Advertisment

ବଢ଼ିଲା ସ୍ୱିଗି-ଜୋମାଟୋ ରେଟ୍‌ ! ଓଲା-ଉବର ବି ଖର୍ଚ୍ଚାନ୍ତ କରାଇବେ

ଆଜିଠାରୁ ଓଲା ଓ ଉବର ପରି କ୍ୟାବ୍ ସଂସ୍ଥା ମଧ୍ୟ ୫ ପ୍ରତିଶତ GST ସଂଗ୍ରହ କରିବେ । ଚପଲ, ଜୋତା ପାଇଁ ୧୨ ପ୍ରତିଶତ ଟ୍ୟାକ୍ସ ଲାଗିବ ।

GST

GST

Advertisment

ଫୁଡ୍ ଡେଲିଭରି ସଂସ୍ଥା ସ୍ୱିଗି ଓ ଜମାଟୋକୁ ଆଜିଠାରୁ GST ଦେବାକୁ ପଡ଼ିବ । ଏହି ଅନ୍‌ଲାଇନ୍ ଫୁଡ ଡେଲିଭରି ସଂସ୍ଥା ନିଜ ସେବା ପାଇଁ ୫ ପ୍ରତିଶତ GST ନେବେ । ଏହା ଦ୍ୱାରା ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇବା ମହଙ୍ଗା ହେବ । ଆଗରୁ ଏପରି ସଂସ୍ଥା GST ବାହାରେ ଥିଲେ । ଏବେ ଟ୍ୟାକ୍ସ ସଂଗ୍ରହ ବଢିବ । ଆଗରୁ ରେଷ୍ଟୁରାଣ୍ଟ ତରଫରୁ GST ସଂଗ୍ରହ ହେଉଥିଲା ।

Advertisment

ସେହିପରି ଆଜିଠାରୁ ଓଲା ଓ ଉବର ପରି କ୍ୟାବ୍ ସଂସ୍ଥା ମଧ୍ୟ ୫ ପ୍ରତିଶତ GST ସଂଗ୍ରହ କରିବେ । ଚପଲ, ଜୋତା ପାଇଁ ୧୨ ପ୍ରତିଶତ ଟ୍ୟାକ୍ସ ଲାଗିବ । GSTର ଅନେକ ନିୟମ ଆଜିଠାରୁ ଲାଗୁ ହେବ । ଟ୍ୟାକ୍ସ ଫାଙ୍କିକୁ ରୋକିବା ପାଇଁ କରଦାତାଙ୍କ GSTR 2B ରେ କ୍ରେଡିଟ ଦେଖାଯିବା ପରେ ହିଁ ଇନ୍‌ପୁଟ୍ ଟ୍ୟାକ୍ସ କ୍ରେଡିଟ ମିଳିବ ।

ନୂଆବର୍ଷରୁ ଜିଏସ୍‌ଟି ନିୟମରେ ପରିବର୍ତ୍ତନ କରାଯାଇଛି । ୧ ଜାନୁଆରୀରୁ ରେଡିମେଡ୍‌ ଗାରମେଣ୍ଟ୍ସରେ ଜିଏସଟି ଦର ୫ ପ୍ରତିଶତରୁ ବୃଦ୍ଧି ପାଇ ୧୨ ପ୍ରତିଶତ ହେବାର ଥିଲା କିନ୍ତୁ ତାହାକୁ ସ୍ଥଗିତ ରଖାଯାଇଛି ।

Advertisment

ଏହା ବ୍ୟତୀତ ଗ୍ରାହକଙ୍କ ପାଇଁ ଆଉ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ । ଜାନୁଆରି ପହିଲାଠାରୁ ଆଇପିପିବି ଖାତାଧାରକ ଏକ ଲିମିଟ ଟଙ୍କା ଜମା ଓ ଉଠାଣ ଉପରେ ଚାର୍ଜ ଦେବେ । ନୂଆ ବର୍ଷରୁ ବାଣିଜ୍ୟ ସଞ୍ଚୟ ଖାତାରୁ ପ୍ରତିମାସ ୪ ଥର ବିନା ଶୁଳ୍କରେ ଟଙ୍କା ଉଠାଇ ହେବ। କିନ୍ତୁ ପଞ୍ଚମ ଥରଠାରୁ ପ୍ରତି ଉଠାଣ ଉପରେ ଗ୍ରାହକଙ୍କୁ ୨୫ ଟଙ୍କା ଦେବାକୁ ପଡିବ। ହେଲେ ବାଣିଜ୍ୟ ସଞ୍ଚୟ ଖାତାରେ ଟଙ୍କା ଜମା କରିବା ନେଇ କୌଣସି ଦେୟ ଲାଗିବ ନାହିଁ ବୋଲି ଜଣାପଡିଛି ।

ସେହିପରି ସେଭିଙ୍ଗ ଆକାଉଣ୍ଟରେ ଗୋଟିଏ ମାସରେ ୧୦ ହଜାର ଟଙ୍କା ଜମା କରିବା ପାଇଁ କୌଣସି ଦେୟ ଲାଗିବ ନାହିଁ । ଏହି ଲିମିଟଠାରୁ ଅଧିକ ଜମା କରିବା ପାଇଁ ଗ୍ରାହକଙ୍କଠାରୁ ଅତିରିକ୍ତ ଦେୟ ଆଦାୟ କରାଯିବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

୨୦୨୨ର ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୧ରୁ ଛୋଟ ପିଲାମାନଙ୍କ ଟିକାକରଣ ପାଇଁ ଆରମ୍ଭ ହେବ ପଞ୍ଜୀକରଣ। ଜାନୁଆରୀ ୩ରୁ ସାରାଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କୁ କରୋନା ବିରୋଧୀ ଟିକା ଦିଆଯିବ। ଏହା ପୂର୍ବରୁ ପିଲାମାନେ ଟିକା ପାଇଁ ନିଜର ନାଁ ପଞ୍ଜୀକରଣ କରିବେ। ପ୍ରାପ୍ତ ବୟସ୍କଙ୍କ ଭଳି ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନେ କୋୱିନ ଦ୍ୱାରା ଜାନୁଆରୀ ୧ରୁ ଟିକା ପାଇଁ ନିଜ ନାଁ ପଞ୍ଜୀକରଣ କରି ପାରିବେ। ଅତିରିକ୍ତ ସ୍ଲଟ ଭାବେ ଛାତ୍ରଛାତ୍ରୀମାନେ ଆଇଡି କାର୍ଡ ବ୍ୟବହାର କରି ଟିକା ପାଇଁ ପଞ୍ଜୀକରଣ କରିପାରିବେ। କାରଣ ସବୁ ପିଲାମାନଙ୍କ ପାଖରେ ଆଧାର କାର୍ଡ ନାହିଁ। ତେଣୁ କୋୱିନ ପ୍ଲାଟଫର୍ମରେ ଆଇଡି କାର୍ଡର ବିକଳ୍ପ ରଖାଯାଇଛି ବୋଲି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି।

GST Online Food Delivery
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ