/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668222523.jpg)
Himachal Pradesh
ଆଜି ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ । ୬୮ ଆସନ ବିଶିଷ୍ଟ ଏହି ନିର୍ବାଚନ ପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ମତଦାନ, ଯାହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ରାଜ୍ୟରେ ମୋଟ ୭ ହଜାର ୮ଶହ ୮୪ଟି ବୁଥ୍ କରାଯାଇଛି । ମଇଦାନରେ ଅଛନ୍ତି ୪୧୨ ଜଣ ଆଶାୟୀ ।
ଏଠାରେ ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ଜୋରଦାର ଟକ୍କର ହେଉଛି । ହିମାଚଳ ପ୍ରଦେଶର ଟ୍ରେଣ୍ଡ କହୁଛି, ଏଠାରେ ପ୍ରତି ନିର୍ବାଚନରେ ଭୋଟର ଶାସନ ଗାଦି ପରିବର୍ତ୍ତନ କରନ୍ତି । ଅର୍ଥାତ୍ ଯେଉଁ ଦଳ କ୍ଷମତାରେ ଥାଏ, ତାକୁ ପରାଜୟର ସାମ୍ନା କରିବାକୁ ପଡିଥାଏ । ତେବେ ଏଥର ଇତିହାସ ବଦଳିବ ଏବଂ ବିଜେପି ପୁଣିଥରେ କ୍ଷମତା ହାସଲ କରିବ ବୋଲି ଆଶା ରଖିଛି ।
ସେପଟେ କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ଲକ୍ଷ୍ୟ ରଖି ନିର୍ବାଚନୀ ଇସ୍ତାହାରରେ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇଛି । ଡିସେମ୍ବର ୮ ତାରିଖରେ ଆସିବ ହିମାଚଳ ପ୍ରଦେଶର ଜନାଦେଶ ।
ଗତ ଦୁଇଟି ନିର୍ବାଚନରେ ​​ଖରାପ ପ୍ରଦର୍ଶନ କରିଥିବା କଂଗ୍ରେସ ପାଇଁ ହିମାଚଳ ପ୍ରଦେଶ ନିର୍ବାଚନ ଏକ ଚ୍ୟାଲେଞ୍ଜ ସଦୃଶ ହୋଇଛି। ବର୍ତ୍ତମାନର ଯୁଗରେ କଂଗ୍ରେସ ପାଇଁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରେ କେହି ଜଣେ (ମଲ୍ଲିକାର୍ଜୁନ ଖାଡଗେ) ଦଳର ମୁଖିଆ ପଦ ସମ୍ଭାଳିଛନ୍ତି । ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏହି ରାଜ୍ୟରେ ନିର୍ବାଚନୀ ପ୍ରଚାରରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିଛନ୍ତି। ଏଭଳି ପରିସ୍ଥିତିରେ ଯଦି କୌଣସି ଲାଭ କିମ୍ବା କ୍ଷତି ହୁଏ, ତେବେ ଏହା ଗାନ୍ଧୀ ପରିବାରର ନୁହେଁ, ମଲ୍ଲିକାର୍ଜୁନ ଖାଡଗେ ଏବଂ କଂଗ୍ରେସ ସଂଗଠନର ଆକାଉଣ୍ଟକୁ ସିଧାସଳଖ ଯିବ ବୋଲି ଆଲୋଚନା ହେଉଛି।
HIMACHALA_ASSEMBLE_PHOTO_BE
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)