Advertisment

ଏମିତି ବଢୁଛି ମାଛର ଓଜନ; ପ୍ରତିଦିନ ଖାଇଲେ ଚାଲିଯାଇପାରେ ଜୀବନ !!

ଦକ୍ଷିଣ ଭାରତର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରୁ ପ୍ରାୟତଃ ସାମୁଦ୍ରିକ ମାଛ ସାରା ଦେଶକୁ ପଠାଯାଏ। ବର୍ତ୍ତମାନ ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ମାଛର ଓଜନ ଅଧିକ କରିବା ପାଇଁ ତାଙ୍କୁ ବିଷାକ୍ତ ପଦାର୍ଥ ଦିଆଯାଉଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Sea Fish

Sea Fish

ଓଜନ ବଢ଼ାଇବା ପାଇଁ ମାଛଙ୍କୁ ଦିଆଯାଉଛି ଓଜନିଆ ପଦାର୍ଥ। ମେଟାଲ ଜିଙ୍କ, କାଡମିୟମ୍‌ ଏବଂ କ୍ରୋମିୟମ ଭଳି ବିଶାକ୍ତ ପଦାର୍ଥ ମାଛ ପେଟରୁ ରିସର୍ଚ୍ଚ ବେଳେ ମିଳିଛି। ଯାହାକି ମନୁଷ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ। କେରଳ କୋଚିରେ ଥିବା କୋଚିନ୍ ୟୁନିଭରସିଟି ଫର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (Cusat) ଏବଂ ନ୍ୟାସନାଲ ସେଣ୍ଟର୍ ଫର କୋଷ୍ଟାଲ୍ ରିସର୍ଚ୍ଚର ପରୀକ୍ଷା ପରେ ସତ ସାମ୍ନାକୁ ଆସିଛି।

Advertisment

ଦକ୍ଷିଣ ଭାରତର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରୁ ପ୍ରାୟତଃ ସାମୁଦ୍ରିକ ମାଛ ସାରା ଦେଶକୁ ପଠାଯାଏ। ବର୍ତ୍ତମାନ ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ମାଛର ଅଧିକ ଓଜନ ପାଇଁ ତାଙ୍କୁ ବିଷାକ୍ତ ପଦାର୍ଥ ଦିଆଯାଉଛି। ଯାହା ଫଳରେ ତାଙ୍କ ଓଜନ ଅଧିକ ରହୁଛି। କେରଳର ପ୍ରାୟ ଅଞ୍ଚଳରେ ମିଳୁଥିବା ବିଭିନ୍ନ ପ୍ରଜାତିର ସାମୁଦ୍ରିକ ମାଛଙ୍କ ମଧ୍ୟରେ ଓଜନିଆ ବିଷାକ୍ତ ପଦାର୍ଥ ଦେଖିବାକୁ ମିଳିଛି।

ବର୍ଷ ବର୍ଷ ଧରି ମାଛର ବିଭିନ୍ନ ପ୍ରଜାତି ଉପରେ ରିସର୍ଚ୍ଚ କରାଯାଉଛି। ଦେଶର କୋଣ ଅନୁକୋଣରୁ ମିଳୁଥିବା ମାଛ ଉପରେ ପରୀକ୍ଷା ମଧ୍ୟ କରାଯାଉଛି। ନିକଟରେ କୋଚିରେ ହୋଇଥିବା ଏକ ପରୀକ୍ଷାରେ ମାଛ ମଧ୍ୟରୁ ବିଷାକ୍ତ ପଦାର୍ଥ ଯେପରିକି ମେଟାଲ ଜିଙ୍କ, କାଡମିୟମ୍‌ ଏବଂ କ୍ରୋମିୟମ ଆଦି ରହିଥିବା ଦେଖିବାକୁ ମିଳିଛି। ଯେହେତୁ ଦୈନନ୍ଦିନ ଜୀବନରେ ମଣିଷ ଆମିଷ ଖାଦ୍ୟ ଭାବେ ମାଛ ଉପରେ ଅଧିକ ନିର୍ଭର କରୁଛନ୍ତି, ତେଣୁଏହା ମଣିଷଙ୍କ ଜୀବନ ପ୍ରତି ହାନିକାରକ। ଖାଲି ସେତିକି ନୁହେଁ, ଏହି ମାଛ ସ୍ୱାସ୍ଥ୍ୟ ଉପରେ ସାଂଘାତିକ ପ୍ରଭାବ ପକାଇବାର ଆଶଂଙ୍କା ରହିଛି।

Advertisment

ମୁଖ୍ୟତଃ ଉପକୂଳବର୍ତ୍ତୀ ଅଞ୍ଚଳରେ ମିଳୁଥିବା ସାମୁଦ୍ରିକ ମାଛଙ୍କ ମଧ୍ୟରେ ଏହି ପଦାର୍ଥ ଥିବା ଦେଖିବାକୁ ମିଳୁଛି। ରିସର୍ଚ୍ଚରୁ ଜଣାପଡ଼ିଛି ମାଛର ଓଜନ ବଢ଼ାଇବା ପାଇଁ ଏପରି କରାଯାଉଛି। ଓଜନ ବଢ଼ିଲେ ମାଛର ବିକ୍ରି ଅଧିକ ହେବା ଆଶାରେ ମାଛ ଧରାଳୀମାନେ ଏଭଳି କରୁଥିବା କୁହାଯାଉଛି। ତେବେ ଏଥିପ୍ରତି ସରକାରଙ୍କ ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସଚେତନ କରାଯାଉଛି। ନିଜର ବେପାର ବୃଦ୍ଧି ପାଇଁ ଏଭଳି ବେଆଇନ କାମ କରୁଥିବା ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Fishing
Advertisment
Advertisment