Advertisment

ୟୁପିରେ ପ୍ରବଳ ବର୍ଷା; ମୃତ୍ୟୁ ସଂଖ୍ୟା ୨୭ ଛୁଇଁଲା

ପ୍ରବଳ ବର୍ଷା ଯୋଗୁ ଦେଶର ଅନେକ ସ୍ଥାନରେ ଜନଜୀବନ ବ୍ୟାହତ ହୋଇଛି। ରାଜଧାନୀ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ମୂଷଳଧାରରେ ବର୍ଷା ଲାଗି ରହିଛି। ବର୍ଷାରେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି। ଉତ୍ତରପ୍ରଦେଶରେ ପରିସ୍ଥିତିକୁ ଦେଖି ଅନେକ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅନେକ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି।

ଅଦ୍ୟତନ ହୋଇଛି
Uttar Pradesh Rainfall

heavy rain in UP

Advertisment

ପ୍ରବଳ ବର୍ଷା ଯୋଗୁ ଦେଶର ଅନେକ ସ୍ଥାନରେ ଜନଜୀବନ ବ୍ୟାହତ ହୋଇଛି। ରାଜଧାନୀ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ମୂଷଳଧାରରେ ବର୍ଷା ଲାଗି ରହିଛି। ବର୍ଷାରେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି। ଉତ୍ତରପ୍ରଦେଶରେ ପରିସ୍ଥିତିକୁ ଦେଖି ଅନେକ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅନେକ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ଉତ୍ତର ପ୍ରଦେଶରେ ଝାଂସି, ଜାଲୌନ, ବାନ୍ଦା, ହମୀରପୁର, କାନପୁର ନଗର, କାନପୁର ଦେହାତ, ଉନ୍ନାବ, ହରଦୋଇ, କନୌଜ, ଇଟାୱା, ମୈନପୁରୀ ଆଦି ଜିଲ୍ଲାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସତର୍କ କରାଇ ଦିଆଯାଇଛି।

Advertisment

ଏହାବ୍ୟତୀତ ପ୍ରବଳ ବର୍ଷା ଯୋଗୁ ଫରୁଖାବାଦ, ଏଟା, ଆଗ୍ରା, ମଥୁରା, ଅଲିଗଡ, ଗୌତମବୁଦ୍ଧ ନଗର, ବୁଲନ୍ଦ ସହର, ସମ୍ଭଳ, ଅମରୋହା, ହାପୁଡ, ଗାଜିଆବାଦ, ମେରଠ ଆଦି ଅଞ୍ଚଳରେ ଆଲର୍ଟ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ଯେ ଆସନ୍ତା ୨ ଦିନ ପାଇଁ ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ପଶ୍ଚିମ ମଧ୍ୟ ପ୍ରଦେଶ, ପୂର୍ବ ରାଜସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଇଏମଡି ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ କର୍ଣ୍ଣାଟକର କେତେକ ଅଞ୍ଚଳରେ ଅକ୍ଟୋବାର ୯ରୁ ବର୍ଷା ଲାଗି ରହିଛି ଏବଂ ଏହା ୧୧ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ସେହିପରି ପଶ୍ଚିମବଙ୍ଗ ଏବଂ ସିକ୍କିମ୍‌ରେ ୧୦ରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ମିଳିଥିବା ଖବର ଅନୁଯାୟୀ, ଉତ୍ତର ପ୍ରଦେଶରେ ୫ ଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଲାଣି। ବର୍ଷା ଯୋଗୁ ରାଜ୍ୟର ବ୍ୟାପକ କ୍ଷୟକ୍ଷତି ହେବା ସହ ଧନଜୀବନ ନଷ୍ଟ ହେଲାଣି। ବ୍ୟାପକ ଫସଲ ବର୍ଷା ଜଳରେ ବୁଡି ରହିଛି। ପାଣିପାଗ ସୂଚନାକୁ ଭିତ୍ତିକରି ରାଜ୍ୟର ୫ଟି ଜିଲ୍ଲାରେ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଡଭାଇଜରୀ ଜାରି କରି ସମସ୍ତ ଅଧିକାରୀଙ୍କୁ ସଚେତନ ରହିବା ପାଇଁ ସତର୍କ କରାଇ ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ତୁରନ୍ତ ସହାୟତା ରାଶି ପଞ୍ଚାଇବା ପାଇ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

Advertisment
Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ