରୋକିବାକୁ ପ୍ରଣୟନ ହୋଇଛି ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ୍ ।

Advertisment

ଏହା ଅନୁସାରେ ଯଦି କୌଣସି ପ୍ଲାଟଫର୍ମ ଏବଂ ଆପ୍ କୌଣସି ତଥ୍ୟ ନେଉଛି ତେବେ ଏହା ନିୟମ ଅନୁଯାୟୀ ନେବ। ଯେଉଁ ଉଦ୍ଦେଶ୍ୟରେ ଏହି ଡାଟା ନିଆଯିବ କେବଳ ସେହି ଉଦ୍ଦେଶ୍ୟରେ ହିଁ ଏହାକୁ ବ୍ୟବହାର କରାଯିବ। ଯଦି କୌଣସି କାମ ପାଇଁ ତଥ୍ୟ ନିଆଯାଉଛି ତେବେ ଯେତିକି ଆବଶ୍ୟକ, କେବଳ ସେତିକି ତଥ୍ୟ ହିଁ କମ୍ପାନୀ ନେଇପାରିବ। ଯେତିକି ସମୟ ପାଇଁ ଏହି ଡାଟାର ଆବଶ୍ୟକତା ରହିଛି ସେତିକି ସମୟ ହିଁ ଡାଟା ରଖିବ, ତା ଠାରୁ ଅଧିକ ସମୟ ରଖିପାରିବନି।

ଡାଟା ନେବା ପରେ ଏହା କିଭଳି ସୁରକ୍ଷିତ ରହିବ ତାହା ସଂପୃକ୍ତ ସଂସ୍ଥା ବୁଝିବ। ସମ୍ବିଧାନରେ ଯେତିକି ଭାଷା ରହିଛି ସେସବୁ ଭାଷାରେ କଂପାନୀଗୁଡ଼ିକ ଆପଣଙ୍କଠାରୁ ଅନୁମତି ନେବେ । ଯଦି ଆପଣ ଓଡ଼ିଆ, ତେବେ ଓଡ଼ିଆରେ ଅନୁମତି ନେବ ଡାଟା ନେଉଥିବା କମ୍ପାନୀ। ନିୟମ ଅନୁଯାୟୀ ସରକାର ଡାଟା ପ୍ରୋଟେକସନ୍ ବୋର୍ଡ ଗଠନ କରିବେ। ଯଦି ଆପଣଙ୍କ ତଥ୍ୟର କିଏ ଅପବ୍ୟବହାର କରେ ତେବେ ମୋଟା ଅଙ୍କର ଫାଇନ ବ୍ୟବସ୍ଥା ରହିଛି ଏହି ଆଇନରେ।

Advertisment

ଅନ୍ୟପଟେ ଏହି ଆଇନ୍‌କୁ ନେଇ ଆପତ୍ତି ଉଠାଇଛନ୍ତି ସୂଚନା ଅଧିକାର କର୍ମୀ ଏବଂ ସାମ୍ୱାଦିକ। ଏଡିଟର୍ସ ଗିଲଡ୍ ଅଫ୍ ଇଣ୍ଡିଆ ଏହାକୁ ନେଇ ଅନେକ ଆପତ୍ତି ଉଠାଇଛି। କହିଛି ଏହା ଗଣମାଧ୍ୟମର ସ୍ୱାଧୀନତା ଉପରେ ପ୍ରଭାବ ପକାଇବ। କ୍ଲଜ୍ 37 1-B ସାଧାରଣ ଲୋକଙ୍କ ହିତ କଥା ଉଠାଇ କୌଣସି ତଥ୍ୟ ଅସ୍ପଷ୍ଟ ଏବଂ ଏହା ସନ୍ଦେହଜନକ ଦର୍ଶାଇ ଡାଟା ସେନ୍ସର କରିପାରେ । ସେହିପରି ଏହି ଆଇନ ଦ୍ୱାରା ସୂଚନା ଅଧିକାର ନିୟମ ଦୁର୍ବଳ ହେଉଥିବା ସୂଚନା ଅଧିକାର କର୍ମୀମାନେ ଅଭିଯୋଗ କରିଛନ୍ତି ।

ତେବେ ଆଇଟି ମନ୍ତ୍ରୀଙ୍କ କହିବା କଥା ବିଲ୍ ଟି ଯେତେବେଳେ ଡ୍ରାଫ୍ଟ ଷ୍ଟେଜରେ ଥିଲା ସେତେବେଳେ ୪୮ ସଙ୍ଗଠନ ଏବଂ ୩୯ଟି ବିଭାଗ ଏନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏ ସଂପର୍କରେ ୨୪ ହଜାର ପରାମର୍ଶ ଆସିଥିଲା ବୋଲି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

Advertisment

ଆଧାର କାର୍ଡ, ଭୋଟର ଆଇକାର୍ଡ, ପାନ୍ କାର୍ଡ, ଅନଲାଇନରେ କିଣାକିଣି, ବାୟୋମ୍ୟାଟ୍ରିକ୍, ଅନଲାଇନ୍ ପଲିଟିକାଲ ଓପିନିୟନ ଏ ସବୁକୁ ଡିଜିଟାଲ ଡାଟା କୁହାଯାଏ । ବିଭିନ୍ନ ଆପ୍ ଜରିଆରେ ଆପଣଙ୍କର ଏସବୁ ବ୍ୟକ୍ତିଗତ ତଥ୍ୟକୁ ଚୋରି କରିନେଉଛନ୍ତି ବିଭିନ୍ନ କଂପାନୀ। ଏମିତି କି ଇଣ୍ଟରନେଟ ବ୍ୟାଙ୍କିଂ ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ସଂପର୍କିତ ତଥ୍ୟ ଏବଂ ସ୍ମାର୍ଟ ଓ୍ୱାଚ୍‌ ମାଧ୍ୟମରେ ବି ଆପଣଙ୍କ ସ୍ୱାସ୍ଥ୍ୟ ସଂପର୍କିତ ଡାଟା ଚୋରି ହେଉଛି।

ଅନେକ ସମୟରେ କିଛି କମ୍ପାନୀ ମୋଟା ଅଙ୍କ ଦେଇ ବ୍ୟକ୍ତିବିଶେଷଙ୍କ ତଥ୍ୟ କିଣୁଥିବା ଅଭିଯୋଗ ହୁଏ । ଏହି ଡାଟାକୁ ନେଇ କମ୍ପାନୀମାନେ ବିଜ୍ଞାପନ ପ୍ରସ୍ତୁତ କରି ଲୋକଙ୍କୁ ଟାର୍ଗେଟ କରନ୍ତି। ତେବେ ନୂଆ ଆଇନ ଆସିବା ପରେ ଡାଟା ଲିକରେ କେତେ ଲଗାମ ଲାଗୁଛି ଦେଖିବାର କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ