Advertisment

ପୁରୁଷ ଗ୍ରାହକଙ୍କୁ ମାଲିସ କରିପାରିବେନି ମହିଳା

ବହୁ ନାମିଦାମୀ ସ୍ପା, ସେଲୁନ ଓ ବିୟୁଟି ପାର୍ଲରଗୁଡ଼ିକରେ ମସାଜ୍ କରିବା ଉପରେ ଅନେକ କଟକଣା କରାଯାଇଛି। ଜାଣନ୍ତୁ ଗୌହାଟୀ ମ୍ୟୁନସିପାଲ କର୍ପୋରେସନ କଣ ନିର୍ଦ୍ଦେଶାନାମା ଜାରି କରିଛନ୍ତି।

ଅଦ୍ୟତନ ହୋଇଛି
New sop for spa

New sop for spa

Advertisment

ଗୌହାଟୀ: ପୁରୁଷମାନେ ମହିଳା ଗ୍ରାହକଙ୍କୁ କୌଣସି ପ୍ରକାରର ମାଲିସ କରିପାରିବେ ନାହିଁ। ସେହିପରି ମହିଳାମାନେ ବି ପୁରୁଷଙ୍କୁ ଆଉ ମାଲିସ କରିପାରିବେ ନାହିଁ। ସ୍ପା, ସେଲୁନ ଓ ବିୟୁଟି ପାର୍ଲରଗୁଡ଼ିକ ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଗୌହାଟୀ ମ୍ୟୁନସିପାଲ କର୍ପୋରେସନ(ଜିଏମ୍‌ସି)। ଏଠାରେ ଖୋଲିଯାଇଥିବା ବହୁ ନାମିଦାମୀ ସ୍ପା, ସେଲୁନ ଓ ବିୟୁଟି ପାର୍ଲରଗୁଡ଼ିକରେ ମସାଜ୍ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଣିକି ଏସବୁ ସେବା କିମ୍ବା ଥେରାପୀ ଦେବା ମନା ଅର୍ଥାତ୍ ମହିଳାଙ୍କୁ କେବଳ ମହିଳା ଓ ପୁରୁଷଙ୍କୁ କେବଳ ପୁରୁଷ ହିଁ ମାଲିସ ଏବଂ ଥେରାପି ପ୍ରଦାନ କରିପାରିବେ।

Advertisment

ଗୌହାଟୀ ଯୁଗ୍ମ କମିଶନର ସିଦ୍ଧାର୍ଥ ଗୋସ୍ୱାମୀ କହିଛନ୍ତି ଯେ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି, ତାହାହେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ଏହି ସବୁ ଦୋକାନରେ ମାଲିସ କିମ୍ବା ଥେରାପି ପାଇଁ କୌଣସି ପ୍ରକାରର ସ୍ୱତନ୍ତ୍ର ଚ୍ୟାମ୍ବର କିମ୍ବା ରୁମ ରହିବ ନାହିଁ। ଏହାର ମୁଖ୍ୟ ଫାଟକ ଟ୍ରାନ୍ସପ୍ୟାରେଣ୍ଟ ରହିବ।

ଏହାର ଅର୍ଥ ସ୍ପା, ସେଲୁନ ଓ ବିୟଟି ପାର୍ଲର ମୁଖ୍ୟ ଫାଟକ ଭିତରୁ ତାଲା ପଡ଼ିବ ନାହିଁ। ଯେକୌଣସି ଲୋକ ଯେ କୌଣସି ସମୟରେ ଯେମିତି ବିନା ପ୍ରତିବନ୍ଧକରେ ଏହା ମଧ୍ୟକୁ ପ୍ରବେଶ କରିପାରିବେ, ତା’ର ବ୍ୟବସ୍ଥା କରାଯିବ ବେଲି ସେ କହିଛନ୍ତି।

Advertisment

ଏହି ସବୁ ସ୍ଥାନମାନଙ୍କରେ ଅନେକ ସମୟରେ ଅନୈତିକ କାମ ହେଉଥିବା ଖବର ମିଳୁଛି। ସ୍ପା ଓ ବିୟୁଟି ପାର୍ଲର ନାଁରେ ଅନେକ ସ୍ଥାନରେ ସେକ୍ସ ରାକେଟ ଚାଲୁଥିବା ଘଟଣା ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ତତ୍କାଳ ଭାବେ ଏହି ନିୟମକୁ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।

Guwahati Guidelines Saloon Spa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ