Advertisment

ଛେପ ପକାଇ ମହିଳାଙ୍କ ଚୁଟି କାଟିଲେ ହେୟାର ଷ୍ଟାଇଲିସ୍ ଜାୱେଦ୍

ଜାୱେଦଙ୍କ ଏପରି ବ୍ୟବହାରରେ ସେ ଅପମାନିତ ଅନୁଭୂବ କରିଥିବାରୁ ଥାନାରେ ମାମଲା ଦାଏର କରିଛନ୍ତି। ଘଟଣାକୁ ଗୁରୁତ୍ୱ ସହ ନେଇଛନ୍ତି ଜାତୀୟ ମହିଳା କମିଶନ୍।

ଅଦ୍ୟତନ ହୋଇଛି
Jawed Habib

Jawed Habib

Advertisment

ଲକ୍ଷ୍ନୌ: ବିବାଦରେ ହେୟାର ଷ୍ଟାଇଲିସ୍ ଜାୱେଦ୍ ହବିବ୍। ଛେପ ପକାଇ ଚୁଟି କାଟିବା ଘଟଣାକୁ ନେଇ ଏବେ ବିବାଦ ଭିତରକୁ ଟାଣି ହୋଇଛନ୍ତି ଜାୱେଦ୍। ଉତ୍ତରପ୍ରଦେଶ ମୁଜଫରନଗରରେ ଆୟୋଜିତ ଏକ ସେମିନାର୍‌ରେ ମହିଳାଙ୍କ ଚୁଟିରେ ଛେପ ପକାଇ କାଟିଥିଲେ। ଏହାକୁ ନୂଆ ଟେକନିକ୍ କହିବା ସହ ପାଣି ନଥିଲେ ଏଭଳି କରିବାକୁ ପରାମର୍ଶ ଦେଇଥିଲେ। ଏହାକୁ ବିରୋଧ କରିବା ସହ ମହିଳା ଜଣକ ସେଠୁ ଉଠି ଚାଲି ଆସିଥିଲେ। 

Advertisment

ଜାୱେଦଙ୍କ ଏପରି ବ୍ୟବହାରରେ ସେ ଅପମାନିତ ଅନୁଭୂବ କରିଥିବାରୁ ଥାନାରେ ମାମଲା ଦାଏର କରିଛନ୍ତି। ଘଟଣାକୁ ଗୁରୁତ୍ୱ ସହ ନେଇଛନ୍ତି ଜାତୀୟ ମହିଳା କମିଶନ୍। ରାଜ୍ୟ ପୋଲିସ୍‌କୁ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୈଫିୟତ ତଲବ କରିଛନ୍ତି। ସେପଟେ ଏହାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ଜାୱେଦ୍ ହବିବ୍।

Advertisment

ଏନେଇ ଅଭିଯୋଗକାରିଣୀ କହିଛନ୍ତି ଯେ- ଚୁଟି କାଟିବା ପାଇଁ ଯଦି କିଏ ଇଚ୍ଛୁକ, ତାହାହେଲେ ମଞ୍ଚକୁ ଆସିବା ପାଇଁ ଜାୱେଦ୍ ହାବିବ କହିଥିଲେ। ତା ପରେ ମୁଁ ମଞ୍ଚକୁ ଯାଇଥିଲି। କିନ୍ତୁ ଚୁଟି କାଟିବା ସମୟରେ ଛେପ ପକାଇ ମଜାକ୍ ଉଡ଼ାଇଥିଲେ। ଏପରକି ପାଣି ନଥିଲେ ଛେପ ପକାଇ ଚୁଟି କାଟିପାରିବେ ବୋଲି ସେ କହିଥିଲେ। ମୋ ଛେପର ଦମ୍‌ ଅଛି ବୋଲି ସେ କହିଥିଲେ।

ମୋ ସ୍ୱାମୀ ସେହି ସମୟର ଭିଡିଓ ଉତ୍ତୋଳନ କରୁଥିଲେ। ଏପରି ବ୍ୟବହାର ପରେ ମୁଁ ତତକ୍ଷଣାତ୍ ମଞ୍ଚ ତଳକୁ ଚାଲିଆସିଥିଲି। ହୁଏତ ଚୁଟି କାଟିବା ପାଇଁ ଲୋକ ହୁଏତ ଆପଣଙ୍କ ନିକଟରେ ଜୀବନ ଦେଇଦେଉଥିବେ କିନ୍ତୁ ମୁଁ ନୁହେଁ, ଏକଥା ମୁଁ ମଞ୍ଚ ତଳେ ତାଙ୍କୁ କହିଥିଲି।

Advertisment
Muzaffarnagar Jawed Habib Hair Stylish
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ