Advertisment

Warning: ମୋବାଇଲ ନିଶାକୁ ନେଇ ବଢ଼ିଲା ଚିନ୍ତା; କାନରେ ଲଗାଉଛନ୍ତି କି ହେଡଫୋନ୍, ଇଅରଫୋନ୍ ଓ ଇଅର୍ ପ୍ଲଗ୍ ?

ଘଣ୍ଟା ଘଣ୍ଟା ଧରି ହେଡଫୋନ୍, ଇଅରଫୋନ୍ ଓ ଇଅରପ୍ଲଗ୍ ଲଗାଉଥିଲେ ସାବଧାନ । ଏସବୁର ମାତ୍ରାଧିକ ବ୍ୟବହାର ସବୁଦିନ ପାଇଁ ଶ୍ରବଣ ଶକ୍ତି ଛଡ଼ାଇ ନେଇପାରେ । ସବୁ ରାଜ୍ୟକୁ ଏଭଳି ସତର୍କ ଚିଠି ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

Ear Phone

Ear Phone

Advertisment

ଘଣ୍ଟା ଘଣ୍ଟା ଧରି ହେଡଫୋନ୍, ଇଅରଫୋନ୍ ଓ ଇଅରପ୍ଲଗ୍ ଲଗାଉଥିଲେ ହୋଇଯାଆନ୍ତୁ ସାବଧାନ । ଏସବୁର ମାତ୍ରାଧିକ ବ୍ୟବହାର ସବୁଦିନ ପାଇଁ ଶ୍ରବଣ ଶକ୍ତି ଛଡ଼ାଇ ନେଇପାରେ । ସବୁ ରାଜ୍ୟକୁ ଏଭଳି ସତର୍କ ଚିଠି ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ

Advertisment

ହାଇ ଭଲ୍ୟୁମରେ ଶୁଣିଲେ ଟିନାଇଟସ୍ ବି ହୋଇପାରେ ବୋଲି ଚିଠିରେ ଦର୍ଶାଯାଇଛି । ସ୍ବାସ୍ଥ୍ୟ ବିଶେଷଜ୍ଞ ବି ଛୋଟ ପିଲାଙ୍କ ମୋବାଇଲ ନିଶାକୁ ନେଇ ଚିନ୍ତା ପ୍ରକାଶ କରିବା ସହ, କେନ୍ଦ୍ରର ଏହି ନିର୍ଦ୍ଦେଶନାମାକୁ ଅତି ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ।

ଟେକନୋଲଜି ଆଗେଇବା ସହ ଯୁବପିଢ଼ିଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ପର୍ସନାଲ୍ ଅଡିଓ ଡିଭାଇସ୍ ର ଆଦୃତି । ତେବେ ଏହାର ମାତ୍ରାଧିକ ବ୍ୟବହାର ଶ୍ରବଣ ଶକ୍ତିକୁ ଦୁର୍ବଳ କରିପାରେ କିମ୍ବା ସବୁଦିନ ପାଇଁ ବଧିର କରିପାରେ ବୋଲି ସତର୍କ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ।

Advertisment

ଅଧିକ ପଢ଼ନ୍ତୁ: ମାର୍ଚ୍ଚ ପହିଲାରୁ ହୋଇଛି ଏହି ସବୁ ପରିବର୍ତ୍ତନ, ପକେଟ୍ ଉପରେ ଏମିତି ପକାଇବ ପ୍ରଭାବ

ବିଶେଷ କରି, ଛୋଟ ପିଲା ଓ ଯୁବପିଢ଼ି ଯେପରି ଦୀର୍ଘ ସମୟ ଧରି କିମ୍ବା ଅତ୍ୟଧିକ ଭଲ୍ୟୁମ୍ ଦେଇ ଏହାକୁ ନଶୁଣନ୍ତି ସେଥିପାଇଁ ସଚେତନତା ସୃଷ୍ଟି କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ଟିନାଇଟସ୍ ବା କାନରେ ସବୁବେଳେ ଗୁଣୁଗୁଣୁ ଶବ୍ଦ ଶୁଭିବା ଭଳି ମଧ୍ୟ ସମସ୍ୟା ଦେଖାଦେଇପାରେ । ପିଲାବେଳୁ ଟିନାଇଟସ୍ ହେଲେ ଅବସାଦ ସମେତ ଅନେକ ମାନସିକ ସମସ୍ୟାର ଆଶଙ୍କା ରହିଛି ।

Advertisment

ଆସନ୍ତୁ ଜାଣିବା ସ୍ବାସ୍ଥ୍ୟ ମନ୍ତ୍ରାଳୟର ଦେଇଥିବା କିଛି ପ୍ରମୁଖ ପରାମର୍ଶ ବିଷୟରେ...

  • ଆବଶ୍ୟକ ନଥିଲେ ନର୍ମାଲ୍ ଭଲ୍ୟୁମରେ ବି ତାର ଲାଗିଥିବା କିମ୍ବା ବ୍ଲୁଟୁଥ୍ ଇଅରପ୍ଲଗ୍ ଓ ହେଡଫୋନ୍ ଆଦି ବ୍ୟବହାର କରନ୍ତୁ ନାହିଁ ।
  • ଆବଶ୍ୟକ ଥିଲେ ଇଅରଫୋନ୍ ଓ ହେଡଫୋନ୍ ର ଭଲ୍ୟୁମ୍ ୫୦ ଡେସିବଲ୍ ଭିତରେ ରଖନ୍ତୁ ।
  • ଏସବୁ ଦିନକୁ ୨ ଘଣ୍ଟାରୁ ଅଧିକ ସମୟ କାନରେ ଲଗାନ୍ତୁ ନାହିଁ ଏବଂ ସାଉଣ୍ଡ୍ ବନ୍ଦ କରି ମଝିରେ ମଝିରେ ବାରମ୍ବାର ବ୍ରେକ୍ ନିଅନ୍ତୁ ।
  • କାନରେ ଭଲ ଭାବେ ଫିଟ୍ ହେଉଥିବା ଏବଂ ନଏଜ୍ କ୍ୟାନସଲିଙ୍ଗ୍ ହେଡଫୋନ୍ ଲଗାନ୍ତୁ । ଯେପରି ସେଥିରେ କମ୍ ଭଲ୍ୟୁମରେ ବି ସ୍ପଷ୍ଟ ଶୁଭୁଥିବ ।
  • କେବଳ ଏତିକି ନୁହେଁ, ଇଭେଣ୍ଟ ଅର୍ଗାନାଇଜର ମଧ୍ୟ ଭେନ୍ୟୁରେ ସାଉଣ୍ଡ୍ ଲେଭେଲ୍ ୧୦୦ ଡେସିବଲ୍ ରୁ କମ୍ ରଖନ୍ତୁ

ସ୍ବାସ୍ଥ୍ୟସେବା ଡିଜି ଶିଶୁଙ୍କ ମୋବାଇଲ୍ ଦେଖିବା ଅଭ୍ୟାସ ଏବଂ ଅନଲାଇନ୍ ଗେମ୍ ଗୁଡ଼ିକରେ ଅତି ଉଚ୍ଚ ତଥା ଧୁମଧଡ଼ାକା ଶବ୍ଦ ବ୍ୟବହାରକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି । ପିଲାଙ୍କ ସ୍କ୍ରିନ୍ ଟାଇମ୍ କମ୍ ନକଲେ ସେମାନଙ୍କ ମାନସିକ ବିକାଶରେ ବିଳମ୍ବ ହୋଇପାରେ ଏବଂ ବ୍ୟବହାରିକ ସମସ୍ୟା ଉପୁଜାଇପାରେ ବୋଲି ସତର୍କ କରାଯାଇଛି ।

ପିଲାଙ୍କୁ ଅନଲାଇନ ଗେମ୍ ଏବଂ ସେଥିରେ ବ୍ୟବହାର ହେଉଥିବା ଲାଉଡ୍ ଇମ୍ପଲସିବ୍ ସାଉଣ୍ଡ୍ ରୁ ଯଥାସମ୍ଭବ ଦୂରେଇ ରଖିବାକୁ ବି ପରାମର୍ଶ ଦିଆଯାଇଛି । ଅପରପକ୍ଷେ ଗେମ୍ , କାର୍ଟୁନ,ସୋସିଆଲ ମିଡିଆ ରିଲ୍ ଓ ଫିଲ୍ମ ପିଲାଙ୍କ ଶ୍ରବଣ ଶକ୍ତି ସହ ଦୃଷ୍ଟିଶକ୍ତି ଉପରେ ବି କୁପ୍ରଭାବ ପକାଏ ଏବଂ ମାନସିକ ସମସ୍ୟା ବି ସୃଷ୍ଟି କରିପାରେ ବୋଲି ସାବଧାନ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ଶ୍ରବଣ ଶକ୍ତି ଦୁର୍ବଳ ହେଲେ ଏହା ହଠାତ୍ ଜଣାପଡ଼ିନପାରେ ଏବଂ ମଣିଷ ଥରେ ସମ୍ପୂର୍ଣ୍ଣ ବଧିର ହୋଇଗଲେ କୌଣସି ଯନ୍ତ୍ର ବା ଇମ୍ପ୍ଲାଣ୍ଟ ଦ୍ବାରା ସ୍ବାଭାବିକ ଶ୍ରବଣ ଶକ୍ତି ଫେରାଇ ଆଣିବା ଅସମ୍ଭବ । ତେଣୁ ମଝିରେ ମଝିରେ ଡାକ୍ତରଙ୍କ ପାଖକୁ ଯାଇ ଶ୍ରବଣ ଶକ୍ତି ପରୀକ୍ଷା ପାଇଁ ସଚେତନତା ସୃଷ୍ଟି ଉପରେ ଗୁରୁତ୍ବାରୋପ କରିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

ଅଧିକ ପଢ଼ନ୍ତୁ: ଅବସର ନେଇଥିବା ବ୍ୟକ୍ତିଙ୍କ ପାଇଁ ଜରୁରୀ ସୂଚନା, ବଦଳିବ ପେନସନ ଢାଞ୍ଚା

Health Ministry New Guidelines Hearing Problems
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ