ହଣ୍ଟେଡ୍ ବ୍ରିଜ୍...! ୨୬ ବର୍ଷରେ ଗଲାଣି ୧୦୦ ଜୀବନ; ସନ୍ଧ୍ୟା ହେଲେ ଏଠି ଯାତାୟାତ ଠପ୍‌...

ଅଭିଶପ୍ତ ବ୍ରିଜ୍‌ । ୨୬ ବର୍ଷରେ ଗଲାଣି ୧୦୦ ଜୀବନ । ସନ୍ଧ୍ୟା ପାଖେଇ ଆସିଲେ ଏଠି ଯାତାୟାତ ହୁଏ ଠପ୍‌ । ଜାଣନ୍ତୁ କେଉଁଠି ରହିଛି ଏହି ବ୍ରିଜ୍‌...

Haunted Bridge

ଦେଶରେ ହଜାର ହଜାର ଛୋଟ ବଡ଼ ବ୍ରିଜ୍‌ ରହିଛି । ଏଥିମଧ୍ୟରୁ ଏପରି କିଛି ବ୍ରିଜ୍‌ ଅଛି ଯେଉଁଠାରେ ଲୋକମାନେ ରାତିର ଅନ୍ଧକାରରେ ଭୁଲରେ ମଧ୍ୟ ପାର ହୋଇ ପାରନ୍ତି ନାହିଁ । ସନ୍ଧ୍ୟା ପାଖେଇ ଆସିଲେ ଏଠାରେ ଯାତାୟାତ କମିଯାଏ । ବାସ୍ତବରେ,ଏମିତି ବ୍ରିଜ୍‌ ଅଛି ଯେଉଁଠି ରାତିରେ ଗଲେ ମଣିଷର ଜୀବନ ଯାଏ । ଏହି ବ୍ରିଜ୍‌ରୁ ଡେଇଁ ଅନେକ ଲୋକ ମଧ୍ୟ ଆତ୍ମହତ୍ୟା କରିଛନ୍ତି ।

ଯଦି ଗତ ବର୍ଷର କିଛି ସଂଖ୍ୟା ଦେଖିବା, ଏହି ବ୍ରିଜ୍‌ରେ ଅନେକ ଲୋକ ଆତ୍ମହତ୍ୟା ସହ ପ୍ରାଣ ହରାଇଛନ୍ତି । ମଧ୍ୟପ୍ରଦେଶର ଖାର୍ଗୋନସ୍ଥିତ ନର୍ମଦା ନଦୀ ଉପରେ ନିର୍ମିତ ବ୍ରିଜ୍‌ ବିଷୟରେ ଆମେ କହୁଛୁ । ଏହି ବ୍ରିଜ୍‌ ଉପରେ ଅନେକ ଲୋକ ଆତ୍ମହତ୍ୟା ମଧ୍ୟ କରିଛନ୍ତି । ଗତ ୨୬ ବର୍ଷ ମଧ୍ୟରେ ଏଠାରେ ପ୍ରାୟ ୧୦୦ ଲୋକ ପ୍ରାଣ ହରାଇଛନ୍ତି ।

ଅଧିକ ପଢ଼ନ୍ତୁ: ଅଭିଶପ୍ତ ମନ୍ଦିର; ଯିବା ମାତ୍ରେ ହୁଏ ଛାଡ଼ପତ୍ର!

କେଉଁଠି ରହିଛି ବ୍ରିଜ୍‌ ? 

ମଧ୍ୟପ୍ରଦେଶର ଖାର୍ଗୋନ ଜିଲ୍ଲା ମୁଖ୍ୟାଳୟ ଠାରୁ ୪୮ କିଲୋମିଟର ଦୂରରେ ଥିବା ମାକାଡକେଡା ଓ ମାଣ୍ଡଲେଶ୍ୱର ମଧ୍ୟରେ ଥିବା ନର୍ମଦା ନଦୀ ଉପରେ ଏହି ବ୍ରିଜ୍‌ ରହିଛି । ବ୍ରିଜ୍‌ର ଲମ୍ବ ପ୍ରାୟ ୧ କି.ମି । ଏହି ବ୍ରିଜ୍‌ ଜିଲ୍ଲାର ମହେଶ୍ୱର ଓ କାସରୱାଡର ଦୁଇଟି ତହସିଲକୁ ସଂଯୋଗ କରେ । ବ୍ରିଜ ଦେଇ ଯାଉଥିବା ରାସ୍ତାକୁ ବର୍ତ୍ତମାନ ଚିତ୍ତରଗଡ-ଭୁସାଭାଲ ରାଜପଥ କୁହାଯାଉଛି ।

ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଏଠାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଆତ୍ମା ଘୂରି ବୁଲେ । ଯଦି ଆପଣ ରାତିରେ ସେତୁ ନିକଟରେ ଯାଆନ୍ତି, ଆପଣଙ୍କୁ ଲାଗିବ ଯେପରି ସେତୁ ଆପଣଙ୍କୁ ନିଜ ଆଡକୁ ଟାଣି ନେଉଛି । ସେଲଫି ନେବାବେଳେ ଅନେକ ଲୋକ ଏଠାରେ ପଡ଼ିଯାଇ ମୃତ୍ୟୁବରଣ ମଧ୍ୟ କରିଛନ୍ତି । କେତେକ ଲୋକ ମଧ୍ୟ ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମଣ୍ଡେଶ୍ୱର ପୋଲିସଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୬ ବର୍ଷ ମଧ୍ୟରେ ଏହି ବ୍ରିଜରୁ ନର୍ମଦା ନଦୀକୁ ଡେଇଁ ୬ ଜଣ ଆତ୍ମହତ୍ୟା କରିଛନ୍ତି ।