Advertisment

ମହଙ୍ଗା ହେବ ଆଇସ୍‌କ୍ରିମ ଖାଇବା, ଜୋମାଟୋ ଓ ସ୍ୱିଗିରୁ ଅର୍ଡର କରିବା

:ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର GST କାଉନସିଲ ବୈଠକ ପରେ ଅନେକ ବଡ ନିଷ୍ପତ୍ତିର ଘୋଷଣା କରିଛନ୍ତି। ଅନେକ ଜିନିଷରୁ ଜିଏସ୍‌ଟି ହ୍ରାସ କରାଯାଇଛି। ଅନେକ ଜିନିଷ ଉପରେ ଜିଏସ୍‌ଟି ବଢିଛି।

ଅଦ୍ୟତନ ହୋଇଛି
Finance Minister Nirmala Sitharaman

Finance Minister Nirmala Sitharaman

Advertisment

ନୂଆଦିଲ୍ଲୀ:ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର GST କାଉନସିଲ ବୈଠକ ପରେ ଅନେକ ବଡ ନିଷ୍ପତ୍ତିର ଘୋଷଣା କରିଛନ୍ତି। ଜିଏସ୍‌ଟି ବୈଠକ ବସିବା ପୂର୍ବରୁ ପେଟ୍ରୋଲ, ଡିଜେଲ ଦର ହ୍ରାସ ପାଇବାର ଅନୁମାନ କରାଯାଉଥିଲା। ଏହାକୁ ଜିଏସ୍‌ଟି ଅନ୍ତଭର୍ଭୁକ୍ତ କରାଯାଇ ପାରେ ବୋଲି କୁହାଯାଉଥିଲା।  ଜିଏସଟି କାଉନସିଲର ୪୫ତମ ବୈଠକରେ ଏହି ପ୍ରସ୍ତାବକୁ ରାଜ୍ୟମାନେ ଜୋରଦାର ବିରୋଧ କରିଥିଲେ। ଏପରିକି ଏହି ପ୍ରସ୍ତାବ ଉପରେ ଆଲୋଚନା ଲାଗି ରାଜି ବି ହୋଇନଥିଲେ। ପେଟ୍ରୋଲ, ଡିଜେଲ ଜିଏସ୍‌ଟି ଅନ୍ତର୍ଭୁକ୍ତ ହେବାର ସମୟ ଆସିନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। 
ପେଟ୍ରୋଲ, ଡିଜେଲ ନିଷ୍ପତ୍ତି ସହିତ ଜିଏସଟି ବୈଠକରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅର୍ଥମନ୍ତ୍ରୀ କରୋନା ଭାଇରସ ସହ ଲଢିବା ପାଇଁ ଆବଶ୍ୟକ ଔଷଧ ଉପରେ ଜିଏସ୍‌ଟି ଛାଡର ସମୟ ସୀମାକୁ ଡିସେମ୍ବର ୩୧,୨୦୨୧ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। 

Advertisment

ତେବେ ଆସନ୍ତୁ ଜାଣିବା, କେଉଁ କେଉଁ ସାମଗ୍ରୀ ଉପରେ GST  ପରିବର୍ତ୍ତନ କରାଯାଇଛି।
୧-ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଜାହାଜ ବା ଏୟାରପ୍ଲେନ୍‌ରେ ଏକ୍ସପୋର୍ଟ ଗୁଡ୍‌ସର ଟ୍ରାନ୍ସପୋର୍ଟ ଉପରେ  GST ଲାଗୁ କରାଯିବ ନାହଁ। ଏପରି କରାଯିବାର କାରଣ ହେଉଛି, ଏକ୍ସପୋର୍ଟରଙ୍କୁ  GST ପୋର୍ଟାଲରେ ଦେଖା ହେଉଥିବା ଯାନ୍ତ୍ରିକ ତ୍ରୁଟି ଯୋଗୁ ଇନ୍‌ପୁଟ ଟାକ୍ସ କ୍ରେଡିଟ୍‌ ରିଫଣ୍ଡ ମିଳିବାରେ ସମସ୍ୟା ହେଉଛି। 
୨-ରେଲ୍‌ୱେ ପାର୍ଟସ୍ ଏବଂ ଲୋକମୋଟିଭ ଉପରେ  GST  ବୃଦ୍ଧି ପାଇଛି। ପୂର୍ବରୁ  ୧୨ ପ୍ରତିଶତ  GST ଥିବାବେଳେ ଏବେ ୧୮ ପ୍ରତିଶତ କରି ଦିଆଯାଇଛି। 
୩- ବାୟୋଡିଜେଲ ଉପରେ  GST ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଛି
୪-ଦିବ୍ୟାଙ୍ଗମାନେ ବ୍ୟବହାର କରୁଥିବା ଗାଡିରେ ବ୍ୟବହୃତ ରେଟ୍ରୋ-ଫିଟ୍‌ମେର୍ଟ କିଟ୍‌ସ ଉପରେ  GST ହ୍ରାସ ପାଇ ୫ ପ୍ରତିଶତ କରି ଦିଆଯାଇଛି।
୫-ଇଣ୍ଟିଗ୍ରେଟେଡ୍‌ ଚାଇଲ୍‌ହ ଡେଭଲପମେଣ୍ଟ ସର୍ବିସେସ୍‌ ସ୍କିମ୍‌ରେ ବ୍ୟବହୃତ ହେଉଥିବା ଫୋର୍ଟିଫାଇଡ ରାଇସ୍‌ କର୍ଣ୍ଣାଲ୍ସ ଉପରେ ଜିଏସ୍‌ଟି ହ୍ରାସ ପାଇଛି। ୧୮ ପ୍ରତିଶତରୁ ଏହା ୫ ପ୍ରତିଶତକୁ କମାଇ ଦିଆଯାଇଛି। 
୬-ଫାର୍ମା ଡିପାର୍ଟମେଣ୍ଟ ପକ୍ଷରୁ ଯେଉଁ ୭ଟି ଔଷଧକୁ ଅନୁମୋଦନ କରିବ ତାହା ଉପରୁ ଡିସେମ୍ବର ୩୧, ୨୦୨୧ ପର୍ଯ୍ୟନ୍ତ ଜିଏସ୍‌ଟି ରେଟ ୧୨ ପ୍ରତିଶତ କମାଇ ୫ ପ୍ରତିଶତ କରାଯିବ । 
୭-Keytruda ପରି କ୍ୟାନ୍ସର ଔଷଧ ଉପରେ GST ରେଟ୍ ୧୨ ପ୍ରତିଶତ କମାଇ ୫ % କରି ଦିଆଯାଇଛି।
୮-ଜୋମାଟୋ ଏବଂ ସ୍ୱିଗି ପରି ଆପ୍‌ରେ ଖାଇବା ଅର୍ଡର କରିବା ଏଣିକି ଆହୁରି ମହଙ୍ଗା ହୋଇପାରେ। ଆଇସ୍‌କ୍ରିମ ଖାଇବା ବି ମହଙ୍ଗା ହୋଇପାରେ। ସ୍ୱିଗି, ଜୋମାଟୋ ଆଦି ଆପ୍‌ ଉପରେ ୫% ଟାକ୍ସ ଲାଗିବ। 

Advertisment
Finance Minister Nirmala Sitharaman GST
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ