Advertisment

ଏବିଭିପି ସଭ୍ୟଠାରୁ କେନ୍ଦ୍ର ଗୃହମନ୍ତ୍ରୀ-କେମିତି ଥିଲା ଅମିତ୍ ଶାହଙ୍କ ଯାତ୍ରା

ନରେନ୍ଦ୍ର ମୋଦିଙ୍କ ପରେ ଭାରତୀୟ ରାଜନୀତିରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହେଉଛନ୍ତି ଅମିତ ଶାହ। । ବିଜେପିର ଚାଣକ୍ୟ। ଆଜି ୫୮ତମ ଜନ୍ମଦିନରେ ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କ ରାଜନୈତିକ ଜୀବନର ଲମ୍ବା ଯାତ୍ରା..

ଅଦ୍ୟତନ ହୋଇଛି
Union Home Minister Amit Shah Birth Day

Union Home Minister Amit Shah Birth Day

Advertisment

ଭାରତୀୟ ଜନତା ପାର୍ଟିର ଚାଣକ୍ୟ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ନରେନ୍ଦ୍ର ମୋଦିଙ୍କ ପରେ ଭାରତୀୟ ରାଜନୀତିରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହେଉଛନ୍ତି ଅମିତ ଶାହ। । ବିଜେପି ୨ଥର କ୍ଷମତାକୁ ଆସିବା ପାଇଁ ମୋଦିଙ୍କୁ ଶ୍ରେୟ ଦିଆଯାଉଥିଲେ ହେଁ ସମସ୍ତେ ଜାଣନ୍ତି ପରଦା ପଛର ନାୟକ କିଏ । ୧୯୮୦ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଭ୍ୟଠାରୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ ହେବା ପର୍ଯ୍ୟନ୍ତ ଶାହଙ୍କର ଏଇ ଯାତ୍ରା କମ ସଂଘର୍ଷପୂର୍ଣ୍ଣ ନୁହେଁ। ଆଜି ତାଙ୍କ ଜନ୍ଗଦିନରେ ଜାଣିବା ତାଙ୍କ କ୍ୟାରିୟର ବିଷୟରେ କିଛି।

Advertisment

ଅମିତ ଶାହ୧୯୬୪ ଅକ୍ଟୋବର ୨୨ରେ ମୁମ୍ବାଇରେ ଏକ ଗୁଜରାଟି ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଗୁଜୁରାଟର ମନ୍‌ସାରେ ସେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ପରିବାର ସହ ଅହମ୍ମଦାବାଦ ଚାଲି ଆସିଥିଲେ।

 ୧୯୮୦ରେ ମାତ୍ର ୧୬ ବର୍ଷ ବୟସରେ ଆରଏସଏସ୍ ଆଦର୍ଶରେ ଅନୁପ୍ରାଣୀତ ହୋଇ ABVP ରେ ଯୋଗ ଦେଇଥିଲେ। ନିଜର କର୍ତ୍ତବ୍ୟନିଷ୍ଠା, ତ୍ୟାଗମନୋବୃତ୍ତି ଯୋଗୁ ମାତ୍ର ୨ ବର୍ଷ ପରେ ସେ ଏବିଭିପି ଗୁଜୁରାଟ ଶାଖାର ଜଏଣ୍ଟ ସେକ୍ରେଟାରୀ ହୋଇ ପାରିଥିଲେ। ପରେ ବାୟୋକେମେଷ୍ଟ୍ରିରେ ଗ୍ରାଜୁଏଶନ କରିବା ପରେ ସେ ତାଙ୍କର ପାରିବାରିକ ବ୍ୟବସାୟ PVC ପାଇପ କମ୍ପାନୀରେ ଯୋଗ ଦେଇଥିଲେ। ତେବେ ୧୯୮୭ରେ ସେ ଭାରତୀୟ ଜନତା ଯୁବ ମୋର୍ଚ୍ଚାରେ ଯୋଗ  ଦେବା ପରେ  ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ କ୍ୟାରିୟର। ୯୦ ଦଶକର ପ୍ରାରମ୍ଭରେ ମୋଦିଙ୍କ ସହ ସାକ୍ଷାତ ପରେ ତାଙ୍କ ରାଜନୈତିକ ଜୀବନରେ ଭିନ୍ନ ମୋଡ ଆସିଥିଲା।

Advertisment

୧୯୯୫ରେ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ତାଙ୍କୁ ରାଜ୍ୟ ଫାଇନାନ୍ସ କର୍ପୋରେଶନର ଚେୟାରମ୍ୟାନ ଦାୟିତ୍ୱ ଦେଇଥିଲେ। ୨୦୦୨ ଗୁଜରାଟ ବିଧାନସଭା ନିର୍ବାଚନରେ ମୋଦି ଜିତିଗଲା ପରେ ଶାହଙ୍କୁ ଗୃହ ମନ୍ତ୍ରାଳୟକୁ ମିଶାଇ ୧୦ ବିଭାଗର ଦାୟିତ୍ୱ ମିଳିଥିଲା।

୨୦୧୪ ଲୋକସଭା ନିର୍ବାଚନରେ ବିଜେପି କ୍ଷମତାକୁ ଆସିବା ପରେ ଶାହଙ୍କୁ ଦଳର ଜାତୀୟ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା। ମାତ୍ର ୪୯ ବର୍ଷ ବୟସରେ ସେ ଏହି ଦାୟିତ୍ୱ ନେଇ ଦଳର ସର୍ବକନିଷ୍ଠ ଅଧ୍ୟକ୍ଷ ମାନ୍ୟତା ପାଇଥିଲେ। ଜାତୀୟ ସ୍ତରରେ ଦଳର ସଫଳତାର ଶ୍ରେୟ ଅମିତ ଶାହଙ୍କୁ ହିଁ ମିଳିଥାଏ। ସେତିକି ନୁହେଁ, ୨୦୧୪ ପରେ ଅମିତ ଶାହଙ୍କ ନେତୃତ୍ୱରେ ବିଧାନସଭା ନିର୍ବଚନରେ ବି ସଫଳତା ପାଇଥିଲା ଦଳ। ମହାରାଷ୍ଟ୍ର., ହରିଆଣା, ଝାରଖଣ୍ଡ, ଆସାମ, ତ୍ରିପୁରା, ଉତ୍ତରପ୍ରଦେଶ ପରି ରାଜ୍ୟରେ କ୍ଷମତା ହାତେଇଥିଲା ବିଜେପି।

Advertisment

ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ବାର୍ତ୍ତା ଦେବା ସହ ତାଙ୍କର ସୁସ୍ଥ ଏବଂ ଦୀର୍ଘ ଜୀବନ କାମନା କରିଥିଲେ। ଦେଶର ଉନ୍ନତି ପାଇଁ ତାଙ୍କର ଅବଦାନ ଅତୁଳନୀୟ। କୋଅପରେଟିଭ ସେକ୍ଟରରେ ଗୁରୁତ୍ୱପୂର୍ଣ୍ଣ ଗଠନମୂଳକ କାମରେ ତାଙ୍କର ଅଗ୍ରଣୀ ଭୂମିକା ରହିଥାଏ । ଦେଶର ସେବା କରିବା ପାଇଁ ସେ ସୁସ୍ଥ ରହିବା ସହ ଦୀଘାୟୁ ହୁଅନ୍ତୁ ବୋଲି ମୋଦି ତାଙ୍କ ଟୁଇଟରେ ଦର୍ଶାଇ ଅମିତଶାହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

Amit Shah Union Home Minister Ministry Of Home Affairs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ