• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୋ ସେକ୍ସ ଲାଇଫ୍‌ କେମିତି କାଟିବି ତାହା ମୋର ବ୍ୟକ୍ତିଗତ ନିଷ୍ପତ୍ତି । କିନ୍ତୁ ମୁଁ କାହାର ପତ୍ନୀ ହୋଇ ରହିବି ନାହିଁ । ବହୁ ଚର୍ଚ୍ଚିତ କ୍ଷମା ବିନ୍ଦୁଙ୍କ ସିଙ୍ଗଲ ମ୍ୟାରେଜ୍ କାର୍ଯ୍ୟକ୍ରମ ଶେଷ ହୋଇଛି । ବିବାହ କାର୍ଯ୍ୟକ୍ରମ ଟିକେ ଭିନ୍ନ ହୋଇଥିଲେ ମଧ୍ୟ ରୀତି ନୀତି ଅନୁସାରେ ତାଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ସେ ନିଜକୁ ସିନ୍ଦୁର ପିନ୍ଧାଇବା ସହ ନିଜେ ନିଜକୁ ବରଣମାଳା ମଧ୍ୟ ପକାଇଥିଲେ । ଏହାସହ ହୋମକୁଣ୍ଡ ଚାରିପଟେ ମଧ୍ୟ ଏକା ବୁଲିଥିଲେ । ଏମିତି ସୁରୁଖୁରୁରେ ତାଙ୍କ ବିବାହ କାର୍ଯ୍ୟ ଶେଷ ହୋଇଛି । ଏହି ବିବାହ ବେଳେ ୟୁ ଟ୍ୟୁବ୍ ମନ୍ତ୍ର ଉଚ୍ଚାରଣ କରିଥିଲା।

ବିବାହ ପରେ ସେ ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି । ବିବାହ କାର୍ଯ୍ୟକ୍ରମରେ ମୋଟ ୮ ଜଣ ଲୋକ ଯୋଗଦେଇଥିଲେ । ଏହି ୮ ଜଣ ହେଉଛନ୍ତି କ୍ଷମା ବିନ୍ଦୁଙ୍କର ସବୁଠୁ ନିଜର । ସାରା ଦୁନିଆ ୧୧ ତାରିଖ ଦିନ ତାଙ୍କ ବିବାହ ସମ୍ପନ୍ନ ହେବ ବୋଲି ଜାଣିଥିବା ବେଳେ, ସେ ଜାଣିଶୁଣି ଦୁଇ ଦିନ ପୂର୍ବରୁ ଅର୍ଥାତ ୯ ତାରିଖ ଦିନ ଖୁବ୍‌ କମ ସଂଖ୍ୟକ ଲୋକଙ୍କ ଗହଣରେ ବିବାହ କାର୍ଯ୍ୟ ଶେଷ କରିଛନ୍ତି । କାରଣ ୧୧ ତାରିଖରେ ବିବାହ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ନାହିଁ ବୋଲି କ୍ଷମା ବିନ୍ଦୁ ଆଶଙ୍କା କରିଥିଲେ । 

ତେବେ କ୍ଷମା ଆହୁରି ମଧ୍ୟ କହିଛନ୍ତି ଯେ, ‘ବିବାହ ପରେ ନିଜ ସେକ୍ସ ଲାଇଫ୍‌ କେମିତି କାଟିବି ତାହା ମୋର ବ୍ୟକ୍ତିଗତ ନିଷ୍ପତ୍ତି । ଏଥିରେ କାହାର ମୁଣ୍ଡ ଖେଳାଇବାର ନାହିଁ । ମୋ ସେକ୍ସ ଲାଇଫ୍‌ ନେଇ କାହାର ପ୍ରଶ୍ନ କରିବାର ଅଧିକାର ବି ନାହିଁ । ଯଦି ଭବିଷ୍ୟତରେ ମୋତେ କୌଣସି ପୁଅ ଭଲ ଲାଗିଲେ, ତେବେ ମୁଁ ଚେଷ୍ଟା କରିବି ସେଠି ଅଟକି ଯିବା ପାଇଁ । କାରଣ ମୁଁ ବିବାହିତ । ଜଣେ ଝିଅ ହିସାବରେ ଅନ୍ୟ କାହାପ୍ରତି ଆକର୍ଷିତ ହେବା ଏକ ସାଧାରଣ କଥା । ମୁଁ କାହାପ୍ରତି ଆକର୍ଷିତ ହୋଇପାରେ କିନ୍ତୁ କାହାର ପତ୍ନୀ ହୋଇ ରହିବି ନାହିଁ । ବିବାହ ପରେ ଏଭଳି ମନର କଥା ବଖାଣିଛନ୍ତି କ୍ଷମା ବିନ୍ଦୁ ।

ତେବେ ତାଙ୍କ ବିବାହ ପାଇଁ ସମୟ ଖୁବ୍‌ କମ୍‌ ଥିବାରୁ ଅଳ୍ପ ଲୋକଙ୍କୁ ଡାକିଥିବା ସେ କହିଛନ୍ତି । ଖାଲି ସେତିକି ନୁହେଁ ବିବାହ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ କରାଯାଇଥିବାରୁ ପଣ୍ଡିତ ମିଳିନଥିଲେ। ତେଣୁ ସେ ଇଣ୍ଟରନେଟ୍‌ରୁ ବା ୟୁଟ୍ୟୁବ୍‌ରୁ ବ୍ଲୁ-ଟୁଥ୍‌ରେ ମନ୍ତ୍ର ଲଗାଇ ବିବାହ କରିଥିଲେ ।

 

ଅନ୍ୟପଟେ ବିବାହ ରେଜିଷ୍ଟ୍ରେସନ୍‌ ପାଇଁ ଚେଷ୍ଟା କରିବେ ବୋଲି ମଧ୍ୟ କ୍ଷମା କହିଛନ୍ତି । ଏହା ଯଦିଓ ଲିଗାଲ ନୁହେଁ ତେବେ ସେ ଏଥିପାଇଁ ଚେଷ୍ଟା କରିବେ । ଖାଲି ସେତିକି ନୁହେଁ, କ୍ଷମା ଆହୁରି କହିଛନ୍ତି ଯେ, ଯଦି ତାଙ୍କ ବିବାହକୁ ନେଇ କେହି ବିରୋଧ କରନ୍ତି ତେବେ ସେ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କୁ ଯେଉଁଠିକୁ ଡକାଯାଏ ସେଠାରେ ପହଞ୍ଚି ଜବାବ ରଖିବେ ବୋଲି କହିଛନ୍ତି କ୍ଷମା ।