Advertisment

ଗୁଜରାଟ ବିଧାନସଭା ନିର୍ବାଚନ: ଆଜି ଶେଷ ପର୍ଯ୍ୟାୟ ମତଦାନ, ଗୁରୁତ୍ୱପୂର୍ଣ୍ଣ ଆସନରେ ଭୋଟ୍‌ ପଡ଼ିବ

ଗୁଜରାଟ ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ। ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ମୋଟ୍‌ ୯୩ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହେବ।

ଅଦ୍ୟତନ ହୋଇଛି
Gujarat Assembly Election 2022

Gujarat Phase 2 Polling Today

Advertisment

ଗୁଜରାଟ ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ମୋଟ୍‌ ୯୩ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହେବ।  ଏଥିଲାଗି ୮୩୩ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି।

Advertisment

ଅହମ୍ମଦାବାଦ, ଭଦୋଦରା, ଗାନ୍ଧିନଗର ଭଳି ଗୁରୁତ୍ୱପୂର୍ଣ୍ଣ ଆସନରେ ଆଜି ଭୋଟ୍‌ ପଡ଼ିବ। ୨ କୋଟି ୫୧ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆଜି ଭୋଟ୍‌ ଦେବେ। 

ଅଧିକ ପଢ଼ନ୍ତୁ: ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ, ଜନସମୁଦ୍ରକୁ ଦେଖି ଗାଡ଼ିରୁ ଓହ୍ଲାଇପଡ଼ିଲେ ମୋଦି

Advertisment

ଉତ୍ତର ଏବଂ କେନ୍ଦ୍ର ଗୁଜରାଟର ମୋଟ ୧୪ଟି ଜିଲ୍ଲାରେ ଭୋଟ୍‌ ଗ୍ରହଣ ହେବ।  ପ୍ରଥମ ପର୍ଯ୍ୟାୟରେ ୮୯ଟି ସିଟ୍ ପାଇଁ ଭୋଟ୍ ଗ୍ରହଣ ସରିଛି। ଡିସେମ୍ବର ୮ରେ ଭୋଟ୍ ଗଣତି ହେବ। 

ଦୀର୍ଘ ୨୭ ବର୍ଷ ଧରି ଗୁଜରାଟରେ କ୍ଷମତାରେ ଥିବା ବିଜେପି ଚଳିତ ଥର ମଧ୍ୟ କ୍ଷମତାକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛି। ସେପଟେ କଂଗ୍ରେସ ଓ ଆପ୍ ବି କ୍ଷମତା ଦଖଲ ଯୋଜନାରେ ଥିବାରୁ ଏଥର ଏଠାରେ ତ୍ରିମୁଖୀ ଲଢେଇ ହେବ।

Advertisment
Gujarat Polls
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ