Advertisment

ପଞ୍ଜାବ ମାଟିରେ ନୂଆ ଇତିହାସ ରଚିଲେ ଭଗଓ୍ୱନ୍ତ

ପଞ୍ଜାବରେ ଏଥର ଜନାଦେଶ ଅଲଗା ପ୍ରକାରର ହୋଇଛି । ଜଣେ ଅଭିନେତା ବସିବେ ମୁଖ୍ୟମନ୍ତ୍ରୀ ଆସନରେ ।

ଅଦ୍ୟତନ ହୋଇଛି
Political King

Political King

Advertisment

ପଞ୍ଜାବ ବିଧାନସଭା ନିର୍ବାଚନ ଦେଖିବାକୁ ମିଳିଲା ସବୁଠୁ ବଡ଼ ପରିବର୍ତ୍ତନ। ହାତକୁ ଝାଡୁ ମାରି ଏବେ ଗଡ଼ ଦଖଲ କରିବ ଆପ୍‌। ପଂଜାବର ମଙ୍ଗ ଧରିବେ ଭଗୱନ୍ତ ମାନ। ପରିବର୍ତ୍ତନ ସହ ପଂଜାବୀମାନେ ଏକ ନୂଆ ଇତିହାସ ଲେଖିବାକୁ ଯାଉଛନ୍ତି ବୋଲି ଭଗୱନ୍ତ କହିଛନ୍ତି। ଭଗୱନ୍ତ ମାନ ଦେଶର ରାଜନୀତି ଓ ଅଭିନୟ ଜଗତରେ ଏକ ପରିଚିତ ନାମ। କିନ୍ତୁ ପ୍ରଥମେ ରାଜନୀତି ନୁହେଁ ବରଂ ଅଭିନୟ ପାଇଁ ସେ ଥିଲେ ସ୍ୱତନ୍ତ୍ର। ଅନେକ ତାଙ୍କୁ କମେଡି କିଙ୍ଗ୍ ବୋଲି କୁହନ୍ତି। କିନ୍ତୁ ଅଭିନେତାରୁ ସେ ବନିଥିଲେ ରାଜନେତା। କମେଡି କିଙ୍ଗରୁ ସେ ହେଲେ ପଲିଟିକାଲ କିଙ୍ଗ୍।  

Advertisment

ପଞ୍ଜାବ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନ୍ ବିଜୟୀ ହୋଇଛନ୍ତି। ଧୁରି ଆସନରୁ ଭଗଓ୍ୱନ୍ତ ମାନ୍ ଜିତିଛନ୍ତି। ୧୯୭୩ ମସିହା ଅକ୍ଟୋବର ୧୭ରେ ଭଗୱନ୍ତଙ୍କ ଜନ୍ମ। ପଞ୍ଜାବର ସଂଗରୁର୍ ଜିଲ୍ଲା ସତୋଜ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ସହୀଦ ଉଦ୍ଧମ ସିଂହ କଲେଜରୁ ସେ ବାଣିଜ୍ୟରେ ସ୍ନାତକ କରିଛନ୍ତି । ୨୦୧୧ରେ ରାଜନୀତିରେ ପାଦ ଥାପିଥିଲେ ଭଗୱନ୍ତ। ୨୦୧୪ ପର୍ଯ୍ୟନ୍ତ ପିପୁଲ୍ସ ପାର୍ଟିରେ ସକ୍ରିୟ ରାଜନେତା ଥିଲେ। ୨୦୧୨ରେ ସେ ବିଧାନସଭା ନିର୍ବାଚନରେ ବିଧାୟକ ଭାବେ ଲଢିଥିଲେ କିନ୍ତୁ ପରାସ୍ତ ହୋଇଥିଲେ।

ସେହିବର୍ଷ ସେ ଆପ୍‌ରେ ଯୋଗଦେଲେ। ୨୦୧୪ରେ ସେ ସଙ୍ଗରୁର ଲୋକସଭା ଆସନରେ ସେ ଲଢିଥିଲେ, ଏଥିରେ ତାଙ୍କୁ ଅପୂର୍ବ ସଫଳତା ମିଳିଥିଲା। ଏପରିକି ସେତେବେଳେ ମୋଦିର ଲହର ଥାଇ ବି ନୂଆ ଦଳରୁ ସେ ବିଜୟ ହାସଲ କରିଥିଲେ। ୨୦୧୯ରେ ମଧ୍ୟ ସଙ୍ଗରୁର ଲୋକସଭା ଆସନରୁ ସେ ବିଜୟ ହାସଲ କରିଥିଲେ। ଯେତେବେଳେ ସାରା ଦେଶରେ ମୋଦି ଲହର ଚାଲିଥିଲା, ସେ ସମୟରେ ତାଙ୍କର ବିଜୟ ରାଜନୀତିରେ ଏକ ନୂଆ ଚେହେରା ସୃଷ୍ଟି କରିଥିଲା। ଆଉ ଲଗାତାର ବିଜୟ ଆଜି ପଞ୍ଜାବର ଜନାଦେଶକୁ ବି ବଦଳାଇ ଦେଇଛି।

Advertisment

୧୧୯୪ରେ କଚହରୀ ଫିଲ୍ମରେ ଡେବ୍ୟୁ କରିଥିଲେ। ଏଇଠୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ କ୍ୟାରିଅର। ୨୦୧୮ ପର୍ଯ୍ୟନ୍ତ ସେ ୧୨ଟି ଫିଲ୍ମରେ ଅଭିନୟ କରିଛନ୍ତି। ସେ ଫିଲ୍ମରେ ମଧ୍ୟ ସଫଳତା ହାସଲ କରିଛନ୍ତି। ଭଗୱନ୍ତ ଓ କପିଲଙ୍କ ଯୋଡି ବେଶ୍ ଲୋକପ୍ରିୟ ହୋଇଥିଲା। ଇଣ୍ଡିଆନ୍‌ ଲାଫ୍‌ଟର୍ ଚାଲେଞ୍ଜରେ ଉଭୟ ଏକାଠି ହୋଇ ଅଭିନୟ କରିଥିଲେ। 

AAP Punjab Election Result
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ