ମାଆଙ୍କ ଫୋନ କଲ ସାଜିଲା ରକ୍ଷା କବଚ, ମୃତ୍ୟୁ ମୁଖରୁ ବଞ୍ଚିଲେ ଯୁବକ

କୁହାଯାଏ ମାଆର ପଣତଠାରୁ ସୁରକ୍ଷିତ ଜାଗା ଅନ୍ୟ କେଉଁଠି ନାହିଁ । ନିଜ ଛୁଆ ପାଇଁ ଦରକାର ପଡ଼ିଲେ ମାଆ ଯୋଦ୍ଧା ପାଲଟିପାରେ । ଛୁଆକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇବାର ଅନେକ ନଜିର ରହିଛି । ମାଆ ଥିଲେ ବା ଭୟ କାହାକୁ ।

Phone Call

କୁହାଯାଏ ମାଆର ପଣତଠାରୁ ସୁରକ୍ଷିତ ଜାଗା ଅନ୍ୟ କେଉଁଠି ନାହିଁ । ନିଜ ଛୁଆ ପାଇଁ ଦରକାର ପଡ଼ିଲେ ମାଆ ଯୋଦ୍ଧା ପାଲଟିପାରେ । ଛୁଆକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇବାର ଅନେକ ନଜିର ରହିଛି । ମାଆ ଥିଲେ ବା ଭୟ କାହାକୁ । କିନ୍ତୁ ଏଠି ଯେଉଁ ଘଟଣା ଆପଣମାନଙ୍କୁ ଜଣାଇବାକୁ ଚାହୁଁଛୁ ତାହା ଟିକେ ଭିନ୍ନ ।

ଗୋଟିଏ ମାଆ ଉପସ୍ଥିତ ନଥାଇ ମଧ୍ୟ ନିଜ ଛୁଆକୁ ମୃତ୍ୟୁ କବଳକୁ ବଞ୍ଚାଇ ପାରିଛନ୍ତି । ଗତକାଲି ବେଙ୍ଗାଲୁରୁରେ ହୋଇଥିବା ରାମେଶ୍ୱରମ କାଫେର ବିସ୍ଫୋରଣ କଥା ତ ଆପଣମାନଙ୍କର ମନେ ଥିବ । ବିସ୍ଫୋରଣ ପୂର୍ବରୁ ଜଣେ ଇଞ୍ଜିନିୟର ନିଜ ମାଆଙ୍କ ସହ କଥା ହେବା ପାଇଁ ବାହାରକୁ ଚାଲି ଆସିବାରକୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇ ଯାଇଛନ୍ତି ।

ଇଞ୍ଜିନିୟର ଜଣକ ହେଉଛନ୍ତି କୁମାର ଅଳଙ୍କୃତ । ସେ ଗତକାଲି ବିସ୍ଫୋରଣ ସମୟରେ ଉକ୍ତ କାଫେରେ ଉପସ୍ଥିତ ଥିଲେ । ବିସ୍ଫୋରଣ ବେଳେ ତାଙ୍କର ମାଆ ଫୋନ କରିବାରୁ ସେ ରିସିଭ୍ କରିବା ପାଇଁ ବାହାରକୁ ଚାଲି ଆସିଥିଲେ । ପରେ ପରେ ମାତ୍ର କିଛି ସମୟ ମଧ୍ୟରେ ଉକ୍ତ କାଫେରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା ।

ମାଆ ହେଉଛନ୍ତି ଭଗବାନ । ଗତକାଲି ପୁଣି ଥରେ ଏହା ପ୍ରମାଣିତ ହୋଇଛି ବୋଲି କହିଛନ୍ତି ଇଞ୍ଜିନିୟର । ସେ ମଧ୍ୟାହ୍ନ ଭୋଜନ କରିବାକୁ ଗତକାଲି କାଫେକୁ ଯାଇଥିଲେ । ଅଫିସ ପରେ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲେ ଓ ଇଡଲି-ଦୋସା ଅର୍ଡର କରିଥିଲେ । କିନ୍ତୁ ଟେବୁଲ ପାଖକୁ ଯିବା ପୂର୍ବରୁ ସେ ମାଆଙ୍କ କଲ ପାଇଥିଲେ । ଏଣୁ କଥା ହେବା ପାଇଁ ବାହାରକୁ ଚାଲି ଆସିଥିଲେ ।

ବିସ୍ଫୋରଣ ସମୟରେ ସେ କାଫେଠାରୁ ମାତ୍ର ୧୦-୧୫ ମିଟର ଦୂରରେ ଥିଲେ ବୋଲି କହିଛନ୍ତି । ବିସ୍ଫୋରଣ ଏତେ ଜୋରରେ ଥିଲା ଯେ କିଛି ସମୟ ପାଇଁ ଶୁଣା ଯାଇନଥିଲା । ଅନ୍ୟପଟେ ବେଙ୍ଗାଲୁରୁ ରାମେଶ୍ୱରମ୍ କାଫେ ବିସ୍ଫୋରଣ ଘଟଣାରେ ଜଣେ ସନ୍ଦିଗ୍ଧକୁ ଅଟକ ରଖି ପଚରାଉଚରା କରୁଛନ୍ତି ତଦନ୍ତକାରୀ ଟିମ୍ ।

ଆଉ ଏପଟେ ଘଟଣାର ଦିନକ ପରେ ବିସ୍ଫୋରଣ ସ୍ଥଳ ବୁଲି ଦେଖିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । ଏଥିସହ ବ୍ରୁକ୍ ଫିଲ୍ଡ ହସ୍ପିଟାଲର ଆହତଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ସମସ୍ତ ଆହତଙ୍କ ଖର୍ଚ୍ଚ ବହନ କର୍ଣ୍ଣାଟକ ସରକାର ବହନ କରିବେ ବୋଲି ଜଣା ପଡ଼ିଛି । ବ୍ରୁକ ଫିଲଡ ହସ୍ପିଟାଲରେ ୩ ଜଣ ଏବଂ ବୈଦେହି ହସ୍ପିଟାଲରେ ୬ ଜଣ ଏବେ ବି ଚିକିତ୍ସାଧିନ ଅଛନ୍ତି ।

ବିସ୍ଫୋରଣ ଘଟଣା ପରେ ଆସିଛି ସିସିଟିଭି ଫୁଟେଜ । ବେଙ୍ଗାଲୁରୁ ପୋଲିସ୍ ପକ୍ଷରୁ ସନ୍ଦିଗ୍ଧ ଅଭିଯୁକ୍ତର ଫଟୋ ଜାରି ହୋଇଛି । ଗତକାଲି ୧୨ଟା ୫୦ ମିନିଟ୍ ରେ ରାମେଶ୍ୱରମ୍ କାଫେକୁ ଆସିଥିଲା ଯୁବକ ଜଣକ । ରାୱା ଇଡଲି ଅର୍ଡର ଦେଇଥିଲା । ଇଡଲି ଖାଇବା ପରେ ସାଙ୍ଗରେ ଆଣିଥିବା ବ୍ୟାଗ୍ କୁ କାଫେ ଆଗରେ ଥିବା ଗଛ ମୂଳରେ ରଖି ଦେଇ ଚାଲି ଯାଇଥିଲା । ଆଉ ଏହାର ଠିକ୍ ଗୋଟିଏ ଘଣ୍ଟା ପରେ ବିସ୍ଫୋରଣ ଘଟିଥିଲା ।

ଗତକାଲି ବେଙ୍ଗାଲୁରୁ ହ୍ୱାଇଟ୍ ଫିଲ୍ଡ ଏହି ଘଟଣା ପରେ NSG ଓ NIA ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । NSG ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରି ତଦନ୍ତ କରୁଛି । ସନ୍ଦିଗ୍ଧକୁ ଚିହ୍ନଟ କରିବା ଏବେ ବଡ଼ ଟାସ୍କ ହୋଇଥିବା ବେଳେ ଏହା ପଛରେ କାହାର ହାତ ସେ ନେଇ ତଦନ୍ତ ହେଉଛି ।