• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସାତ ଫେରା ଏବଂ ହିନ୍ଦୁ ରୀତିନୀତି ବିନା ହିନ୍ଦୁ ବିବାହ ବୈଧ ନୁହେଁ । ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ବିଚାର ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଛାଡ଼ପତ୍ର ନ ଦେଇ ତାଙ୍କଠାରୁ ପୃଥକ୍‌ ରହୁଥିବା ସ୍ତ୍ରୀ ଅନ୍ୟତ୍ର ବିବାହ କରିଥିବା ଅଭିଯୋଗ କରି ଜଣେ ବ୍ୟକ୍ତି ଏକ ମାମଲା ଦାଏର କରିଥିଲେ । ଅଦାଲତ ଏହି ମାମଲାକୁ ଖାରଜ କରିଛନ୍ତି ।

ହିନ୍ଦୁ ରୀତିନୀତିରେ ବିବାହକୁ ନେଇ ଅନେକ ସମୟରେ ତର୍କ ହୁଏ । ଏକ ବିବାହ ବାସ୍ତବରେ କିପରି ହେବା ଉଚିତ୍? ଏଥିରେ ପରମ୍ପରା ମୁଖ୍ୟ ନା ଆଇନଗତ ପ୍ରକ୍ରିୟା ଆଗ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜେ, ଆଉ ତର୍କବିତର୍କ ବି ହୁଏ । ଏସବୁ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଦେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ । କୋର୍ଟ କହିଛନ୍ତି, ହିନ୍ଦୁ ବିବାହ ଆଇନରେ ରୀତିନୀତିକୁ ଶ୍ରେଷ୍ଠତା ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟୀ, ୨୦୧୭ରେ ଉତ୍ତର ପ୍ରଦେଶର ମିର୍ଜାପୁରରେ ସ୍ମୃତି ସିଂହ ଓ ସତ୍ୟମ୍‌ ସିଂହଙ୍କ ବିବାହ ହୋଇଥିଲା । କିନ୍ତୁ, ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତତା ଆସିବରୁ ସ୍ମୃତି ଶାଶୂଘର ଛାଡ଼ି ଚାଲିଯିବା ସହିତ ଯୌତୁକ ନିର୍ଯାତନା ଦିଆଯାଇଥିବା ଉଲ୍ଲେଖ କରି ଏକ ମାମଲା ରୁଜୁ କରିଥିଲେ । ତଦନ୍ତ କରି ପୋଲିସ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କ ନାମରେ ମାମଲା ରୁଜୁ କରିଥିଲା ।

ଅଦାଲତ ଏହି ମାମଲାର ଶୁଣାଣି ସମୟରେ କହିଛନ୍ତି, ଯେଉଁ ବିବାହରେ 'ସପ୍ତପଦୀ' ଅର୍ଥାତ୍ ଅଗ୍ନିକୁ ସାକ୍ଷୀ ରଖି ବର-କନ୍ୟା ସାତ ଫେରା ନେଇନହାନ୍ତି କିମ୍ବା ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇନାହିଁ ସେ ବିବାହ ହିନ୍ଦୁ ବିବାହ ଆଇନ ଅନୁସାରେ ବୈଧ ନୁହେଁ । ଆଉ ହିନ୍ଦୁ ରୀତି ଆଧାରରେ ଯେଉଁ ବିବାହ ବୈଧ ନୁହେଁ ତାକୁ ବିବାହ ବୋଲି ମାନି ନିଆଯିବ ନାହିଁ ବୋଲି କୋର୍ଟ କହିଛନ୍ତି ।