Advertisment

କପି ଯୋଗାଇବାର ନୂଆ ତରିକା; କାନ୍ଥ ଡେଇଁଲେ ଲୋକେ..ଭିଡିଓ ଭାଇରାଲ

ଅଭିଭାବକ ମାନେ ସେମାନଙ୍କ ପିଲା ମାନଙ୍କୁ କପି ଯୋଗାଇବା ପାଇଁ କାନ୍ଥ ଡେଉଁଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Cheating In Haryana Board Exams

Matric Exam

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇବାକୁ ଭିନ୍ନ ତରିକା। କାନ୍ଥ ଡେଇଁବାକୁ ବି ଡରୁନାହାନ୍ତି ଲୋକେ। ହରିଆଣା ନୁହ ଜିଲ୍ଲାର ଚନ୍ଦ୍ରାବତୀ ସ୍କୁଲରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗତକାଲି ହରିଆଣାରେ ମାଟ୍ରିକ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ଏମିତି କିଛି ଭିଜୁଆଲ୍ ସିସି କ୍ୟାମେରାରେ କଏଦ୍ ହୋଇଛି। ଅଭିଭାବକ ମାନେ ସେମାନଙ୍କ ପିଲା ମାନଙ୍କୁ କପି ଯୋଗାଇବା ପାଇଁ କାନ୍ଥ ଡେଉଁଛନ୍ତି। ପିଲାମାନେ ମଧ୍ୟ କାନ୍ଥ ଚଢି କପି ଯୋଗାଉଥିବା ଦେଖିବାକୁ ମିଳିଛି।

Advertisment

କାନ୍ଥ ଡେଇଁ କପି ଯୋଗାଇବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ନୁହ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ପରୀକ୍ଷାରେ କପି କରୁଥିବା ଏବଂ କପି ଯୋଗାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

ସୂଚନାନୁଯାୟୀ, ନୁହ ଜିଲ୍ଲାର ୟାମିନି ମେବ ସିନିୟର୍‌ ସେକେଣ୍ଡରୀ ସ୍କୁଲ ଓ ତାବଡୁ ସହରର ଚନ୍ଦ୍ରାବତୀ ସ୍କୁଲରେ ବୋର୍ଡ ପରୀକ୍ଷା ବେଳେ ଜୋରଦାର କପି ହୋଇଥିଲା। କେବଳ ସେତିକି ନୁହେଁ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ର ଭିତରୁ ପ୍ରଶ୍ନ ପତ୍ରର ଫଠୋ ଉଠାଇ ଲିକ୍‌ କରାଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। 

Matric Exam Viral Video
Advertisment
Advertisment