Advertisment

Nehru's Residence: ବିକ୍ରି ହେଲା ନେହେରୁଙ୍କ ଐତିହାସିକ ବାସଭଭନ, ଜାଣନ୍ତୁ କିଏ ଓ କେତେ ଦାମରେ କିଣିଲେ....

ଲୁଟିୟନ୍ସ ଦିଲ୍ଲୀରେ ଅବସ୍ଥିତ ଐତିହାସିକ ନେହେରୁଙ୍କ ବାସଭବନ ୧୧୦୦ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହା ପ୍ରାୟ ୩.୭ ଏକର ଜମିରେ ବିସ୍ତୃତ।

Nehru

Nehru

Advertisment

ଦେଶର ଐତିହାସିକ ଅଞ୍ଚଳ ଲୁଟିଆନ୍ସ ଦିଲ୍ଲୀ। ଯାହାର ଛାତି ଉପରେ ରହିଛି ଏକ ଐତିହାସିକ ବଙ୍ଗଳା। ଏଠାରୁ ଦେଶର ସ୍ବାଧୀନତାର କାହାଣୀ ଲେଖା ଯାଉଥିଲା। ଏହା କୌଣସି ସାଧାରଣ ଲୋକଙ୍କ ବଙ୍ଗଳା ନୁହେଁ, ବରଂ ଏହା ହେଉଛି ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବାସଭବନ। ଯାହାଙ୍କର ଦେଶ ସ୍ବାଧୀନତା ପଛରେ ରହିଛି ବିଶେଷ ଭୂମିକା। ଏହା ହେଉଛି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବାସଭବନ। ଯାହା ଦିନେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ସରକାରୀ ବାସଭବନ ଥିଲା, ଆଜି ତାହା ହଜାରରୁ ଉର୍ଦ୍ଧ୍ବ ମୂଲ୍ୟରେ ବିକ୍ରି ହୋଇଛି।

Advertisment

ଏହି ବଙ୍ଗଳା ପ୍ରାୟ ୧୧୦୦ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହି ସମ୍ପତ୍ତି ୧୭ ଯୋର୍କ ରୋଡରେ ଅବସ୍ଥିତ, ଯାହାକୁ ବର୍ତ୍ତମାନ ମୋତିଲାଲ ନେହେରୁ ମାର୍ଗ ନାମରେ ଜଣାଯାଏ। ଏହା ରାଜଧାନୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଠିକଣାଗୁଡ଼ିକ ମଧ୍ୟରୁ ଗୋଟିଏ। ନିଲାମୀ ସମୟରେ ଏହି ବଙ୍ଗଳାର ପ୍ରାରମ୍ଭିକ ମୂଲ୍ୟ ୧୪୦୦ କୋଟି ଟଙ୍କା ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାହା ୧୧୦୦ କୋଟି ଟଙ୍କାରେ ବିକ୍ରି ହୋଇଛି।

ତେବେ ଯିଏ ଏହି ବଙ୍ଗଳା କିଣିଛନ୍ତି, ଉକ୍ତ କ୍ରେତାଙ୍କ ପରିଚୟ ଗୋପନ ରଖାଯାଇଛି। ଯଦିଓ ସୂତ୍ରରୁ ଜଣାପଡ଼ିଛି ଯେ ଏହି ବଙ୍ଗଳାକୁ ଜଣେ ବିଶିଷ୍ଟ ଉଦ୍ୟୋଗପତି କିଣିଛନ୍ତି। ଏହି ବଙ୍ଗଳାର ମାଲିକଙ୍କ ସଠିକ୍ ତଥ୍ୟ ମିଳୁନଥିବା ବେଳେ ଯିଏ ବି ଏହି ସମ୍ପତ୍ତିକୁ ନିଜର ବୋଲି ଦାବି କରୁଛନ୍ତି, ତାଙ୍କୁ ୭ ଦିନ ଭିତରେ ସାମନାକୁ ଆସିବାକୁ କୁହାଯାଇଛି। ନଚେତ୍ ଏହାର କୌଣସି ଦାବିଦାର ନଥିବା ଧରି ନିଆଯିବ।

Advertisment

ଏହି ଐତିହାସିକ ବଙ୍ଗଳାର ବର୍ତ୍ତମାନର ମାଲିକ ହେଉଛନ୍ତି ରାଜକୁମାରୀ କକ୍କଡ଼ ଏବଂ ବୀଣା ରାଣୀ, ଯେଉଁମାନେ ରାଜସ୍ଥାନୀ ଶାହୀ ପରିବାରର ସଦସ୍ୟ ବୋଲି କୁହାଯାଏ। ଏହି ସମ୍ପତ୍ତି ୧୪,୯୭୩ ବର୍ଗ ମିଟର (ପ୍ରାୟ ୩.୭ ଏକର) ଜମିରେ ବିସ୍ତୃତ। ୨୮ ବର୍ଗ କିଲୋମିଟର ବିଶିଷ୍ଟ ଏହି ନେହେରୁ ବଙ୍ଗଳା ଜୋନ୍ ଅଞ୍ଚଳ ରାଜଧାନୀର ସବୁଠୁ ମହଙ୍ଗା ଅଞ୍ଚଳ। ଯାହାକୁ ବ୍ରିଟିଶ ଆର୍କିଟେକ୍ଟ ଏଡ଼ଉଇନ ଲୁଟିଆନ୍ସ ବିଂଶ ଶତାବ୍ଦୀର ଆରମ୍ଭରେ ଡିଜାଇନ କରିଥିଲେ।

ଅଧିକ ପଢନ୍ତୁ: ଜଳପ୍ରଳୟ: ସଚିବାଳୟ ପର୍ଯ୍ୟନ୍ତ ପହଞ୍ଚିଲା ବନ୍ୟା ଜଳ, ହଜାର ହଜାର ବିସ୍ଥାପିତ

Advertisment
Delhi Jawaharlal Nehru
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ