Advertisment

ହାଇକୋର୍ଟଙ୍କ ବଡ଼ ରାୟ; ବୈଧ ନୁହେଁ ହିନ୍ଦୁ-ମୁସଲିମ୍‌ ବିବାହ

ହିନ୍ଦୁ ମୁସଲିମ ବିବାହକୁ ନେଇ ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ବଡ଼ ରାୟ। ଧର୍ମ ପରିବର୍ତ୍ତନ ବିନା ହିନ୍ଦୁ ଓ ମୁସଲିମ ବିବାହ କରିପାରିବେନି ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

ଅଦ୍ୟତନ ହୋଇଛି
Hindu Muslim Marriage Invalid Under Muslim Personal Law

Marriage Act

Advertisment

ବୈଧ ନୁହେଁ ହିନ୍ଦୁ-ମୁସଲିମ୍‌ ବିବାହ। ହିନ୍ଦୁ-ମୁସଲିମ୍‌ ବିବାହକୁ ନେଇ ବଡ଼ ରାୟ ଶୁଣାଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ। ମୁସଲିମ ପୁଅ ଓ ହିନ୍ଦୁ ଝିଅଙ୍କ ମଧ୍ୟରେ ବିବାହ ମୁସିଲମ ଆଇନ ଅନୁସାରେ ବୈଧ ନୁହେଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ରାୟ ଦେଇଛନ୍ତି। ସେହିପରି ସ୍ପେଶାଲ ମ୍ୟାରେଜ ଆକ୍ଟ ୧୯୫୪ ଅଧୀନରେ ଅନ୍ତଃଧର୍ମ ବିବାହ ପାଇଁ ଜଣେ ଦମ୍ପତି ମାଗିଥିବା ପୋଲିସ ସୁରକ୍ଷା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରି ଦେଇଛନ୍ତି।

Advertisment

ହିନ୍ଦୁ ମୁସଲିମ ବିବାହକୁ ନେଇ ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ବଡ଼ ରାୟ। ଧର୍ମ ପରିବର୍ତ୍ତନ ବିନା ହିନ୍ଦୁ ଓ ମୁସଲିମ ବିବାହ କରିପାରିବେନି ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ହିନ୍ଦୁ ଓ ମୁସଲିମ ଧର୍ମର ଯୁବକ ଯୁବତୀ ପରସ୍ପରକୁ ବିବାହ କରିବାକୁ ହେଲେ ଧର୍ମ ପରିବର୍ତ୍ତନ କରିବା ଜରୁରୀ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଏପରି ବିବାହ ମୁସଲିମ ପର୍ସନାଲ ଲ'ରେ ଏକ ଅଧିନିୟମ ଭାବେ ବିବେଚନା କରାଯାଏ ବୋଲି ରାୟ ଶୁଣାଇବା ସମୟରେ କହିଛନ୍ତି ଜଷ୍ଟିସ ଗୁରୁପାଲ ସିଂ ଆହଲୁୱାଲିଆ।

ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ଚାକିରିଆଙ୍କ ଠୁ କମ୍ ନୁହଁନ୍ତି ଗୃହିଣୀ

Advertisment

ହାଇକୋର୍ଟର ବିଚାରପତି ଜଷ୍ଟିସ ଗୁରପାଲ ସିଂହ ଆଲୁୱାଲିଆ ଏପରି ରାୟ ଦେଇ କହିଛନ୍ତି ଯେ, ମୁସଲିମ ପୁଅ ଓ ହିନ୍ଦୁ ଝିଅଙ୍କ ବିବାହକୁ ମୁସଲିମ ପର୍ସନାଲ ଆଇନ ଅଧିନରେ ଅନିୟମିତତା ବା ଫାସିଦ ବାହାଘର ବୋଲି ବିବେଚନା କରାଯାଏ। ଯଦି ବି ସେମାନେ ସ୍ପେଶାଲ ମ୍ୟାରେଜ ଆକ୍ଟ ୧୯୫୪ ଅଧୀନରେ ବିବାହ କରୁଛନ୍ତି, ତଥାପି ଏହାକୁ ବୈଧ ବୋଲି ଧରାଯାଏ ନାହିଁ। ମାହୋମେଦାନ ଲ’ ଅନୁଯାୟୀ, ମୂର୍ତ୍ତିପୂଜକ କିମ୍ବା ଅଗ୍ନିପୂଜାରେ ବିଶ୍ୱାସ ରଖୁଥିବା ଝିଅ ସହ କୌଣସି ମୁସଲିମ ପୁଅର ବାହାଘରକୁ ବୈଧ ଧରାଯିବ ନାହିଁ। ଯଦି ବି ସ୍ପେଶାଲ ମ୍ୟାରେଜ୍‌ ଆକ୍ଟ ଅଧିନରେ ବିବାହ କରୁଛନ୍ତି, ତେବେ ତାହାକୁ ଫାସିଦ ବାହାଘର ବୋଲି ବିବେଚନା କରାଯିବ ବୋଲି ହାଇକୋର୍ଟ ମେ’ ୨୭ ରେ କହିଛନ୍ତି।

ହାଇକୋର୍ଟ ଜଣେ ମୁସଲିମ ପୁଅ ଓ ହିନ୍ଦୁ ଝିଅର ବିବାହ ଆବେଦନର ଶୁଣାଣି ଉପରେ ଏହି ରାୟ ଶୁଣାଇଛନ୍ତି। ଆବେଦନରେ ଉଭୟ ସ୍ପେଶାଲ ମ୍ୟାରେଜ ଆକ୍ଟ ଅଧିନରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେମାନଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ବାହାଘର ପରେ ମଧ୍ୟ ଦୁଇ ଜଣ ନିଜ ନିଜ ଧର୍ମକୁ ପାଳନ କରିବେ। ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି।

Advertisment

ଅଧିକ ପଢ଼ନ୍ତୁ: ହାଇକୋର୍ଟଙ୍କ ବଡ଼ ରାୟ; ସ୍ତ୍ରୀକୁ ଭୂତ-ପିଶାଚ କହିବା କ୍ରୁରତା ନୁହେଁ..

ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଯୁବତୀ ଜଣକ ମୁସଲିମ୍‌ ପୁଅକୁ ବିବାହ କରିବା ପାଇଁ ଘରୁ ସବୁ ଗହଣା ନେଇ ଯାଇଛନ୍ତି। କୋର୍ଟଙ୍କ କହିବାନୁଯାୟୀ, ଯୁବତୀ ଜଣକ ବିବାହ ପାଇଁ ନିଜ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁନାହାନ୍ତି। ଅପରପକ୍ଷରେ ପୁଅ ମଧ୍ୟ ନିଜ ଧର୍ମ ପରିବର୍ତ୍ତନ କରିବାକୁ ଇଚ୍ଛା କରୁନାହିଁ।

ତେଣୁ ବାହାଘର ପଞ୍ଜିକରଣ ପାଇଁ ସେମାନେ ଯେତେବେଳେ ମ୍ୟାରେଜ ଅଫିସକୁ ଯିବେ ସେତେବେଳେ ସେମାନଙ୍କୁ ପୋଲିସ୍‌ ସୁରକ୍ଷା ଯୋଗାଇ ଦିଆଯାଉ। ଅନ୍ତଃ ଧର୍ମ ବିବାହ ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ ବୈଧ। ଏହାର ସମ୍ପର୍କ ମୁସଲିମ ପର୍ସନାଲ ଲ’ ସହ କୌଣସି ସମ୍ପର୍କ ନାହିଁ ବୋଲି ସେ ଯୁକ୍ତି ରଖିଥିଲେ।

ହେଲେ ହାଇକୋର୍ଟ କହିଛନ୍ତି, ଯେଉଁ ବିବାହ ମୁସଲିମ ଆଇନ ଅନୁସାରେ ବୈଧ ନୁହେଁ, ତା’ହା ସ୍ପେଶାଲ ମ୍ୟାରେଜ ଆକ୍ଟ ଅଧୀନରେ ମଧ୍ୟ ବୈଧ ନୁହେଁ। ସ୍ପେଶାଲ ମ୍ୟାରେଜ ଆକ୍ଟର ଧାରା ୪ରେ କୁହାଯାଇଛି ଯେ ବାହାଘର ସେତେବେଳେ ବୈଧ ହେବ ଯେତେବେଳେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣଙ୍କର ଧର୍ମକୁ ଗ୍ରହଣ କରିବେ। ତେଣୁ ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି।

Marriage Madhya Pradesh High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ