Advertisment

କେମିତି ଭୁଶୁଡ଼ିଲା ଟନେଲ ? କ’ଣ ଥିଲା କାରଣ ? ପୁରା ଘଟଣାର ହେବ ସେଫ୍‌ଟି ଅଡିଟ୍

ନଭେମ୍ବର ୧୨ରେ ସମଗ୍ର ଦେଶ ଦୀପାବଳି ମନାଉଥିବା ବେଳେ ଉତ୍ତରକାଶୀର ଏହି ନିର୍ମାଣାଧୀନ ଟନେଲ ଭୁଶୁଡି ପଡିଥିଲା, ଯେଉଁଥିରେ ଫସି ଯାଇଥିଲେ ୪୧ ଜଣ ଶ୍ରମିକ।

ଅଦ୍ୟତନ ହୋଇଛି
Nitin Gadkari

Nitin Gadkari

Advertisment

ଟନେଲ୍ ଦୁର୍ଘଟଣାର ହେବ ଅଡିଟ୍ । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏହି ଘଟଣା ଅନେକ କିଛି ଶିଖାଇଛି । ଏହାର ସେଫଟି ଅଡିଟ୍ କରାଯିବ । ଘଟଣା କିପରି ଘଟିଲା ଅନୁଧ୍ୟାନ ହେବ । ଟନେଲ୍ କାମରେ ଅଧିକ ଗୁରୁତ୍ୱ ଦିଆଯିବ । ସମସ୍ତେ ରାତି ଦିନ କାମ କରିଛନ୍ତି । ଏଭଳି ପ୍ରଥମ ଥର ପାଇଁ ଘଟିଛି । ଆଗକୁ ଯେପରି ଏମିତି ହେବନି ଧ୍ୟାନ ଦେବାକୁ ହେବ ବୋଲି କହିଛନ୍ତି ନୀତିନ ଗଡ଼କରୀ ।

Advertisment

ଏହାସହ ୧୭ ଦିନ ପରେ ଟନେଲ ଭିତରୁ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେନେଇ ଖୁସି ବ୍ୟକ୍ତ କରିଛନ୍ତି ନୀତିନ ଗଡ଼କରୀ । ଉଦ୍ଧାର ଶ୍ରମିକଙ୍କୁ ଶୁଭକାମନା ଓ ଶୁଭେଚ୍ଛା ଜଣାଇବା ସହ ଉଦ୍ଧାର କାର୍ଯ୍ୟରେ ସାମିଲ ସମସ୍ତ ଏଜେନ୍ସିକୁ ଧନ୍ୟବାଦ ଜଣାଇଛନ୍ତି ଗଡ଼କରୀ ।

ତେବେ ୧୭ ଦିନ ବା ୪ଶହ ଘଣ୍ଟାରୁ ଅଧକ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ଅନ୍ଧାରୀ ଟନେଲରୁ ଫେରିଛି ଜୀବନ । ସନ୍ଧ୍ୟା ୭ଟା ୫ରେ ସେମାନଙ୍କ ପାଖରେ ରେସ୍କ୍ୟୁ ପାଇପ୍ ପହଞ୍ଚିଥିଲା । ତାପରେ ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ କରାଯାଇଛି ଉଦ୍ଧାର । ଏହାସହ ଉତ୍ତରକାଶୀ ସିଲକ୍ୟାରା ଟନେଲ ଭିତରୁ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ବାହାରକୁ ଅଣାଯାଇଥିଲା । ତାପରେ ପୁଣି ୪ ଜଣ ଉଦ୍ଧାର । ଏହିଭଳି ଭାବେ ଜଣକ ପରେ ଜଣଙ୍କୁ କରାଯାଇଛି ଉଦ୍ଧାର । ମୃତ୍ୟୁକୁ ହରାଇ ବାହାର ଦୁନିଆ ଦେଖିଛନ୍ତି ଶ୍ରମିକ । ସଫଳ ହୋଇଛି ରେସ୍କ୍ୟୁ ଅପରେସନ୍‌ । 

Advertisment

ତେବେ ଉଦ୍ଧାର ପରେ ସେମାନଙ୍କୁ ସ୍ବାଗତ କରିଥିଲେ କେନ୍ଦ୍ରମନ୍ତ୍ରୀ ଭି.କେ. ସିଂ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ସମସ୍ତ ୪୧ ଶ୍ରମିକ ସୁସ୍ଥ ଥିବା ଜଣାପଡ଼ିଛି । ରାତି ହୋଇଯାଇଥିବାରୁ ସେମାନଙ୍କ ଏୟାର ଲିଫ୍ଟିଂ ହୋଇପାରିଲା ନାହିଁ । ତେଣୁ ସେମାନଙ୍କୁ ସଡ଼କ ପଥରେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଛି । ଆସନ୍ତାକାଲି ରିଶିକେଶ ସ୍ଥିତ ଏମ୍‌ସ ହସ୍ପିଟାଲକୁ ସେମାନଙ୍କୁ ସ୍ଥାନାନ୍ତର କରାଯିବ । ଟନେଲରୁ ଉଦ୍ଧାର କରାଯିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଫୁଲ ମାଳ ଦେଇ ସେମାନଙ୍କୁ ସ୍ୱାଗତ କରାଯାଇଛି ।

ଅନ୍ୟପଟେ ପାଇପ ଯୋଗେ ସମସ୍ତଙ୍କୁ ଟନେଲରୁ ବାହାର କରାଯାଇଛି । ରାଟ ମାଇନିଂ ଜରିଆରେ ଶ୍ରମିକମାନେ ୨୪ ଘଣ୍ଟାରେ ୧୦ ମିଟର ଗାତ ଖୋଳିଥିଲେ। ବାକି ୨ ମିଟର ଖୋଳା ଯିବା ପରେ ଶ୍ରମିକମାନଙ୍କ ପାଖରେ ପାଇପ ପହଞ୍ଚିଥିଲା। ଏହି ପାଇପ ଯୋଗେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି। ଶ୍ରମିକମାନଙ୍କୁ ଚିନ୍ୟାଲିସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଟନେଲଠୁ ୩୦ କିଲୋମିଟର ଦୂରରେ ଅବସ୍ଥିତ। ଏଥିପାଇଁ ସୁଡଙ୍ଗଠୁ ହସ୍ପିଟାଲ ମଧ୍ୟରେ ଏକ ଗ୍ରୀନ୍ କରିଡର ବ୍ୟବସ୍ଥା କରାଯାଇଛି। ଉଦ୍ଧାର ପାଇଁ ପାଇପ ଯୋଗେ ଏନଡିଆରଏଫର ୩ଟି ଟିମ ଟନେଲ ଭିତରକୁ ଯାଇଥିଲେ। 

Advertisment

ନଭେମ୍ବର ୧୨ରେ ସମଗ୍ର ଦେଶ ଦୀପାବଳି ମନାଉଥିବା ବେଳେ ଉତ୍ତରକାଶୀର ଏହି ନିର୍ମାଣାଧୀନ ଟନେଲ ଭୁଶୁଡି ପଡିଥିଲା, ଯେଉଁଥିରେ ଫସି ଯାଇଥିଲେ ୪୧ ଜଣ ଶ୍ରମିକ।

Nitin Gadkari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ