Advertisment

ଗୁର୍‌ମିତ ରାମ ରହିମକୁ ମିଳିଲା ୩ ସପ୍ତାହର ଛୁଟି, ନିର୍ବାଚନ ପୂର୍ବରୁ ଜେଲରୁ ବାହାରକୁ ଆସିବ

ଜେଲରେ ଦଣ୍ଡ ଭୋଗୁଥିବା ରାମ ରହିମକୁ ତିନି ସପ୍ତାହର ଛୁଟି (ଫର୍ଲୋ) ଦିଆଯାଇଛି। ପଞ୍ଜାବ ନିର୍ବାଚନ ୨୦୨୨ ପୂର୍ବରୁ ଡେରା ସଚ୍ଚା ସୌଦା ମୁଖ୍ୟ ଗୁର୍‌ମିତ ରାମ ରହିମ୍‌ ଜେଲରୁ ବାହାରକୁ ଆସୁଛି। ଗୁର୍‌ମିତ ରାମ ରହିମ୍‌ ତାର ଦୁଇ ଶିଷ୍ୟାଙ୍କୁ ବଳାତ୍କାର ମାମଲାରେ ବର୍ତ୍ତମାନ ରୋହତକର ସୁନାରିୟା ଜେଲରେ ରହୁଛି ।

ଅଦ୍ୟତନ ହୋଇଛି
Ram Rahim was given a 3-week leave

Ram Rahim was given a 3-week leave

Advertisment

ପଞ୍ଜାବ ନିର୍ବାଚନ ୨୦୨୨ ପୂର୍ବରୁ ତିନି ସପ୍ତାହ ପାଇଁ ଜେଲରୁ ବାହାରକୁ ଆସିବେ ଚର୍ଚ୍ଚିତ ବାବା ଗୁର୍‌ମିତ ରାମ ରହିମ୍‌ । ସୁନାରିୟା ଜେଲର ଜଣେ ଅଧିକାରୀ ଆଗାମୀ ତିନି ସପ୍ତାହ ପାଇଁ ଡେରା ମୁଖ୍ୟ ରାମ ରହିମର ରିଲିଜ୍‌କୁ ନିଶ୍ଚିତ କରିଛନ୍ତି। ଏଥି ପୂର୍ବରୁ ତାଙ୍କୁ ନିଜ ଅସୁସ୍ଥ ମା’ଙ୍କୁ ଭେଟିବା ଲାଗି ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଅନେକ ଥର ଜରୁରୀକାଳୀନ ପାରୋଲ୍ ତାକୁ ଦିଆଯାଇଛି। କିନ୍ତୁ ଏଥର ତାକୁ ଛୁଟି ପାଇଁ ଅନୁମତି ମିଳିଛି।

Advertisment

ରାମ ରହିମର ରିଲିଜ୍‌କୁ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଭାବରେ ଦେଖା ଯାଉଛି। ଆଇନ ଅନୁସାରେ କଏଦୀଙ୍କର ଛୁଟି ପାଇବାର ଅଧିକାର ଅଛି ବୋଲି ହରିୟାଣାର ଜେଲ ମନ୍ତ୍ରୀ ରଞ୍ଜିତ ସିଂ ଚୌଟାଲା କହିଛନ୍ତି । ଏହା ଡେରା ମୁଖ୍ୟ ଉପରେ ମଧ୍ୟ ଲାଗୁ ହୋଇଛି । ୨୦ ଫେବୃଆରୀରେ ମତଦାନ ଅନୁଷ୍ଠିତ ହେବ। ସିରସାସ୍ଥିତ ଡେରା ସଚ୍ଚା ମୁଖ୍ୟ ରାମ ରହିମର ପଞ୍ଜାବର ଅନେକ ବିଧାନସଭା ଆସନ ଉପରେ ପ୍ରଭାବ ରହିଛି ।

ସୂଚନା ଅନୁସାରେ, ଗୁରମିତ୍‌ ରାମ ରହିମଙ୍କୁ ଛୁଟି ଦିଆଯିବାର  ନିର୍ବାଚନ ସହିତ କୌଣସି ନେଣଦେଣ ନାହିଁ ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି । ଡେରା ମୁଖ୍ୟଙ୍କୁ ପ୍ରକ୍ରିୟା ଅନୁସାରେ ଫର୍ଲୋ (ଛୁଟି) ମିଳିଛି। ବଲିଉଡ ଅଭିନେତା ମାହୀ ଗିଲ ଓ ପଞ୍ଜାବୀ ଅଭିନେତା ହବି ଧାଲୀଓ୍ଵାଲ ବିଜେପିରେ ସାମିଲ ହୋଇଛନ୍ତି । ଏହା ପରେ ଖଟ୍ଟର ଗଣମାଧ୍ୟମକୁ ଏହା କହିଛନ୍ତି।

Advertisment

ଖଟ୍ଟର କହିଛନ୍ତି ଯେ, ଡେରା ମୁଖ୍ୟ ଅତିକମରେ ତିନି ବର୍ଷର ଜେଲ ଦଣ୍ଡ ଭୋଗି ସାରିଛନ୍ତି, ଏଥିପାଇଁ ସେ କିଛି ଦିନ ପୂର୍ବରୁ ଫର୍ଲୋ ପାଇଁ ଆବେଦନ କରିଥିଲେ। ହରିୟାଣା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସବୁ କିଛି ଆଇନ ଅନୁସାରେ କରାଯାଇଛି।

Gurmeet Ram Rahim
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ