Advertisment

ଜିଗ୍ନେଶଙ୍କୁ ସହଜେ ଛାଡିବନି ପୋଲିସ; ଜେଲ୍‌ରୁ ବାହାରିଲେ ପୁଣି ଜେଲ୍‌ ଗଲେ

ଆସାମର ବାରପେଟା ପୋଲିସ ଜିଗ୍ନେଶକୁ ଗିରଫ କରିଛି। ସେ ସରକାରୀ ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ମେବାନୀଙ୍କ ନାଁରେ ଆସାମର ବାରପେଟ ଓ ଗୋଆଲପଡ଼ା ପୋଲିସ ଷ୍ଟେସନରେ ଦୁଇଟି ଏଫଆଇଆର ରୁଜୁ କରାଯାଇଛି।

ଅଦ୍ୟତନ ହୋଇଛି
Jignesh Mevani Re-Arrest

Jignesh Mevani Re-Arrest

Advertisment

ଜାମିନ ମିଳିବାର କିଛି ସମୟ ମଧ୍ୟରେ ପୁଣି ଥରେ ଗିରଫ ହେଲେ କଂଗ୍ରେସ ନେତା ତଥା ଗୁଜରାଟର ବିଧାୟକ ଜିଗ୍ନେଶ ମେବାନୀ ଗିରଫ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଟ୍ୱିଟ କରିବାରୁ ପୂର୍ବରୁ ତାଙ୍କୁ ଗିରଫ କରାଯାଇଥିଲା । ପୂର୍ବରୁ ତାଙ୍କୁ ଗୁଜରାଟ ପାଲନପୁର ସର୍କିଟ ହାଉସରୁ ବିଳମ୍ବିତ ରାତିରେ ଗିରଫ କରିଥିଲା ଆସାମ ପୋଲିସ । ଗିରଫର କାରଣ କଣ ରହିଛି ତାହା ମଧ୍ୟ ସ୍ପଷ୍ଟ କରାଯାଇନଥିଲା । ତେବେ ଏହି ମାମଲାରେ ଆଜି ତାଙ୍କୁ ଜାମିନ ମିଳି ଯିବାରୁ ତୁରନ୍ତ ଆଉ ଗୋଟିଏ ନୂଆ ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି।

Advertisment

ଆସାମର ବାରପେଟା ପୋଲିସ ଜିଗ୍ନେଶକୁ ଗିରଫ କରିଛି। ସେ ସରକାରୀ ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ମେବାନୀଙ୍କ ନାଁରେ ଆସାମର ବାରପେଟ ଓ ଗୋଆଲପଡ଼ା ପୋଲିସ ଷ୍ଟେସନରେ ଦୁଇଟି ଏଫଆଇଆର ରୁଜୁ କରାଯାଇଛି। ଆଜି ଜାମିନ ମିଳିବା ମାତ୍ରେ ବାରପେଟ ପୋଲିସ ମେବାନୀଙ୍କୁ କୋକ୍ରାଝର ଜେଲରୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ଗିରଫ କରି ଥାନାକୁ ନେଇଛି।

ତେବେ ଜାମିନ ମିଳିବା ପରେ ତାଙ୍କୁ ପୁଣି ଗିରଫ କରାଯାଇଥିବାରୁ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଛି । ଏହା ପଛରେ କ୍ଷମତାସୀନ ବିଜେପିର ଷଡ଼ଯନ୍ତ୍ର ରହିଥିବା ବିରୋଧୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଓ ବିଜେପିକୁ ସବୁବେଳେ ସମାଲୋଚନା କରୁଥିବା ଜିଗ୍ନେଶ ଗିରଫଦାରୀକୁ ରାଜନୀତିକ ଆକ୍ରୋଶ ବୋଲି କୁହାଯାଉଛି।

Advertisment

୪୧ ବର୍ଷୀୟ ମେୱାନୀ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଟ୍ୱିଟ କରିଥିବାରୁ ତାଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର, ଧର୍ମପୀଠ ଗୁଡ଼ିକ ସମ୍ପର୍କରେ ବିଭିନ୍ନ ଆପତ୍ତି ଜନକ ଶବ୍ଦ, ଧାର୍ମିକ ଭାବନାକୁ ଆଘାତ ଦେବା ଓ ଶାନ୍ତି ଭଙ୍ଗ ପାଇଁ ପ୍ରୟାସ ଭଳି ଦଫା ଲାଗାଯାଇଥିଲା। ବିଜେପି ନେତା ହିଁ ପୋଲିସ ନିକଟରେ ଏପରି ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟି ଏପରି ଗିରଫଦାରୀ କରାଯାଇଥିବା କୁହାଯାଉଛି।

Jignesh Mevani Re-Arrest Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ