Advertisment

ପ୍ରଧାନମନ୍ତ୍ରୀଙ୍କୁ IMAର ଚିଠି, ହସ୍ପିଟାଲକୁ ସେଫ୍ ଜୋନ୍ ଭାବେ ଘୋଷଣା କରିବାକୁ ଦାବି

ସେହିପରି ପୀଡ଼ିତା ଯେଉଁଭଳି ଭାବେ ୩୬ ଘଣ୍ଟିଆ ଡ୍ୟୁଟିରେ ଥିଲେ ଏବଂ ସେଠାରେ ବିଶ୍ରାମ ନେବା ପାଇଁ ନିରାପଦ ସ୍ଥାନ କି ପର୍ଯ୍ୟାପ୍ତ ରେଷ୍ଟରୁମ ନଥିଲା, ଏହା ରେସିଡେଣ୍ଟ ଡାକ୍ତରଙ୍କ ସ୍ଥିତିକୁ ସୁଚାଉଛି କହି ଉଦବେଗ ପ୍ରକାଶ କରିଛି ଭାରତୀୟ ଡାକ୍ତରୀ ସଂଘ ।

IMA

IMA

Advertisment

ଏୟାରପୋର୍ଟ ଭଳି ହେଉ ହସ୍ପିଟାଲର ସୁରକ୍ଷା ପ୍ରଟୋକଲ୍ । କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ IMAର ଚିଠି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ୫ ଦଫା ଦାବି ଜଣାଇଲା ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତଙ୍କ ସୁରକ୍ଷା ପାଇଁ ଆଇନ ଆଣିବା ସହ ସବୁ ହସ୍ପିଟାଲର ସୁରକ୍ଷା ପ୍ରୋଟୋକଲ ବିମାନ ବନ୍ଦର ଭଳି କରିବାକୁ ଦାବି ହୋଇଛି । ହସ୍ପିଟାଲକୁ ସେଫ୍ ଜୋନ୍ ଭାବେ ଘୋଷଣା କରିବାକୁ ଏବଂ ସିସିଟିଭି ସହ ସୁରକ୍ଷାକର୍ମୀଙ୍କୁ ମୁତୟନ କରିବାକୁ ଦାବି କରିଛି IMA।

Advertisment

ସେହିପରି ପୀଡ଼ିତା ଯେଉଁଭଳି ଭାବେ ୩୬ ଘଣ୍ଟିଆ ଡ୍ୟୁଟିରେ ଥିଲେ ଏବଂ ସେଠାରେ ବିଶ୍ରାମ ନେବା ପାଇଁ ନିରାପଦ ସ୍ଥାନ କି ପର୍ଯ୍ୟାପ୍ତ ରେଷ୍ଟରୁମ ନଥିଲା, ଏହା ରେସିଡେଣ୍ଟ ଡାକ୍ତରଙ୍କ ସ୍ଥିତିକୁ ସୁଚାଉଛି କହି ଉଦବେଗ ପ୍ରକାଶ କରିଛି ଭାରତୀୟ ଡାକ୍ତରୀ ସଂଘ । ଏଥିସହ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ତଦନ୍ତ ସାରି ପୀଡିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଏବଂ ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି IMA ।

Advertisment

ସେପଟେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ବିବୃତିକୁ ନେଇ ମଧ୍ୟ ପ୍ରାଥମିକ ପ୍ରତିକ୍ରିୟା ରଖିଛି ଭାରତୀୟ ଡାକ୍ତରୀ ସଂଘ- IMA । ପ୍ରେସ ରିଲିଜ ଜରିଆରେ ଆଇଏମ୍ଏ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆମେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଜାରି ବିବୃତିର ଅନୁଧ୍ୟାନ କରୁଛୁ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବାକୁ କମିଟି ଗଠନ କରାଯିବ ବୋଲି ସେଥିରେ କୁହାଯାଇଛି। ତେବେ ଏହାର ସବୁ ଦିଗକୁ ଅନୁଧ୍ୟାନ ଏବଂ ରାଜ୍ୟ ଶାଖା ଗୁଡ଼ିକ ସହ ପରାମର୍ଶ ପରେ ଆମେ ଏନେଇ ପ୍ରତିକ୍ରିୟା ରଖିବୁ ।

Advertisment
Narendra Modi Doctors
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ