Advertisment

ସୂର୍ଯ୍ୟ ତିଳକର ଦିବ୍ୟ ମୁହୂର୍ତ୍ତକୁ ଲାଇଭ୍‌ ଦେଖିବା ମୋ ପାଇଁ ସୌଭାଗ୍ୟ : ମୋଦି

ସାଧାରଣ ସଭାରେ ସମ୍ବୋଧିତ କରିବା ପରେ ଏହି ଦିବ୍ୟ ମୁହୂର୍ତ୍ତକୁ ଦେଖିବା ସୌଭାଗ୍ୟ ମୋତେ ପ୍ରାପ୍ତ ହେଲା ବୋଲି କହିଲେ ମୋଦି ।

ଅଦ୍ୟତନ ହୋଇଛି
PM Narendra Modi On Surya Tilak

Narendra Modi

Advertisment

ସାରା ଦେଶରେ ରାମ ନବମୀକୁ ବଡ଼ ଉତ୍ସାହର ସହ ପାଳନ କରାଯାଉଛି । ଏଭଳି ପରିସ୍ଥିତିରେ ଅଯୋଧ୍ୟାରେ ପ୍ରଥମ ଥର ପାଇଁ ରାମଲାଲାଙ୍କୁ ସୂର୍ଯ୍ୟ ତିଳକରେ ଅଭିଷେକ କରାଯାଇଛି । ସାରା ବିଶ୍ୱରେ ଥିବା ରାମ ଭକ୍ତମାନେ ଏହି ଦିବ୍ୟ ମୁହୂର୍ତ୍ତର ସାକ୍ଷୀ । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଦିବ୍ୟ ମୁହୂର୍ତ୍ତକୁ ଦେଖିବାର ସୁଯୋଗ ହାତଛଡ଼ା କରିନାହାନ୍ତି ।

Advertisment

ପ୍ରଧାନମନ୍ତ୍ରୀ ମୋଦି ଏବେ ଆସାମର ନାଲବାଡ଼ିରେ ଅଛନ୍ତି । ଆଉ ସେଠାରେ ସାଧାରଣସଭାରେ ସମ୍ବୋଧିତ କରିବା ପରେ ହେଲିକପ୍ଟରରେ ଯାତ୍ରା କରୁଥିବାବେଳେ ଅନ୍‌ଲାଇନ୍‌ରେ ସେ ଅଯୋଧ୍ୟାରେ ରାମ ଲାଲାଙ୍କ ସୂର୍ଯ୍ୟ ତିଳକ ଅଭିଷେକର ଦୃଶ୍ୟ ଦେଖିଥିଲେ। ଏହି ସମୟର ଏକ ଭିଡିଓକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଆଉ ଲେଖିଛନ୍ତି ସାଧାରଣ ସଭାରେ ସମ୍ବୋଧିତ କରିବା ପରେ ଏତି ଦିବ୍ୟ ମୁହୂର୍ତ୍ତକୁ ଦେଖିବା ସୌଭାଗ୍ୟ ମୋତେ ପ୍ରାପ୍ତ ହେଲା ।

ଅଧିକ ପଢ଼ନ୍ତୁ: ବାଲୁକା କଳାରେ ରାମ ନବମୀର ଶୁଭେଚ୍ଛା; ପୁରୀ ବେଳାଭୂମିରେ ଶହଶହ ପର୍ଯ୍ୟଟକଙ୍କ ଭିଡ଼

Advertisment

ସେ କହିଛନ୍ତି ଯେ ଶ୍ରୀରାମ ଜନ୍ମଭୂମିର ଏହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ । ଏହି ସୂର୍ଯ୍ୟ ତିଳକ ବିକଶିତ ଭାରତର ପ୍ରତ୍ୟେକ ସଂକଳ୍ପକୁ ନିଜର ଦିବ୍ୟ ଶକ୍ତି ଭଳି ଆଲୋକିତ କରିବ।

Advertisment

ଏହି ଅଦ୍ଭୁତ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ସେ ଦେଶ ତଥା ବିଶ୍ୱରେ କୋଣ ଅନୁକୋଣରେ ଥିବା ରାମ ଭକ୍ତମାନଙ୍କୁ ଆହ୍ୱାନ କରିଛନ୍ତି । ବିଶ୍ୱାସ ଏବଂ ବିଜ୍ଞାନର ମିଳନ ମାଧ୍ୟମରେ ଦିନ ୧୨.୧୬ରେ ଶ୍ରୀରାମଙ୍କ ସୂର୍ଯ୍ୟ ଅଭିଷେକ କରାଯାଇଛି । ରାମଲାଲାଙ୍କ ସୂର୍ଯ୍ୟ ଅଭିଷେକର ଏହି ଦିବ୍ୟ ଦୃଶ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା । ମନ୍ତ୍ର ଧ୍ୱନୀରେ କମ୍ପୁଥିଲା ମନ୍ଦିର ପରିସର । ଆଉ ଏହାରି ମଧ୍ୟରେ ସୂର୍ଯ୍ୟଙ୍କ କିରଣ ଆସି ପଡ଼ିଲା ଶ୍ରୀରାମଙ୍କ ମଥାରେ ।

ତାପରେ ଗର୍ଭ ଗୃହରେ ଦିବ୍ୟ ରୂପରେ ଝଲସିଛନ୍ତି ପ୍ରଭୁ ଶ୍ରୀରାମ । ଶ୍ରୀବିଗ୍ରହଙ୍କ ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ ସୂର୍ଯ୍ୟଙ୍କ କିରଣରେ ଉଦଭାସିତ ହୋଇଥିଲା । ପ୍ରଭୁ ରାମଲାଲାଙ୍କ ସୂର୍ଯ୍ୟ ତିଳକ ଦେଖିବାକୁ ରାମନବମୀ ଅବସରରେ ଅଯୋଧ୍ୟାରେ ହୋଇଛି ପ୍ରବଳ ଭକ୍ତଙ୍କ ଭିଡ଼ ।

ରାମଲାଲାଙ୍କ ମସ୍ତକରେ ସୂର୍ଯ୍ୟ ତିଳକ ଦୃଶ୍ୟମାନ ହେଲା ପରେ ଭକ୍ତ ମହଲରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି। ରାମ ନଗରୀ ଅଯୋଧ୍ୟା ପାଇଁ ଚଳିତ ବର୍ଷ ରାମନବମୀ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପାଲଟିଛି । ପ୍ରଥମ ଥର ପ୍ରଭୁ ରାମଙ୍କର ୫ ବର୍ଷର ବାଳକ ସ୍ୱରୂପଙ୍କ ମଥାରେ ସୂର୍ଯ୍ୟ ତିଳକ ଲାଗିଛି । ସୂର୍ଯ୍ୟୋଭିଷେକ ପାଇଁ ଅନେକ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ତେବେ ସବୁଠାରୁ ବଡ଼ କଥା ହେଉଛି ବିନା ବିଜୁଳି ଓ ବ୍ୟାଟେରୀରେ ଲାଗିଛି ସୂର୍ଯ୍ୟ ତିଳକ । ଆସନ୍ତୁ ଜାଣିବା କେମିତି ଏହା ହେଲା ସମ୍ଭବ...

ରାମନବମୀରେ ମନ୍ଦିର ଗର୍ଭଗୃହକୁ ଉଦ୍ଭାସିତ କରିଛି ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ । ଏଥିପାଇଁ ରାମ ମନ୍ଦିରରେ ସୂର୍ଯ୍ୟ ତିଳକ ପ୍ରକ୍ରିୟାର ଟ୍ରାଏଲ୍ ବା ପୂର୍ବାଭ୍ୟାସ କରିଥିଲା ସେଣ୍ଟ୍ରାଲ୍ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (CBRI) ରୁରକିର ବୈଜ୍ଞାନିକ ଟିମ୍‌ । ବିଗ୍ରହକୁ ଚାଦର ଘୋଡ଼ାଇ ନିର୍ଭୁଲ୍ ମାପଚୁପ କରି ଯନ୍ତ୍ରପାତି ଖଞ୍ଜାଯାଇଥିଲା ।

ସୂଚନା ଅନୁସାରେ, ଏହି ଅପ୍ଟି-ମେକାନିକାଲ୍ ସିଷ୍ଟମରେ ସୂର୍ଯ୍ୟାଲୋକକୁ ଗର୍ଭଗୃହ ଯାଏଁ ପଠାଇବାକୁ, ତୃତୀୟ ମହଲା ଉପରେ ଏକ ବଡ଼ ରିଫ୍ଲେକ୍ଟର ବକ୍ସ ଲାଗିଛି । ପ୍ରତି ସେକେଣ୍ଡରେ ପୃଥିବୀର ଚଳନ ଅନୁସାରେ ଦର୍ପଣ ଓ ଲେନ୍ସର ଦିଗ ବଦଳାଇବାକୁ ୧୯ଟି ଗିୟର ଲାଗିଛି । ଏହା ବିନା ବିଜୁଳିରେ କାମ କରିପାରିବ । ସେଠାରୁ ସୂର୍ଯ୍ୟ କିରଣ ପିତ୍ତଳ ଅଥବା ଅଷ୍ଟଧାତୁ ପାଇପ ଭିତରେ ୨ଟି ଦର୍ପଣ ଓ ୩ଟି ଲେନ୍ସ ଦେଇ ଗର୍ଭଗୃହ ଯାଏଁ ଆସିବ ।

ମଧ୍ୟାହ୍ନ ଆକାଶରେ ସୂର୍ଯ୍ୟ ଯେତେବେଳେ ଠିକ୍ ମୁଣ୍ଡ ଉପରେ ଥିବେ, ସେତେବେଳେ ଦିବ୍ୟ ଆଭା ପ୍ରତିଫଳିତ ହେବ ବାଲକ ରାମଙ୍କ ଲଲାଟ ମଧ୍ୟସ୍ଥଳରେ । ଏହି ଅଲୌକିକ ଦୃଶ୍ୟ ପୂରା ଅଯୋଧ୍ୟା ନଗରୀରେ ଶହେ ଏଲଇଡି ସ୍କ୍ରିନ ଦ୍ୱାରା ପ୍ରଦର୍ଶିତ ହୋଇଛି ।

PM Narendra Modi Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ