Advertisment

ରାତି ପାହିଲେ ବାରଣାସୀରେ ଆରମ୍ଭ ହେବ ଗ୍ରାଣ୍ଡ୍ ସେଲିବ୍ରେସନ

ଏଣିକି କାଶୀ ବିଶ୍ୱନାଥ ମନ୍ଦିରରୁ ସିଧାସଳଖ ଗଙ୍ଗା ନଦୀ ଯାଏ ଶ୍ରଦ୍ଧାଳୁ ଯାଇପାରିବେ।

Kashi Vishwanath Corridor

Kashi Vishwanath Corridor

Advertisment

ଲକ୍ଷ୍ନୌ: ଦିବ୍ୟ କାଶୀ, ଭବ୍ୟ କାଶୀ। ବହୁ ପ୍ରତିକ୍ଷିତ ବାରଣାସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ କରିଡର୍ ଶୁଭାରମ୍ଭ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ୍। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବହୁ ପ୍ରତିକ୍ଷିତ ପ୍ରକଳ୍ପର ଲୋକାର୍ପଣ କରିବେ। ଏଥିପାଇଁ ସଜେଇ ହୋଇଛି ବାରଣାସୀ ସହର। ଅଯୋଧ୍ୟାରେ ଦୀପାବଳି ପର୍ବ ପାଳନ ଭଳି ଏଠି ବି ହେବ ଗ୍ରାଣ୍ଡ ସେଲିବ୍ରେସନ୍। 

Advertisment

ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ଡ୍ରିମ୍ ପ୍ରକଳ୍ପ। ୨୦୧୪ ନିର୍ବାଚନରେ ଏହାକୁ ମୁଖ୍ୟ ପ୍ରସଙ୍ଗ କରାଯାଇଥିଲା। ଏଣିକି କାଶୀ ବିଶ୍ୱନାଥ ମନ୍ଦିରରୁ ସିଧାସଳଖ ଗଙ୍ଗା ନଦୀ ଯାଏ ଶ୍ରଦ୍ଧାଳୁ ଯାଇପାରିବେ। ୫ ହଜାର ହେର ଜମିରେ ୮ଶହ  କୋଟି ଟଙ୍କା ଖର୍ଚ୍ଚରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି।

ମନ୍ଦିର ଆଖପାଖ ଅଞ୍ଚଳରେ ଥିବା ଶହ ଶହ ଘର ଓ ବଜାରକୁ ହଟାଯାଇଛି। କାଶୀ ବିଶ୍ୱନାଥ ମନ୍ଦିର ପାଖରେ ଏକାଧିକ ଛକ, ଫଟୋ ଗ୍ୟାଲେରୀ, ମୁଜିୟମ୍, ଅଡିଟୋରିୟମ୍, ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିବ। ଏହାସହ କାଶୀ ବିଶ୍ୱନାଥ ମନ୍ଦିର ଛକରେ ମରାଠା ରାଣୀ ମହାରାଣୀ ଅହଲ୍ୟାବାଇ ହୋଲକରଙ୍କ ପ୍ରତିମୂର୍ତ୍ତି ବି ରହିଛି। କାଶୀ ବିଶ୍ୱନାଥ ମନ୍ଦିରକୁ ଏହା ଅହଲ୍ୟାବାଇ ହିଁ ପୁନଃ ନିର୍ମାଣ କରିଥିଲେ। 

Advertisment
Uttar Pradesh Kashi Vishwanath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ