ଆନ୍ଧ୍ର ଓ ତେଲେଙ୍ଗାନାରେ ବନ୍ୟା ବିତ୍ପାତ; ଦବିଲା ରାସ୍ତା, ବୁଡ଼ିଲା ଘର

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବନ୍ୟାର କରୁଣ ଦୃଶ୍ୟ ଛାତି ଦୋହଲାଇ ଦେଇଛି । ଆନ୍ଧ୍ରପ୍ରଦେଶ ମେହେବୁବାବାଦ ଜିଲ୍ଲାରେ ରେଳ ଚଳାଚଳରେ ବ୍ୟାପକ ସମସ୍ୟା ଦେଖା ଦେଇଛି ।

Flood

ଉପୁଡ଼ି ପଡ଼ିଲା ଟ୍ରେନ୍ ଟ୍ରାକ୍ । ଦବିଗଲା ରାସ୍ତା, ଭାସିଗଲା ଘର । ବୁଡ଼ିଗଲା ବର୍ଷ ବର୍ଷର କଷ୍ଟ ଉପାର୍ଜିତ ସମ୍ପତ୍ତି। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବନ୍ୟାର କରୁଣ ଦୃଶ୍ୟ ଛାତି ଦୋହଲାଇ ଦେଇଛି । ଆନ୍ଧ୍ରପ୍ରଦେଶ ମେହେବୁବାବାଦ ଜିଲ୍ଲାରେ ରେଳ ଚଳାଚଳରେ ବ୍ୟାପକ ସମସ୍ୟା ଦେଖା ଦେଇଛି ।

କେସାମୁଦରମ-ମେହେବୁବାବାଦ୍ ରୁଟରେ ରେଳ ଟ୍ରାକ୍ ସମ୍ପୂର୍ଣ୍ଣ ଉପୁଡ଼ି ପଡ଼ିଛି । ସେହିପରି ନେଲୁରୁ ଓ କୁର୍ଣ୍ଣଲ ଜିଲ୍ଲାରେ ରେସ୍କ୍ୟୁ ବେଳେ ଛାତି ଥରାଇଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବନ୍ୟା ପାଣିର ସୁଅ ଘର ଭିତରେ ପଶି ଯାଇଛି, ପାଣି ଗାଁ ଭିତରେ ସୁଅ କାଟୁଛି । ପରିସ୍ଥିତି ଏମିତି ହୋଇଛି କି ଲୋକେ ଦଉଡ଼ି ବାନ୍ଧି ଜୀବନ ବଞ୍ଚାଇଛନ୍ତି । ବିଭିନ୍ନ ଅଞ୍ଚଳର ମୁଖ୍ୟ ରାସ୍ତା ଦୁଇରୁ ତିନି ଫୁଟ୍ ଦବି ଯାଇଛି। ଏମିତି ନିଜ ଗୃହପାଳିତ ପଶୁଙ୍କୁ ଦଉଡ଼ି ସହାୟତାରେ ରାସ୍ତା ପାର କରାଇଛନ୍ତି ଲୋକେ ।

ସୂଚନା ଅନୁସାରେ ଗତ ସପ୍ତାହରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଲଗାଣ ବର୍ଷା ପରେ ସ୍ଥିତି ବିଗିଡ଼ିଛି । ଗୋଦାବରୀ ନଦୀ ଓ ଶାଖା ନଦୀରେ ବନ୍ୟା ପାଣି ଏବେ ଜନବସତି, ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତି କରିଛି ।