Advertisment

Heavy Rain Disrupts Delhi: ରାଜଧାନୀକୁ ରେଡ୍‌ ଆଲର୍ଟ; ଝଡ଼ବର୍ଷା ହେବ, ୭୦ରୁ ୮୦ କିମି ବେଗରେ ବୋହିବ ପବନ

ବର୍ଷା ଯୋଗୁ ଯୋଗୁ ବିମାନ ସେବା ପ୍ରଭାବିତ ହୋଇଛି। ୪୦ଟି ବିମାନର ଗତିପଥ ପରିବର୍ତ୍ତନ ହୋଇଥିବା ବେଳେ ୧୦୦ରୁ ଅଧିକ ବିମାନର ଚଳାଚଳରେ ବିଳମ୍ବ ହୋଇଛି।

ଅଦ୍ୟତନ ହୋଇଛି
Rain

Rain

Advertisment

ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ରାଜଧାନୀ ବାସିନ୍ଦା। ଆଜି ସକାଳୁ କିଛି ଘଣ୍ଟାର ଲଗାଣ ବର୍ଷା ସହ ଝଡ଼ ପବନ ଯୋଗୁ ଦିଲ୍ଲୀରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାଘାଟରେ ଗାଡ଼ିମୋଟର ଅଟକି ରହିବା ସହ ରାସ୍ତା ଉପରେ ଲହଡି ମାରୁଛି ପାଣି।

Advertisment

ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ପିଇଥିବା ବଲାଙ୍ଗିର ଚା’କୁ ମନେ ପକାଇଲେ ମୋଦି

ବର୍ଷା ଯୋଗୁ ଯୋଗୁ ବିମାନ ସେବା ପ୍ରଭାବିତ ହୋଇଛି। ୪୦ଟି ବିମାନର ଗତିପଥ ପରିବର୍ତ୍ତନ ହୋଇଥିବା ବେଳେ ୧୦୦ରୁ ଅଧିକ ବିମାନର ଚଳାଚଳରେ ବିଳମ୍ବ ହୋଇଛି। ଲଗାଣ ବର୍ଷା ଫଳରେ ଅନେକ ତଳିଆ ଅଞ୍ଚଳରେ ଥିବା ଘରେ ପାଣି ପଶିଯାଇଛି। ଫଳରେ ଘରେ ଭିତରେ ଆସବାବପତ୍ର ଭାଶୁଛି।  ଦିଲ୍ଲୀ-ଏନ୍‌ସିଆର୍‌ର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଛି। ବର୍ଷା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଦିଲ୍ଲୀ ପାଇଁ ଆଜି ରେଡ୍ ଆଲର୍ଟ ଜାରି କରାଯାଇଛି। ଆଜି ଦିଲ୍ଲୀରେ ପ୍ରବଳ ବର୍ଷା ସହ ୭୦ରୁ ୮୦ କିମି ବେଗରେ ପବନ ବୋହିବ ବୋଲି ପୂର୍ବାନୁମାନ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ‘ଦିନେ ମୋଦିଙ୍କୁ ଭେଟିବା ପାଇଁ ବାପାଙ୍କଠୁ ମାଡ଼ ଖାଇଥିଲି, ଏବେ ଚା’ ପିଆଇଲି...’

Delhi Heavy Rainfall Alert Heavy Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ