Advertisment

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ଚାକିରିଆଙ୍କ ଠୁ କମ୍ ନୁହଁନ୍ତି ଗୃହିଣୀ

ପରିବାରର ଯତ୍ନ ନେବାରେ ଗୃହିଣୀଙ୍କ ଭୂମିକା ଏବଂ ଗୁରୁତ୍ୱ ଟଙ୍କାରେ କଳନା କରିବା ସମ୍ଭବ ନୁହେଁ। ଯଦି ତାଙ୍କର କାର୍ଯ୍ୟକୁ ଗୋଟି ଗୋଟି କରି ହିସାବ କରାଯାଏ, ତେବେ ଏହା ନିଃସନ୍ଦେହ ଯେ, ଏହା ଖୁବ୍ ଉଚ୍ଚ ଏବଂ ଦୁର୍ମୁଲ୍ୟ।

author-image
Manoranjan Behera
ଅଦ୍ୟତନ ହୋଇଛି
Supreme Court Elevates Homemakers Statu

Housewives In India

ଦରମାପ୍ରାପ୍ତ ବା ଚାକିରିଆ ପରିବାର ସଦସ୍ୟଙ୍କଠୁ କୌଣସି ଗୁଣରେ କମ୍ ନୁହେଁ ଗୃହିଣୀଙ୍କ ଭୂମିକା। ଏକ ଗାଡ଼ି ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାର ଶୁଣାଣି କରି, ହୋମମେକର ବା ଗୃହିଣୀଙ୍କ ସଂପର୍କରେ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କହିଛନ୍ତି, ପରିବାରର ଯତ୍ନ ନେବାରେ ଗୃହିଣୀଙ୍କ ଭୂମିକା ଏବଂ ଗୁରୁତ୍ୱ ଟଙ୍କାରେ କଳନା କରିବା ସମ୍ଭବ ନୁହେଁ। ଯଦି ତାଙ୍କର କାର୍ଯ୍ୟକୁ ଗୋଟି ଗୋଟି କରି ହିସାବ କରାଯାଏ, ତେବେ ଏହା ନିଃସନ୍ଦେହ ଯେ, ଏହା ଖୁବ୍ ଉଚ୍ଚ ଏବଂ ଦୁର୍ମୁଲ୍ୟ। ତେଣୁ ନିର୍ଦ୍ଦିଷ୍ଟ ପରିମାଣର ଆୟ କରୁଥିବା ଜଣେ ପରିବାର ସଦସ୍ୟଙ୍କ ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ, ଗୃହିଣୀଙ୍କ ଭୂମିକା ବି ସେତିକି ଗୁରୁତ୍ୱପୂର୍ଣ୍ଣ।

Advertisment

ସୂଚନା ଅନୁସାରେ, ଉତ୍ତରାଖଣ୍ଡରେ ୨୦୦୬ରେ ଜଣେ ମହିଳାଙ୍କର କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତେବେ କାରର ଇନସ୍ୟୁରାନ୍ସ ନଥିବାରୁ ଏହାର ମାଲିକ ଉକ୍ତ ମହିଳାଙ୍କ ସ୍ୱାମୀ ଏବଂ ନାବାଳକ ପୁଅ ସମେତ ପରିବାରକୁ କ୍ଷତିପୂରଣ ଦେବାର ଥିଲା। ସେତେବେଳେ ଏକ ମୋଟର ଆକ୍ସିଡେଣ୍ଟ ଟ୍ରିବ୍ୟୁନାଲ୍ କ୍ଷତିପୂରଣ ରାଶିକୁ ଅଢ଼େଇ ଲକ୍ଷ ଟଙ୍କା ବୋଲି ଧାର୍ଯ୍ୟ କରିଥିଲେ। ତେବେ ଏଥିରେ ଅସନ୍ତୁଷ୍ଟ ହୋଇ ମହିଳାଙ୍କ ପରିବାର ଉତ୍ତରାଖଣ୍ଡ ହାଇକୋର୍ଟରେ ଅଧିକ କ୍ଷତିପୂରଣ ପାଇଁ ଅପିଲ୍ କରିଥିଲେ।

ହେଲେ ମହିଳା ଜଣକ ଗୃହିଣୀ ହୋଇଥିବାରୁ ତାଙ୍କର ଲାଇଫ ଏକ୍ସପେକ୍ଟାନ୍ସି ଏବଂ ସର୍ବନିମ୍ନ ଜାତୀୟ ଆୟ ଆଧାରରେ ଏହି ଆବେଦନକୁ ୨୦୧୭ରେ ଖାରଜ କରିଦେଇଥିଲେ ହାଇକୋର୍ଟ। ଏହାପରେ ମହିଳାଙ୍କ ପରିବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିରେ ଜଷ୍ଟିସ ସୁର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ କେ.ଭି. ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି ବଡ଼ ରାୟ। କ୍ଷତିପୂରଣ ରାଶିକୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ଏବଂ ଏହାକୁ ୬ ସପ୍ତାହ ଭିତରେ ଦେବାକୁ କହିଛନ୍ତି। ଜଣେ ଗୃହିଣୀଙ୍କ ଆୟ କିପରି ଜଣେ ଦିନ ମଜୁରିଆ ଆୟ ଠାରୁ ବି କମ୍ ବୋଲି ଗ୍ରହଣ କରାଯାଇପାରିବ ବୋଲି ପ୍ରଶ୍ନ କରିବା ସହିତ, ଗୃହିଣୀମାନଙ୍କ ମୂଲ୍ୟକୁ କେବେବି ନ୍ୟୁନ ଭାବିବା ଉଚିତ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି।

Advertisment
Supreme Court Housewives In India
Advertisment
Advertisment