ଜ୍ଞାନବ୍ୟାପୀ ମାମଲା; ହିନ୍ଦୁଙ୍କୁ ପୂଜା ପାଇଁ ଅନୁମତି ଦେଲେ କୋର୍ଟ

ମାମଲାର ଶୁଣାଣି ସମୟରେ ଆଗାମୀ ସାତ ଦିନ ମଧ୍ୟରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ହିନ୍ଦୁଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ବିଷ୍ଣୁ ଶଙ୍କର ଜେନା ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ।

ହିନ୍ଦୁଙ୍କୁ ପୂଜା ପାଇଁ ଅନୁମତି ଦେଲେ କୋର୍ଟ

ଜ୍ଞାନବ୍ୟାପୀ ମାମଲାରେ ହିନ୍ଦୁ ପକ୍ଷଙ୍କୁ ପୂଜା ପାଇଁ କୋର୍ଟଙ୍କ ପକ୍ଷରୁ ଅନୁମତି ମିଳିଛି । ୭ ଦିନ ମଧ୍ୟରେ ସମସ୍ତ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । କାଶୀ ବିଶ୍ୱନାଥ ଟ୍ରଷ୍ଟ ବୋର୍ଡର ଜଣେ ପୂଜକଙ୍କ ଦ୍ୱାରା ପୂଜା ପାଇଁ ନିର୍ଦ୍ଦେଶ ରହିଛି ।

ଏହି ମାମଲାର ଶୁଣାଣି ସମୟରେ ଆଗାମୀ ସାତ ଦିନ ମଧ୍ୟରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ହିନ୍ଦୁଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ବିଷ୍ଣୁ ଶଙ୍କର ଜେନା ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି, ହିନ୍ଦୁଙ୍କୁ ପୂଜା କରିବାକୁ କୋର୍ଟ ଅନୁମତି ଦେଇଛନ୍ତି । ଜିଲ୍ଲା ପ୍ରଶାସନକୁ ୭ ଦିନ ମଧ୍ୟରେ ଏଥିପାଇଁ ପଦକ୍ଷେପ ନେବାକୁ ହେବ । ବର୍ତ୍ତମାନ ସମସ୍ତଙ୍କର ପୂଜା କରିବାର ଅଧିକାର ରହିବ ।

ଅଡଭୋକେଟ୍‌ ବିଷ୍ଣୁ ଜେନା ଆହୁରି କହିଛନ୍ତି, ୧୯୮୩ ମସିହାରେ ଜଷ୍ଟିସ କୃଷ୍ଣ ମୋହନ ପାଣ୍ଡେ ଦେଇଥିବା ରାୟ ପରି ବାରାଣସୀ କୋର୍ଟର ରାୟକୁ ମୁଁ ଐତିହାସିକ ମନେ କରୁଛି । ଗୋରଖପୁର ବାସିନ୍ଦା ଜେଏମ ପାଣ୍ଡେ ହେଉଛନ୍ତି ପ୍ରଥମ ବିଚାରପତି, ଯାହାଙ୍କ ନିର୍ଦ୍ଦେଶରେ ପୂଜାପାଠ ପାଇଁ ରାମ ମନ୍ଦିର ତାଲା ଖୋଲାଯାଇଥିଲା ।