Advertisment

ଆନ୍ଧ୍ରରେ ଗୁଲାବର ପ୍ରଭାବ: ପ୍ରବଳ ବର୍ଷାରେ ୩ ଜିଲ୍ଲା ଉବୁଟୁବୁ

ଅଧିକାଂଶ ଘରେ ପାଣି ପଶି ବହୁ ଆସବାବପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ ସୂଚନା ପାଇ ବିଶାଖାପାଟଣା ଜିଲ୍ଲାପାଳ, ମେୟର ଘଟଣାସ୍ଥଳ ପରିଦର୍ଶନ କରି ଲୋକଙ୍କୁ ସ୍ଥାନାନ୍ତର କରିବା ସହ ପାଣି ନିଷ୍କାସନର ବ୍ୟବସ୍ଥା କରୁଛନ୍ତି।

undefined

Cyclone Effect In Andhra Pradesh

Advertisment

ବିଶାଖାପାଟଣା (ଯଶୋବନ୍ତ ପାଢ଼ୀ): ବାତ୍ୟା ଗୁଲାବ ଆଣିଲା ବନ୍ୟା। ବାତ୍ୟା ଜନିତ ପ୍ରବଳ ବର୍ଷାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ଶ୍ରୀକାକୁଲମ, ବିଜୟନଗରମ ଜିଲ୍ଲା ବହୁତ ପ୍ରଭାବିତ ହୋଇଛନ୍ତି। ବାତ୍ୟା ପ୍ରଭାବରେ ଗତକାଲି ଠାରୁ ବର୍ତ୍ତମାନ ସୁଦ୍ଧା ବର୍ଷା ଲାଗି ରହିଥିବାରୁ ୩ ଜିଲ୍ଲାର ବାସିନ୍ଦା ବର୍ତ୍ତମାନ ପାଣିଘେରରେ ରହିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ବିଶାଖାପାଟଣା ସହରର ଅଧିକାଂଶ ଅଞ୍ଚଳ ବର୍ତ୍ତମାନ ପାଣି ଘେରରେ ରହିଛନ୍ତି।

Advertisment

ଅଧିକାଂଶ ଘରେ ପାଣି ପଶି ବହୁ ଆସବାବପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ ସୂଚନା ପାଇ ବିଶାଖାପାଟଣା ଜିଲ୍ଲାପାଳ, ମେୟର ଘଟଣାସ୍ଥଳ ପରିଦର୍ଶନ କରି ଲୋକଙ୍କୁ ସ୍ଥାନାନ୍ତର କରିବା ସହ ପାଣି ନିଷ୍କାସନର ବ୍ୟବସ୍ଥା କରୁଛନ୍ତି।

ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ ବିଶାଖାପାଟଣା ସହର ସଂପୂର୍ଣ୍ଣ ଜଳମଗ୍ନ ଦେଖାଯାଉଛି, ଯେଉଁ ଆଡ଼େ ଚାହିଁବ ଖାଲି ପାଣି ପାଣି ହିଁ ଦେଖାଯାଉଛି। ଅପରପକ୍ଷରେ ବିଶାଖାପାଟଣା ଜିଲାର ପାହାଡିଆ ଓ ମାଓପ୍ରବଣ ଇଲାକାରେ ବର୍ଷା ଯୋଗୁଁ ବହୁ ନଦୀରେ ପାଣି ବିପଦ ସଙ୍କେତ ଉପରେ ରହିଛି। ରାସ୍ତା ଧୋଇ ହୋଇଯାଇଛି, ଯାହା ଦ୍ଵାରା ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।

Advertisment

ଆନ୍ଧ୍ରର ଶ୍ରୀକାକୁଲମରେ ସମୁଦ୍ରରେ ଡଙ୍ଗା ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ଗତକାଲି ୬ ଜଣ ମତ୍ସ୍ୟଜୀବୀ ଫେରୁଥିବା ବେଳେ ଉଚ୍ଚ ଜୁଆର ମାଡ଼ରେ ଡଙ୍ଗା ଓଲଟି ପଡିଥିଲା। ତେବେ ୩ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ କୂଳକୁ ଫେରିଥିବା ସୂଚନା ମିଳିଛି।

ବାତ୍ୟା ପାଇଁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଥିଲା। ଆନ୍ଧ୍ର ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଗୁଲାବ ଲ୍ୟାଣ୍ଡଫଲ୍ କରିଥିଲା। ଶ୍ରୀକାକୁଲମରେ ବର୍ତ୍ତମାନ ୭୦ କିମି ବେଗରେ ପବନ ବହୁଛି। 

Advertisment
Andhra Pradesh Landfall Cyclone Gulab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ