Advertisment

ଦିଲ୍ଲୀରେ ୪୯ ଡିଗ୍ରୀ ଟପିଲା ତାପମାତ୍ରା

୧୯୬୬ ପରେ ଆଜି ଗୁରଗାଁଓର ତାପମାତ୍ରା ରେକର୍ଡ ଛୁଇଁଛି।

undefined

Hot Wave

Advertisment

ରାଜଧାନୀ ଦିଲ୍ଲୀରେ ରେକର୍ଡ ତାପମାତ୍ରା। ଆଜି ଦିଲ୍ଲୀ ମହାନଗରୀର ଦିନର ସର୍ବାଧିକ ତାପମାତ୍ରା ୪୯ ଡିଗ୍ରୀ ପାର କରିଛି। ଉତ୍ତର-ପଶ୍ଚିମ ଦିଲ୍ଲୀରେ ମୁଙ୍ଗେସପୁରରେ ତାପମାତ୍ରା ୪୯.୨ ଡିଗ୍ରୀ ଛୁଇଁଥିବା ବେଳେ ନଜଫଗଡ଼ରେ ୪୯.୧ ଡିଗ୍ରୀ ରେକର୍ଡ କରାଯାଇଥିଲା। ପ୍ରବଳ ଗରମ ଓ ଗୁଳୁଗୁଳିରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେବାରୁ ଲୋକେ ତ୍ରାହି ତ୍ରାହି ଡାକିଥିଲେ।

Advertisment

ଚଳିତ ବର୍ଷ ପ୍ରଥମଥର ପାଇଁ ତାପମାତ୍ରା ୪୯ ଡିଗ୍ରୀ ଛୁଇଁଛି। ସେପଟେ ଗୁରଗାଁଓରେ ଆଜିର ତାପମାତ୍ରା ୪୮ .୧ ଡିଗ୍ରୀ ରେକର୍ଡ ହୋଇଛି। ୧୯୬୬ ପରେ ଆଜି ଗୁରଗାଁଓର ତାପମାତ୍ରା ରେକର୍ଡ ଛୁଇଁଛି।

ତେବେ ଆସନ୍ତାକାଲି ସୁଦ୍ଧା ଦିଲ୍ଲୀରେ କାଳବୈଶାଖୀର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଫଳରେ ଦିଲ୍ଲୀବାସୀଙ୍କୁ ତାତିରୁ ସାମାନ୍ୟ ତ୍ରାହି ମିଳିପାରେ।

Advertisment
Heat Wave Warning Heat Wave In Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ