Advertisment

ଆମେରିକା ଗସ୍ତରେ ମୋଦି; ୨୪ରେ ବାଇଡେନ୍‌ଙ୍କ ସହ ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଆସନ୍ତା ୨୪ ରେ  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଓ୍ୱାଶିଂଟନରେ ବିଶ୍ୱର ଏହି ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ  ବୋଲି ହ୍ୱାଇଟ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଅଦ୍ୟତନ ହୋଇଛି
High Level meeting with Biden and Modi

High Level meeting with Biden and Modi

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଆସନ୍ତା ୨୪ ରେ  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଓ୍ୱାଶିଂଟନରେ ବିଶ୍ୱର ଏହି ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ  ବୋଲି ହ୍ୱାଇଟ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Advertisment

  ପ୍ରଧାନମନ୍ତ୍ରୀ ମୋଦି ଏହି ଆମେରିକା ଗସ୍ତ ସମୟରେ କ୍ୱାଡ୍ ସମ୍ମିଳନୀରେ ଯୋଗ ଦେବାର କାଯ୍ୟକ୍ରମ ରହିଛି।  କ୍ୱାଡ୍ ସଦସ୍ୟ ଭାବେ ବ୍ୟକ୍ତିଗତ ଭାବେ ସେ ଏହି ସମ୍ମିଳନୀରେ ଯୋଗ ଦେବେ।  ଏହି ଅବସରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ । ମୋଦି  ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ସହିତ ପ୍ରମୁଖ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ  । 

ବିଶେଷ କରି ଆଫଗାନିସ୍ତାନର ସ୍ଥିତି, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, କୋଭିଡ୍ ମୁକାବିଲା, ଟେକ୍ନୋଲୋଜି ଓ ସାଇବର ସ୍ପେସ୍ କ୍ଷେତ୍ରରେ ଭାଗିଦାରୀ ଆଦି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

Advertisment

ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ତାରିଖ ଆମେରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସଂଯୁକ୍ତ ରାଷ୍ଟ୍ର ମହାସଭା (UNGA) ୭୬ ସମ୍ମେଳନରେ ଯୋଗ ଦେବା ସହ ବିଶ୍ୱସ୍ତରୀୟ ନେତାଙ୍କ ସହ ବୈଠକ କରିବେ। ଏହି ଅବସରରେ ବିଶ୍ୱର ପ୍ରାୟ ୧୦୦ ଦେଶର ରାଷ୍ଟ୍ରମୁଖ୍ୟମାନେ ଆମେରିକା ଆସୁଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ସହ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ମଧ୍ୟ ଉପସ୍ଥିତ ରହିବେ।  
ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୨୫ରେ ଏକ ଆଲୋଚନା ସମୟରେ ସମ୍ବୋଧନ କରିପାରନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୨୪ ତାରିଖ ବାଇଡେନ୍‌ଙ୍କ ସହ ବୈଠକ ରହିଛି। 

Advertisment

ହ୍ୱାଇଟ ହାଉସ୍‌ ପକ୍ଷରୁ ରାଷ୍ଟ୍ରପତି ବାଇଡେନଙ୍କ ସାପ୍ତାହିକ କାର୍ଯ୍ୟକ୍ରମ ଜାରି କରି କୁହାଯାଇଛି, ବାଇଡେନ୍‌ ୨୪ ତାରିଖ ଜାପାନ ପ୍ରଧାନମନ୍ତ୍ରୀ ସୁଗା ୟୋଶୀହିଦେଙ୍କୁ ସାକ୍ଷାତ କରିବେ। ଏହି ବୈଠକରେ ପିଏମ ମୋଦି, ସୁଗା ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କାଟ ମୋରିସନ ଯୋଗ ଦେବେ ଏବଂ ଏହା ହ୍ୱାଇଟ ହାଉସରେ ହେବ। କ୍ୱାଡ ନେତାଙ୍କ ଶିଖର ସମ୍ମିଳନୀ ପୂର୍ବରୁ ହ୍ୱାଇଟ ହାଉସରେ ପ୍ରଥମ ଥର ପାଇଁ ବାଇଡେନଙ୍କ ଦ୍ୱାରା ଏପରି ବ୍ୟକ୍ତିଗତ ବୈଠକର ଆୟୋଜନ କରାଯାଇଛି।

Narendra Modi Joe Biden Quad Summit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ