Advertisment

ଫିଲ୍ମ ପ୍ରମୋସନ ବେଳେ ମଲ୍‌ରେ ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା, ଭିଡିଓ ଭାଇରାଲ୍‌...

ଏକ ମଲ୍‌ରେ ଫିଲ୍ମ ପ୍ରମୋସନ୍‌ ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି। ଆଉ ଜଣେ ଅଭିନେତ୍ରୀ ମଧ୍ୟ ଏଭଳି ସମାନ ଘଟଣାର ସମ୍ମୁଖୀନ ହୋଇଥିବା କହିଛନ୍ତି।

author-image
Rajalaxmi Sahoo
Horrific Incident Two Actresses Sexually abused During Film Promotion Video Goes Viral

Horrific Incident Two Actresses Sexually abused During Film Promotion Video Goes Viral

ଫିଲ୍ମ ପ୍ରମୋସନ ବେଳେ ଏକ ମଲ୍‌ରେ ଅଭିନତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଜଣେ ଜଣାଶୁଣା ମାଲାୟାଲାମ ଅଭିନେତ୍ରୀଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟରୁ ଏଭଳି କିଛି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। କେରଳର କୋଝିକୋଡ୍‌ ଜିଲ୍ଲାର ଏକ ମଲ୍‌ରେ ଫିଲ୍ମ ପ୍ରମୋସନ୍‌ ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି। ଆଉ ଜଣେ ଅଭିନେତ୍ରୀ ମଧ୍ୟ ଏଭଳି ସମାନ ଘଟଣାର ସମ୍ମୁଖୀନ ହୋଇଥିବା କହିଛନ୍ତି। ବିଳମ୍ବିତ ରାତିରେ ଉକ୍ତ ମଲ୍‌ରେ ଫିଲ୍ମ ପ୍ରମୋସନର ଏକ ଇଭେଣ୍ଟ ଚାଲିଥିବା ବେଳେ ଅଭିନେତ୍ରୀ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। 

Advertisment

ଏହି ଘଟଣାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ଶେଆର କରି ଅଭିନେତ୍ରୀ ଜଣକ କହିଛନ୍ତି ଯେ, ‘କୋଝିକୋଡ୍‌ ଏମିତି ଏକ ସ୍ଥାନ, ଯାହାକୁ ମୁଁ ବହୁତ ଭଲ ପାଏ। ହେଲେ ଆଜି ରାତିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ଭିଡ଼ ଭିତରେ ଜଣେ ବ୍ୟକ୍ତି ହଠାତ୍‌ ମୋତେ ଧରି ପକାଇଥିଲେ। ଲୋକଙ୍କ ଏପରି ବ୍ୟବହାର ମୋତେ କହିବା ପାଇଁ ଖରାପ ଲାଗୁଛି। କ’ଣ ଲୋକମାନେ ଏତେ ନିରାଶ ହୋଇଯାଇଛନ୍ତି ? ଅନେକ ସ୍ଥାନରେ ମୁଁ ପ୍ରମୋସନ କରିଛୁ, ହେଲେ କେବେବି ଏଭଳି ଅଭାବନୀୟ ଘଟଣାର ସମ୍ମୁଖୀନ ହୋଇନଥିଲି। ମୋର ଜଣେ ସହଯୋଗୀ ମଧ୍ୟ ସମାନ ଘଟଣାର ସମ୍ମୁଖୀନ ହୋଇଥିଲେ। ହେଲେ ସେ ଏହାର ପ୍ରତିବାଦ କରିଥିଲେ। କିନ୍ତୁ ମୋ ପରିସ୍ଥିତି ଏପରି ଥିଲା ଯେ, ହଠାତ୍‌ କ’ଣ କରିବି ମୋ ମୁଣ୍ଡରେ କିଛି ପଶି ନଥିଲା।’

Advertisment

ଅନ୍ୟ ଜଣେ ଅଭିନେତ୍ରୀ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରି ଭିଡ଼ ଭିତରେ କିଭଳି ଭାବେ ଯୌନ ନିର୍ଯାତନାର ଶିକାର ହୋଇଥିଲେ ସେସମ୍ପର୍କରେ ଅଭିଯୋଗ କରିଛନ୍ତି। ସେ କହିଥିଲେ ଯେ, ‘ମଲ୍‌ ଭିତରେ ଏତେ ଲୋକ ଥିଲେ ଯେ, ଭିଡ଼ ସମ୍ଭାଳିବା ପାଇଁ ସିକ୍ୟୁରିଟି ଗାର୍ଡଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଯାହାର ସୁଯୋଗ ନେଇ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମୋ କୋ-ଷ୍ଟାର୍‌ଙ୍କୁ ଅସଦାଚରଣ କରିଥିଲେ।’

ଅନ୍ୟପକ୍ଷେ, ଘଟଣାକୁ ନେଇ ପୋଲିସ୍‌ ତଦନ୍ତ କରିବା ସହ ଅଭିନେତ୍ରୀଙ୍କୁ ଅସଦାଚରଣ କରିଥିବା ବ୍ୟକ୍ତିଙ୍କୁ ଧରିବା ଲାଗି ଛାନ୍‌ଭିନ୍‌ ଆରମ୍ଭ କରିଛି। ସୂଚନାଥାଉ କି, ମାସକ ପୂର୍ବେ ଉକ୍ତ ମଲ୍‌ରେ ଫିଲ୍ମ ପ୍ରମୋସନର ଏକ ଇଭେଣ୍ଟ ଆୟୋଜିତ ହୋଇଥିଲା। ନିଜର ପ୍ରିୟ ଅଭିନେତା, ଅଭିନେତ୍ରୀଙ୍କୁ ପାଖରୁ ଦେଖିବାକୁ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସହ ଭିଡ଼ ଦେଖିବାକୁ ମିଳିଥିଲା। ଏପରିକି ଲୋକଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସିକ୍ୟୁରିଟି ଗାର୍ଡଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା। 

Sexual Abuse Viral Video
Advertisment
Advertisment