Memories From 2023
ସରିଗଲା ୨୦୨୩ । ରାତି ପାହିଲେ ନୂଆ ବର୍ଷ ୨୦୨୪ । ଲୋକେ କହିଲେଣି ବାଏବାଏ ୨୩, ୱେଲକମ୍ ୨୪ । ୨୦୨୩ର ଇତିହାସ ପୃଷ୍ଠାକୁ ଲେଉଟାଇଲେ ସାମ୍ନାକୁ ଆସିବ ଅନେକ ଘଟଣା । ଯେତିକି ଖୁସି ଦେଇଛି ସେତିକି ଲୁହ ବି ଦେଇଛି ୨୦୨୩ । ବିଶ୍ୱ ଦରବାରରେ ବଦଳି ଯାଇଛି ଭାରତର ଚିତ୍ର । ନୂଆ ଭାରତକୁ ସାଲ୍ୟୁଟ କରୁଛି ସାରା ବିଶ୍ୱ । ଆଉ ଦେଶ ଭିତରେ ଅନେକ ରାଜ୍ୟରେ ବଦଳିଛି ରାଜନୈତିକ ପାଣିପାଗ । ସିନେମା ଜଗତଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ରରେ ମଧ୍ୟ ଦେଖାଯାଇଛି ଅନେକ ପରିବର୍ତ୍ତନ । ସାମରିକ କ୍ଷେତ୍ରରେ ମଧ୍ୟ ଭାରତ ଆହୁରି ସୁଦୃଢ଼ ହୋଇଛି ।
ସେହି ସବୁ କିଛି ଘଟଣା ଆଉ ଦୁର୍ଘଟଣାକୁ ମନେ ପକାଇ...
୧. ବାହାନଗା ଟ୍ରେନ୍ ଦୁର୍ଘଟଣା... ଓଡ଼ିଶାରେ ଘଟିଛି ବିରାଟ ଟ୍ରେନ୍ ଦୁର୍ଘଟଣା । ବାଲେଶ୍ୱରର ବାହାନଗାରେ ଶତାବ୍ଦୀର ସବୁଠାରୁ ବଡ଼ ଦୁର୍ଘଟଣା ଦେଖିଥିଲା ସାରା ବିଶ୍ୱ । ମନୁଷ୍ୟକୃତ ଏ ବିଭୀଷିକା ରାଜ୍ୟ ସମେତ ପୁରା ଦେଶକୁ ଥରାଇ ଦେଇଥିଲା । ୩୦୦ ଲୋକଙ୍କର ଜୀବନ ଦୀପ ଲିଭିଗଲା । ଚାରିଆଡ଼େ କୁଢ଼ କୁଢ଼ ଶବ ଗଦା ହୋଇ ଯାଇଥିଲା । ରାତ୍ରିର ଅନ୍ଧକାରରେ ସେ ବିକଟାଳ ଚିତ୍କାର ସମସ୍ତଙ୍କର ଛାତିକୁ ଥରାଇ ଦେଇଥିଲା । ଜୁନ ୨ ର ସେ କାଳ ରାତ୍ରି ଲୋକଙ୍କ ମାନସ ପଟ୍ଟରୁ ଲିଭିବା କଷ୍ଟକର । ୩ଟି ଟ୍ରେନ ମଧ୍ୟରେ ହୋଇଥିବା ସେ ଧକ୍କା, କେତେ ଯେ ପରିବାରର ଆଶା ଲିଭାଇ ଦେଇଥିଲା ତାହା କହିବା ମୁସ୍କିଲ ।
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1703429190.jpg)
୨. ଚନ୍ଦ୍ରଯାନ-୩.. ଜହ୍ନରେ ଭାରତ ଲେଖିଲା ନାଁ । ଇତିହାସ ରଚିଲା ଚନ୍ଦ୍ରୟାନ-୩ । ସାରା ଦେଶର ନଜର ଥିଲା ଇସ୍ରୋର ତୃତୀୟ ମୁନ୍ ମିଶନ ଉପରେ । ଆଉ ସମସ୍ତଙ୍କ ଆଶା, ଅପେକ୍ଷା ଓ ଉତ୍କଣ୍ଠାକୁ ଚରିତାର୍ଥ କରି ସଫଳତାର ସହ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର୍ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବାରେ ପ୍ରଥମ ଦେଶ ଭାବେ ଗୌରବ ଅର୍ଜନ କରିଛି ଭାରତ ।
/odishatv-khabar/media/post_attachments/uploadimage/library/16_9/16_9_0/ISRO_1703406703.jpg)
୩. ଆଦିତ୍ୟ L1... ଚନ୍ଦ୍ରଯାନ-୩ ର ସଫଳତା ପରେ ISRO ଆଉ ଏକ ଇତିହାସ ରଚିଥିଲା । ସୂର୍ଯ୍ୟ ଅଭିମୁଖେ ଇସ୍ରୋ ପଠାଇଥିଲା ‘ଆଦିତ୍ୟ L1’ । ସେପ୍ଟେମ୍ବର ୨, ଶନିବାର, ଦିନ ୧୧ଟା ୫୦ । ସୂର୍ଯ୍ୟ ଅଭିମୁଖେ ଇସ୍ରୋ ପଠାଇଥିଲା 'ଆଦିତ୍ୟ-L1' । ସୂର୍ଯ୍ୟ ଉପରେ ଗବେଷଣା ପାଇଁ ଭାରତ ପଠାଇଥିଲା ତାହାର ପ୍ରଥମ ସ୍ପେଶ୍ ଅବଜର୍ଭେଟୋରି ।
/odishatv-khabar/media/post_attachments/wp-content/uploads/2023/08/aditya-l-1.jpeg)
୪. ନୂଆ ସଂସଦ ଭବନ ପ୍ରତିଷ୍ଠା... ୨୦୨୩ ଗଣେଶ ଚତୁର୍ଥୀରେ ଦେଶର ସବୁଠୁ ବଡ଼ ଖବର ଆଉ ସବୁଠାରୁ ଅଧିକ ଚର୍ଚ୍ଚିତ ନୂଆ ସଂସଦ ଭବନର ଗୃହ ପ୍ରବେଶ । ଗୋଟିଏ ପଟେ ଇତିହାସର ସୁବର୍ଣ୍ଣ ପୃଷ୍ଠାକୁ ଚାଲିଯାଇଛି ଗୌରବଶାଳୀ ଐତିହ୍ୟ । ଅନ୍ୟପଟେ ଦେଶର ଗୌରବଶାଳୀ ଭବିଷ୍ୟତ ସହ ଯୋଡ଼ି ହୋଇଛି ଗଣତନ୍ତ୍ରର ନୂଆ ମନ୍ଦିର । ପୁରୁଣାରୁ ନୂଆ ସଂସଦ ଭବନକୁ ଚାଲି ଚାଲି ଯାତ୍ରା ପ୍ରଧାନମନ୍ତ୍ରୀଙ୍କ ସହ ଲୋକସଭା ବାଚସ୍ପତି, ଉପରାଷ୍ଟ୍ରପତି ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସହ ଶାସକ ଓ ବିରୋଧୀ ଦଳର ସାଂସଦ ସମସ୍ତେ କରିଥିଲେ ଏଣ୍ଟ୍ରି ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703568849.jpg)
୫. ମହିଳା ସଂରକ୍ଷଣ ବିଲ୍... ଲୋକସଭା ଓ ରାଜ୍ୟସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍ ତଥା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ । ଲୋକସଭାରେ ବିଲ୍ ସପକ୍ଷରେ ୪୫୪ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୨ଟି ଭୋଟ୍ ପଡ଼ିଥିଲା । ସେହିଭଳି ରାଜ୍ୟସଭାରେ ଭୋଟିଂ ବେଳେ ବିଲ ସପକ୍ଷରେ ୨୧୫ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ କେହି ବି ଭୋଟ୍ ଦେଇନଥିଲେ । ନୂଆ ସଂସଦ ଭବନକୁ ପ୍ରବେଶ ପରେ କେନ୍ଦ୍ର ସରକାର ଆଣିଥିଲେ ଏହି ମହିଳା ସଂରକ୍ଷଣ ବିଲ୍। ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଏହି ବିଲ୍ ପ୍ରସ୍ତୁତ କରାଯାଇଛି । ଲୋକସଭା ଓ ରାଜ୍ୟର ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବା ନେଇ ମଧ୍ୟ ଏଥିରେ ପ୍ରସ୍ତାବ ରହିଛି।
/odishatv-khabar/media/post_attachments/images/uploads/1685442697_image4.png)
୬. ପାର୍ଲାମେଣ୍ଟରେ ସ୍ମୋକ୍ ଆଟାକ୍... ୨୦୦୧ରେ ଟେରରିଷ୍ଟ୍ ଆଟାକ୍, ୨୦୨୩ରେ ସ୍ମୋକ୍ ଆଟାକ୍। ସେଇ ମାସ ଓ ସେଇ ତାରିଖରେ ପୁଣି ଟାର୍ଗେଟରେ ଥିଲା ପାର୍ଲାମେଣ୍ଟ । ଦୀର୍ଘ ୨୨ ବର୍ଷ ପରେ ପୁଣି ସଂସଦ ଭବନରେ ହଡ଼କଂପ ଦେଖିବାକୁ ମିଳିଥିଲା । ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ୨୦୦୧ ପାର୍ଲାମେଣ୍ଟ ଆଟାକରେ ପ୍ରାଣବଳି ଦେଇଥିବା ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଉପରାଷ୍ଟ୍ରପତି, ବାଚସ୍ପତି, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସହ ସବୁ ଦଳ ସାଂସଦ। ଆଉ ଠିକ୍ ମଧ୍ୟାହ୍ନ ପରେ ପରେ ଲୋକସଭା ଭିତରେ ଘଟିଗଲା ଅଭାବନୀୟ ଘଟଣା। କିଛି ଦୁର୍ବୃତ୍ତ ସଂସଦ ଭବନରେ କରିଥିଲେ ସ୍ମୋକ ଆଟାକ୍ । ଧୁଆଁମୟ ହୋଇଯାଇଥିଲା ପୁରା ଗୃହ । ଆଉ ତାପରେ ଭିଜିଟର୍ସ ଗ୍ୟାଲେରିର କର୍ଡନ ଟପି ଲୋକସଭାକୁ ଡେଇଁଥିଲେ ଦୁର୍ବୃତ୍ତ ।
/odishatv-khabar/media/post_attachments/ht-img/img/2023/12/13/550x309/An-India-TV-video-grab-shows-the-scenes-inside-the_1702500750542_1702500761083.jpg)
୭. ବଲାଙ୍ଗୀରରେ ମଦ ଟଙ୍କାର ପାହାଡ଼... ଗରିବ ରାଜ୍ୟ ଓଡ଼ିଶା । ହେଲେ ମଦ ଟଙ୍କାରେ ସବୁଠୁ ଆଗରେ । ରାଜ୍ୟର ବଲାଙ୍ଗୀର ଜିଲ୍ଲାରେ ଜବତ ହୋଇଥିବା ମଦ ଟଙ୍କାର ପାହଡ଼କୁ ନେଇ ମଧ୍ୟ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହୋଇଥିଲା । ମେଶିନ୍ ମଧ୍ୟ ଟଙ୍କା ଗଣି ଗଣି ଖରାପ ହୋଇଯାଇଥିଲା । ଡିସେମ୍ବର ୬ ତାରିଖରୁ ଜବତ ହୋଇଥିବା ଏହି ଟଙ୍କାର ଗଣତି ଚାଲିଥିଲା ଲଗାତର ୫ ଦିନରୁ ଅଧିକ । ମୋଟ୍ ୩୫୧ କୋଟିରୁ ଅଧିକ ଟଙ୍କା ନଗଦ ଜବତ ହୋଇଥିବା ସୂଚନା ଦିଆଯାଇଥିଲା । ଆଉ ଏହି ଟଙ୍କାକୁ ରଖିବାକୁ ବ୍ୟାଙ୍କରେ ମଧ୍ୟ ଜାଗା ନଥିଲା ।
/odishatv-khabar/media/post_attachments/multimedia/ntnew-11_52_014144268raid.jpg)
୮. ଓଡ଼ିଶା ରାଜନୀତିରେ ପାଣ୍ଡିଆନ୍ ଏଣ୍ଟ୍ରି... ୨୦୨୩ରେ ରାଜନୀତିକୁ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭିକେ ପାଣ୍ଡିଆନ୍ । ଅକ୍ଟୋବର ୨୩ ରେ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିଲେ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ । ହେଲେ ମାତ୍ର ୨୪ ଘଣ୍ଟା ନ ବିତୁଣୁ ଅର୍ଥାତ୍ ଅକ୍ଟୋବର ୨୪ ତାରିଖରେ ବିଜେଡି ତାଙ୍କୁ 5T ଅଧ୍ୟକ୍ଷ ଓ ନବୀନ ଓଡ଼ିଶାର ଚେୟାରମ୍ୟାନ କରାଇଥିଲେ । ପରେ ନଭେମ୍ବର ୨୭ ତାରିଖରେ ରାଜନୀତି ପଙ୍କରେ ପାଦ ଥୋଇଥିଲେ ପାଣ୍ଡିଆନ ।
୯. ଓଡ଼ିଆ ସିନେମାକୁ ନେଇ ଓଲିଉଡ୍ରେ କଳି... ୨୦୨୩ରେ ଦେଖାଦେଇଥିଲା ଓଲିଉଡ୍ କଳି । ଉଭୟ କଳାକାର ଓ ପ୍ରଯୋଜକଙ୍କ ତୁତୁ ମେଁମେଁ ମିଡିଆର ମୁଖ୍ୟ ଖବର ପାଲଟିଥିଲା । ଓଡ଼ିଆ ସିନେମା ରିଲିଜ୍କୁ ନେଇ ଓଲିଉଡ୍ର କଳାକାର ଓ ପ୍ରଯୋଜକଙ୍କ ମଧ୍ୟରେ ବିବାଦ ଲାଗିବା ସହ ଓଡ଼ିଶା ଭାଗ ହେବା ନେଇ ମଧ୍ୟ ଉଠିଥିଲା ପ୍ରଶ୍ନବାଚୀ । ବିଶେଷକରି ଅଭିନେତା ତଥା ପ୍ରଯୋଜକ ମନୋଜ ମିଶ୍ର ବନାମ୍ ଫିଲ୍ମ ପ୍ରଯୋଜକ ସଂଘ ମଧ୍ୟରେ ଦେଖାଦେଇଥିଲା ବିବାଦ । ପ୍ରଯୋଜକ ଟୁଟୁ ନାୟକ କାହିଁକି ମୋତେ ବ୍ୟାନ୍ କଲେ କହି ମନୋଜ ମାଗିଲେ ଜବାବ ।
/odishatv-khabar/media/post_attachments/wp-content/uploads/2023/10/mmm.jpg)
୧୦. କ୍ରୀଡ଼ା କ୍ଷେତ୍ରରେ ଯୋଡ଼ିଥିଲା ଗୌରବମୟ ଅଧ୍ୟାୟ... ବିଦାୟୀ ୨୦୨୩ କ୍ରୀଡା ବର୍ଷ ଭାରତ ସହ ଓଡ଼ିଶା ପାଇଁ ଖୁସି, ଆନନ୍ଦ, ଉଲ୍ଲାସ ସହ ଗୌରବମୟ ଅଧ୍ୟାୟ ଯୋଡ଼ିହୋଇଥିଲା । ଚଳିତ ବର୍ଷ ଭାରତରେ କ୍ରିକେଟ ବିଶ୍ୱକପ୍ଠୁ ଆରମ୍ଭ କରି ହକି ବିଶ୍ୱକପ୍ ପର୍ଯ୍ୟନ୍ତ ସବୁ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏହି ଦୁଇ ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତ ହାତରେ ଲାଗିଥିଲା କେବଳ ନିରାଶା । ସେହିପରି ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଚର୍ଚ୍ଚାରେ ଥିଲେ ନୀରଜ ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703342795.jpg)
୧୧. ବଲିଉଡକୁ ବୟକଟ୍... ଏହି ଧାରା ମଧ୍ୟରେ ୨୦୨୩ ଆରମ୍ଭ ପର୍ଯ୍ୟନ୍ତ ବଲିଉଡ ଜଗତ ସଂଘର୍ଷ କରୁଥିଲା। ଅନେକ ଫିଲ୍ମ ଫ୍ଲପ୍ ହେବାରେ ଲାଗିଥିଲା। ଏହାତି ଭିତରେ କିଛି କଳାକାର ଆଉ ନିର୍ଦ୍ଦେଶକ ବଲିଉଡ୍କୁ ଉଠେଇବା ପାଇଁ ଅଣ୍ଟା ଭିଡିଥିଲେ। ୨୦୨୩ୟରେ ଏମିତି ଅନେକ ଫିଲ୍ମ ଆସିଛି ଯାହା ବକ୍ସ ଅଫିସରେ ହଙ୍ଗାମା କରିଛି। ଜବାନ, ପଠାନ୍, ଗଦର ୨, ଆନିମଲ୍, ଟାଇଗର ୩ ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703406834.jpg)
୧୨. ଅତିକ୍ ସାମ୍ରାଜ୍ୟର ଅନ୍ତ... ଉତ୍ତର ପ୍ରଦେଶରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦକୁ ହତ୍ୟା କରାଯାଇଥିଲା । ୟୁପିରେ ନିଜର ଆତଙ୍କ ଚଳାଇଥିବା ଅତିକ ଅହମ୍ମଦ ଓ ତା’ର ଭାଇ ଅଶ୍ରଫ୍ ଅହମ୍ମଦକୁ ଗୁଳି କରି ହତ୍ୟା କରାଯାଇଥିଲା । ପ୍ରୟାଗରାଜର ଏକ ମେଡିକାଲକୁ ନିଆଯାଉଥିବା ବେଳେ ଉଭୟ ଗୁଳିମାଡ଼ର ଶିକାର ହୋଇଥିଲେ । ମାତ୍ର କେଇ ସେକେଣ୍ଡରେ ଉଡ଼ି ଯାଇଥିଲା ଉଭୟଙ୍କ ଜୀବନ । ପୋଲିସ ଉପସ୍ଥିତିରେ ଦୁଇ ଭାଇଙ୍କୁ ହତ୍ୟା କରାଯିବା ବର୍ଷରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ଗୁଳିମାଡ଼ର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1703508106.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703997255.jpg)