Advertisment

Gujarat MP: ସାଂସଦଙ୍କ ଉପରେ ଡଲାର ବର୍ଷା, ଖାଲି ନୋଟ ନୁହେଁ, ସୁନା ରୂପାରେ ବି ବୁଡିଲେ

ସାଂସଦଙ୍କ ଉପରେ ଡଲାର ବର୍ଷା । ଉଡିଲା ଡଲାର, ୫୦୦ ଟଙ୍କିଆ ନୋଟ । ଖାଲି ନୋଟ ନୁହେଁ, ସୁନା ରୂପାରେ ବି ବୁଡିଲେ ସାଂସଦ । ଦେଖନ୍ତୁ ଏ ଦୃଶ୍ୟକୁ,କେମିତି ଉଡୁଛି ବିଡା ବିଡା ନୋଟ । ଯେମିତି ପଇସା ତ ନୁହେଁ ରଦ୍ଦି କାଗଜ । କୌଣସି ସାଂସଦଙ୍କୁ ଏମିତି ପ୍ରକାର ସମ୍ମାନ ନା ଆଗରୁ କିଏ ଦେଖିଥିବେ ନା କେହି କରିଥିବେ । ସୁନା, ରୂପା ଓ ଡଲାରରେ ସାଂସଦଙ୍କୁ ଏପରି ସମ୍ମାନିତ କରାଗଲା ଯେ, ଯିଏ ଦେଖିବ ଆଶ୍ଚର୍ଯ୍ୟ ହେବ।

lady mp

lady mp

Advertisment

ସାଂସଦଙ୍କ ଉପରେ ଡଲାର ବର୍ଷା । ଉଡିଲା ଡଲାର, ୫୦୦ ଟଙ୍କିଆ ନୋଟ । ଖାଲି ନୋଟ ନୁହେଁ, ସୁନା ରୂପାରେ ବି ବୁଡିଲେ ସାଂସଦ ।  ପଇସା ତ ନୁହେଁ ରଦ୍ଦି କାଗଜ । କୌଣସି ସାଂସଦଙ୍କୁ ଏମିତି ପ୍ରକାର ସମ୍ମାନ ନା ଆଗରୁ କିଏ ଦେଖିଥିବେ ନା କେହି କରିଥିବେ ।

Advertisment

ସୁନା, ରୂପା ଓ ଡଲାରରେ ସାଂସଦଙ୍କୁ ଏପରି ସମ୍ମାନିତ କରାଗଲା ଯେ, ଯିଏ ଦେଖିଲା ଟେରା ହୋଇଗଲା । ଏ ଘଟଣା ଗୁଜୁରାଟ ଜାମନଗର ଜିଲ୍ଲାର । ଆଉ ଏହି ସାଂସଦ ହେଲେ ଜାମନଗର ସାଂସଦ ପୁନମବେନ୍ ମାଡାମ ।

ଜାମନଗର ଜିଲ୍ଲା କାଲୱାଡର ରାନୁଜା ଗାଁରେ ଏକ ପାରମ୍ପରିକ ମେଳାର ଆୟୋଜନ ହୋଇଥିଲା। ଭରୱାଡ ସମାଜ ଦ୍ୱାରା ଆୟୋଜିତ ଏହି ଲୋକମେଳାରେ ବିଶେଷ ଅତିଥି ଥିଲେ ସାଂସଦ ପୁନମବେନ । ତାଙ୍କୁ ବିଶେଷ ଭାବରେ ସମ୍ମାନିତ କରାଯାଇଥିଲା । କିନ୍ତୁ ଫୁଲତୋଡାରେ ନୁହେଁ ନୋଟ୍ ବିଡାରେ.. । ସାଂସଦଙ୍କ ଉପରେ ଡଲାର, ସୁନା, ରୂପା ଓ 500 ଟଙ୍କାର ନୋଟ ବର୍ଷା କରାଯାଇଥିଲା । ଏହାସହ ଭରୱାଡ ସମାଜର ବରିଷ୍ଠ ସଦସ୍ୟମାନେ ପୁନମବେନଙ୍କୁ ଏକ ପଗଡି ପିନ୍ଧାଇଥିଲେ ।

Advertisment

ଜାମନଗରର ରାନୁଜାରେ ଗତ 5 ଦଶନ୍ଧି ଧରି ଅନୁଷ୍ଠିତ ହୋଇଆସୁଛି ଏହି ପାରମ୍ପରିକ ଲୋକମେଳା । ଏହି ମେଳା ସମାଜର ଏକତା ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ। ରାମଦେବ ପୀରଙ୍କ ଦର୍ଶନ ଓ ମେଳା ଉପଭୋଗ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଏଠାରେ ଆସନ୍ତି । ହେଲେ ମେଳାରେ ସାଂସଦଙ୍କ ଉପରେ ନୋଟ ଓ ସୁନା ବର୍ଷା ଏଥର ବିଶେଷ ଆକର୍ଷଣ ପାଲଟିଛି ।

Gujarat Viral Video Dollar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ