Advertisment

Cockroach Found in Soup: ସୁପ୍‌ରୁ ବାହାରିଲା ଅସରପା, ହୋଟେଲ ମ୍ୟାନେଜରଙ୍କ ନାଁରେ ମାମଲା ରୁଜୁ

ରେଷ୍ଟୁରାଣ୍ଟ୍ ଆସିଥିଲେ ପରିବାର । ଖାଇବା ପୂର୍ବରୁ ଅର୍ଡର ଦେଇଥିଲେ ସୁପ୍‌ । ଆଉ ସେହି ସୁପ୍‌ରୁ ବାହାରିଲା ଅସରପା । ହୋଟେଲ ମ୍ୟାନେଜରଙ୍କ ନାଁରେ ରୁଜୁ ହେଲା ମାମଲା ।

ଅଦ୍ୟତନ ହୋଇଛି
Pic for representation purpose only

Pic for representation purpose only

Advertisment

ରେଷ୍ଟୁରାଣ୍ଟ୍ ଆସି ସୁପ୍ ପିଇବାକୁ ଅର୍ଡର ଦେଇଥିଲେ ଗ୍ରାହକ । ଆଉ ସେହି ସୁପ୍‌ରୁ ବାହାରିଲା ଅସରପା । ଗ୍ରାହକଙ୍କ ଅଭିଯୋଗ ଆଧାରରେ ହୋଟେଲ ମ୍ୟାନେଜରଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ । ଗ୍ରାହକଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନଦେଇ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ନେଇ ହୋଇଥିଲା ଅଭିଯୋଗ । ମହାରାଷ୍ଟ୍ର ପୁଣେ ସହରରେ ଏଭଳି ଘଟଣା ଘଟିଛି । 

Advertisment

ପୋଲିସର ସୂଚନା ମୁତାବକ, ଅଭିଯୋଗକାରୀ ହେଲେ ୩୧ ବର୍ଷୀୟ ଯୁବତୀ ଅଶ୍ୱିନୀ ସିରସାତ୍ । ସେ ଦପୋଦୀ ଅଞ୍ଚଳର ବାସିନ୍ଦା । ନିଜ ପରିବାର ସହ ସେହି ରେଷ୍ଟୁରାଣ୍ଟକୁ ଯାଇଥିଲେ ଅଶ୍ୱିନୀ । ମିଲ୍‌ ଖାଇବା ପୂର୍ବରୁ ସେମାନେ ସୁପ୍‌ ଅର୍ଡର କରିଥିଲେ । ଆଉ ସୁପ୍‌ ପିଇବାବେଳେ ସେଥିରେ ଅସରପା ପଡ଼ିଥିବା ଦେଖିବାକୁ ପାଇଥିଲେ ଅଶ୍ୱିନୀ । ଏ ବିଷୟରେ ସେ ସଙ୍ଗେ ସଙ୍ଗେ ହୋଟେଲ ଷ୍ଟାଫ୍‌ଙ୍କୁ ଅବଗତ କରାଇଥିଲେ । ହେଲେ ହୋଟେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସେପରି କୌଣସି ସନ୍ତୋଷଜନକ ପ୍ରତିକ୍ରିୟା ନଦେଖି ଦୁଃଖ ଅନୁଭବ କରିଥିଲେ ଯୁବତୀ । 

ପରେ ଲସ୍କର ପୋଲିସ ଷ୍ଟେସନ ଆସି ସେ ଏନେଇ ଏକ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ହୋଟେଲ ମ୍ୟାନେଜର ହୁସେନ ଶେଖଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ହୁସେନ ଆଜାଦ ନଗରର ବାସିନ୍ଦା ହୋଇଥିବା ଜଣାପଡ଼ିଛି । FDA(ଫୁଡ୍ ଆଣ୍ଡ ଡ୍ରଗ୍‌ ଇନ୍ସିପେକ୍ଟର) ଅଧିକାରୀଙ୍କ ସହାୟତାରେ ଛାନଭିନ କରୁଛି ପୋଲିସ । 

Advertisment

ଅଧିକ ପଢନ୍ତୁ: ବିଷାକ୍ତ ଖାଦ୍ୟ ପାଇଁ ଉଜୁଡ଼ିଗଲା ପରିବାର ! ପୁଅ, ଝିଅ ଚାଲିଗଲେ, ବାପା-ମା’ ହସ୍ପିଟାଲ୍‌ରେ ଭର୍ତ୍ତି

Maharashtra Food Poisoning Food Safety Restaurant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ