Advertisment

Vijay Rupani: ରାଜକେ।ଟରେ ଆଜି ବିଜୟ ରୂପାଣିଙ୍କ ଅନ୍ତିମ ସଂସ୍କାର, ଦିଆଯିବ ରାଷ୍ଟ୍ରୀୟ ମର୍ଯ୍ୟ।ଦା

ଗତକାଲି ବିଜୟ ରୂପାଣିଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଡିଏନଏ ଟେଷ୍ଟ ମାଧ୍ୟମରେ ତାଙ୍କ ମୃତଦେହ ଚିହ୍ନଟ କରାଯାଇଛି ।ପତ୍ନୀ ଏବଂ ଝିଅକୁ ଦେଖା କରିବା ପାଇଁ ଲଣ୍ଡନ ଯାଉଥିଲେ ।

ଅଦ୍ୟତନ ହୋଇଛି
Vijay Rupani

Vijay Rupani

Advertisment

ଆଜି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କର ହେବ ଶେଷକୃତ୍ୟ । ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହେବ । ଏନେଇ ସୂଚନା ଦେଇଛନ୍ତି ଗୁଜରାଟ ସ୍ବାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ।

Advertisment

ରୂପାଣିଙ୍କ ବିୟୋଗରେ ଦିନିକିଆ ରାଜ୍ୟ ଶୋକ ଘୋଷଣା କରାଯାଇଛି । ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି । ଡିଏନଏ ଟେଷ୍ଟ ମାଧ୍ୟମରେ ତାଙ୍କ ମୃତଦେହ ଚିହ୍ନଟ କରାଯାଇଛି ।

ଅଧିକ ପଢ଼ନ୍ତୁ: ଆକାଶରେ ବିପଦ, ଏୟାର ଇଣ୍ଡିଆ ଦେଖିଛି ସର୍ବାଧିକ ବିମାନ ଦୁର୍ଘଟଣା

ଗୁଜରାଟ ସ୍ବାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ବିଜୟ ରୂପାନୀଙ୍କ ଡିଏନଏ ମ୍ୟାଚ ବିଷୟରେ ସୂଚନା ଦେଇଥିଲେ । ଗତକାଲି ବିଜୟ ରୂପାଣିଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

Advertisment

ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏଯାବତ୍ ଡିଏନଏ ୮୦ ଜଣଙ୍କ ନମୁନା ମ୍ୟାଚ୍ କରିଛି। ତା ମଧ୍ୟରୁ ପ୍ରାୟ ୩୩ ଜଣଙ୍କ ଡେଡବଡ଼ି ହସ୍ତାନ୍ତର କରାଯାଇଛି ସଂପର୍କୀୟଙ୍କୁ।

ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୭୦ ଜଣଙ୍କର ମୃତ୍ୟୁ ହୋଇସାରିଛି। ଦୁର୍ଘଟଣାର ତଦନ୍ତ କରୁଛି ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ। ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ମୃତଦେହ ଚିହ୍ନଟ କରାଯିବା କାଠିକର ପାଠ ହୋଇଛି । ଏପରି ସ୍ଥିତିରେ ଆତ୍ମୀୟ ତଥା ପରିବାର ଲୋକଙ୍କ ଡିଏନଏ ସାମ୍ପୁଲ ଅଣାଯାଇ ମ୍ୟାଚ୍ କରାଯାଉଛି ।

Advertisment

ଗତ ୧୨ ତାରିଖରେ ଅହମଦାବାଦରେ ଫ୍ଲାଇଟ୍ କ୍ରାସ ହୋଇଥିଲା । ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ନିଜ ଝିଅ ପାଖକୁ ଲଣ୍ଡନ ଗସ୍ତ କରୁଥିଲେ । ତେବେ ବିଜୟ ରୂପାନୀଙ୍କ ନିଧନକୁ ନେଇ ସାମ୍ନାକୁ ଆସିଛି କିଛି ଚାଞ୍ଚଲ୍ୟକର ସତ ।

ଥରେ ନୁହେଁ ଦୁଇ ଦୁଇ ଥର ଲଣ୍ଡନ ଯିବା ପାଇଁ ସ୍ଥିର କରିଥିଲେ ବି ଟିକେଟ କ୍ୟାନସଲ କରିଥିଲେ ରୂପାନୀ । ଅର୍ଥାତ ୧୨ ତାରିଖ ତାଙ୍କର ପ୍ରଥମ ପସନ୍ଦ ନ ଥିଲା । ପତ୍ନୀ ଏବଂ ଝିଅକୁ ଦେଖା କରିବା ପାଇଁ ଉଡ଼ାଣ ଭରିଥିବା ବିଜୟ ରୂପାନୀ ମେ’ ୧୯ ରେ ଲଣ୍ଡନ ପାଇଁ ଟିକେଟ କାଟିଥିଲେ । ଆଉ ସେହି ବିମାନ ନମ୍ବର ଥିଲା AI171।

ମେ’ ୧୯ରେ ଯାଇ ଜୁନ୍ ୨୫ରେ ସେ ଭାରତ ଫେରିବାର ଯୋଜନା କରିଥିଲେ । ପରବର୍ତ୍ତୀ ସମୟରେ କିନ୍ତୁ ସେ ଟିକେଟ କ୍ୟାନସଲ କରି ଜୁନ୍ ୫ ପାଇଁ ଟିକେଟ କରିଥିଲେ । ଯାହାକୁ ଦ୍ବିତୀୟ ଥର ଲାଗି କ୍ୟାନସଲ କରିଥିଲେ ବିଜୟ ରୂପାନୀ ।

ଶେଷରେ ଜୁନ୍ ୧୨ ପାଇଁ ସେ ଟିକଟ କରିଥିଲେ । ବିମାନ ଥିଲା AI171 ଏବଂ ସିଟ୍ ନମ୍ବର ଥିଲା ଟୁ-ଡି । ଯାହା ଉଡ଼ାଣର ମାତ୍ର କେଇ ମିନଟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହେ।ଇଥିଲା ।

ଅଧିକ ପଢ଼ନ୍ତୁ: ସେବେ ରୁଆଙ୍ଗସକ ଆଉ ଏବେ ବିଶ୍ୱାସ; ସିଟ୍‌ 11A ପଛର କ'ଣ ରହସ୍ୟ...

Gujarat Last Rites Plane Crash Bhupendra Patel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ