Advertisment

ବଢ଼ୁଛି ‘ପିଟ୍‌ବୁଲ୍‌’ ଆତଙ୍କ: କାମୁଡ଼ି ଛିଣ୍ଡାଇଦେଲା କୁନି ପୁଅର କାନ

ନାବାଳକର କାନ ଛିଣ୍ଡାଇଦେଲା ‘ପିଟ୍‌ବୁଲ୍‌’....

ଅଦ୍ୟତନ ହୋଇଛି
gurdaspur 13 year old boy ear cut off by pitbull dog attack punjab

gurdaspur 13 year old boy ear cut off by pitbull dog attack punjab

Advertisment

ଆତଙ୍କ ଖେଳାଇଛି ‘ପିଟ୍‌ବୁଲ୍‌’ । ଏହି ପ୍ରଜିତର କୁକୁର ଏବେ ଆଉ ମାନୁନି ନିଜ ମାଲିକର କଥା । ବାରମ୍ବାର ଆକ୍ରାମଣାତ୍ମକ ହୋଇପଡୁଛି ‘ପିଟ୍‌ବୁଲ୍‌’ । ଏମିତିକି କେତେବେଳେ ନିଜ ମାଲିକ ତ ଆଉ କେତେବେଳେ ଅନ୍ୟ ଲୋକଙ୍କୁ ଆକ୍ରମଣକରୁଛି । ପୂର୍ବରୁ ଲକ୍ଷ୍ନୌରେ ଏଭଳି ଘଟଣା ଦେଖିବାକୁ ମିଳିଥିବାବେଳେ ଏବେ ପଞ୍ଜାବର ଗୁରୁଦାସପୁରରେ ସେହିପରି ସମାନ ଘଟଣା ଦେଖିବାକୁ ମଳିଛି । ୧୩ ବର୍ଷୀୟ ନାବାଳକକୁ ଆକ୍ରମଣ କରି ତାର କାନ ଛିଣ୍ଡାଇଦେଇଛି ‘ପିଟ୍‌ବୁଲ୍‌’ । ଆକ୍ରମଣର ଶିକାର ହୋଇଥିବା ନାବାଳକ ଜଣକ ଗୁରପ୍ରିତ୍ ସିଂ ବୋଲି ଜଣାପଡିଛି ।

Advertisment

ଗୁରପ୍ରିତ୍ ଆଜି ସକାଳୁ ତାଙ୍କ ବାପାଙ୍କ ସହ ସ୍କୁଟରରେ ଯାଉଥିଲା। ସେହି ସମୟରେ ବାଟରେ ବୁଲୁଥିବା ଏକ ପିଟବୁଲ ପ୍ରଜାତିର କୁକୁର ତାଙ୍କ ଉପରକୁ ଆକ୍ରମଣ କରିଥିଲା। ଏହାପରେ ଗୁରୁପ୍ରୀତ ସ୍କୁଟରରୁ ଖସିପଡିଥିଲା। ଯାହା ପରେ ପିଟ୍‌ବୁଲ ଆକ୍ରମଣ ସହ ବାଳକର କାନ ମଧ୍ୟ ଛିଣ୍ଡାଇ ଦେଇଥିଲା । ସେତେବେଳେ ଗୁରପ୍ରିତ୍‌ର ବାପା କୌଣସି ପ୍ରକାରେ କୁକୁରଠାରୁ ନିଜ ପୁଅକୁ ଟାଣି ରକ୍ଷା କରିଥିଲେ । ହେଲେ କୁକୁରଟି ଗୁର୍‌ପ୍ରିତ୍‌ର କାନ ଛିଣ୍ଡାଇ ତାକୁ ରକ୍ତାକ୍ତ କରିଦେଇଥିଲା । ତେଣୁ ଗୁରୁତର ଅବସ୍ଥାରେ ତାକୁ ବଟାଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ତା’ର ଚିକିତ୍ସା ଚାଲିଛି ।

ଘଟଣାକୁ ନେଇ ଗୁର୍‌ପ୍ରିତ୍‌ର ଜେଜେ ମାଆ ହରଦୀପ କୌର କହିଛନ୍ତି ଯେ, ତାଙ୍କ ପୁଅ ଓ ନାତି କୌଣସି କାମରେ ସ୍କୁଟରେ ବସି ଅନ୍ୟ ଗାଁକୁ ଯାଉଥିଲେ। ରାସ୍ତାରେ ଜଣେ ବ୍ୟକ୍ତି ତାଙ୍କ ପୋଷା କୁକୁରକୁ ବୁଲାଇବା ପାଇଁ ଆଣିଥିଲେ। ସେହି ସମୟରେ ରାସ୍ତା ଦେଇ ଯାଉଥିବା ତାଙ୍କ ପୁଅ ଓ ନାତିଙ୍କୁ ଦେଖି କୁକୁରଟି ଭୁକିବାକୁ ଲାଗିଥିଲା। ଏମିତିକି ସେ ସ୍କୁଟର ଆଡକୁ ଦୌଡିବାକୁ ବି ଚେଷ୍ଟା କରିଥିଲା । ଶେଷରେ କୁକୁର ମାଲିକ ହାତରୁ ଚେନ୍‌ ଛିଡାଇ ସେ ସିଧାସଳଖ ନାତି ଉପରେ ଆକ୍ରମଣ କରିବାରୁ ସେ ସ୍କୁଟରରୁ ତଳକୁ ଖସିପଡିଥିଲା । ଯାହା ପରେ କୁକୁରଟି ଗୁର୍‌ପ୍ରିତ୍‌ର କାନ ଛିଣ୍ଡାଇ ଦେଇଥିଲା ।

Advertisment

ସେହିପରି ଗତ ଜୁଲାଇ ମାସ୧୨ ତାରିଖରେ ଉତ୍ତରପ୍ରଦେଶରେ ମଧ୍ୟ ଏଭଳି ସମାନ ଘଟଣା ଦେଖିବାକୁ ମିଳିଥିଲା। ଲକ୍ଷ୍ନୌ କୈସରବାଗ ଅଞ୍ଚଳରେ ଜଣେ ୮୦ ବର୍ଷୀୟ ବୃଦ୍ଧା ଘରେ ଏକୁଟିଆ ଥିଲେ । ସେହିସମୟରେ ଏକ ପୋଷା ପିଟ୍‌ବୁଲ୍‌ କୁକୁର ବୃଦ୍ଧାଙ୍କୁ ଆକ୍ରମଣ କରିଥିଲା। ଏମିତିକି କୁକୁରଟି ମହିଳାଙ୍କ ଦେହରୁ ଝୁଣି ଝୁଣି ମାଂସ ଖାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା ।

Pitbull Dog
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ