• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଦଳିଲା ମୋଗଲ ଗାର୍ଡେନର ନା । ଏବେ ଅମୃତ ଉଦ୍ୟାନ ଭାବରେ ପରିଚିତ ହେବ ରାଷ୍ଟ୍ରପତି ଭବନର ଶୋଭା ବଢ଼ାଉଥିବା ଏହି ଆକର୍ଷଣୀୟ ଓ ଐତିହାସିକ ଫୁଲ ବଗିଚା । ରାଷ୍ଟ୍ରପତି ଭବନ ପକ୍ଷରୁ ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରାଯାଇଛି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଆଜାଦୀ କା ଅମ୍ରିତ ମହତ୍ସୋବ ପାଳନ କରୁଛି । ଆଉ ଏହି ପର୍ଯ୍ୟାୟରେ ରାଷ୍ଟ୍ରପତି ଭବନର ଥିବା ମୋଗଲ ଗାର୍ଡେନକୁ ଅମୃତ ଉଦ୍ୟାନ ଭାବେ ରାଷ୍ଟ୍ରପତି ନାମକରଣ କରାଯାଇଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି.... ।

ରାଷ୍ଟ୍ରପତି ଭବନକୁ ନିମନ୍ତ୍ରିତ ଦେଶୀ ବିଦେଶର ଅତିଥି ଏବଂ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥାଏ ଏହି ମୋଗଲ ଗାର୍ଡେନ ବା ଅମୃତ ଉଦ୍ୟାନ । ଏହି ବଗିଚାରେ ରଙ୍ଗବେରଙ୍ଗର ତୁଲିପ ଦେଖେଣାହାରୀଙ୍କୁ ମନ୍ତ୍ରମୁଗ୍ଧ କରିଥାଏ । ବର୍ଷର ନିର୍ଦ୍ଧିଷ୍ଟ କିଛି ଦିନରେ ଏହା ସାଧାରଣ ପର୍ଯ୍ୟଟକଙ୍କ ପାଇଁ ସାହାଣ ମେଲା ହୋଇଥାଏ ଆଉ ଏବେ ଏହି ନାମକରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ମୋଗଲ ଗାର୍ଡେନରୁ ଅମୃତ ଉଦ୍ୟାନକୁ ପରିବର୍ତ୍ତନ ହୋଇଥିବା ଏହି ବଗିଚାରେ ୧୨ ପ୍ରକାରର ୧୦ ହଜାରୁ ଅଧିକ ଟ୍ୟୁଲିପ ଫୁଲ ରହିଛି । ୧୩୮ରୁ ଅଧିକ ପ୍ରକାରର ଗୋଲାପ, ୭୦ରୁ ଅଧିକ ଅଲଗା ଅଲଗା ପ୍ରଜାତିର ବିଭିନ୍ନ ଫୁଲ ରହିଛି । ଏହି ଉଦ୍ୟାନକୁ ଦେଶର ପ୍ରଥମ ରାଷ୍ଟ୍ରପତି ଡା ରାଜେନ୍ଦ୍ର ପ୍ରସାଦ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲେ । ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ବସନ୍ତୠତୁରେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲି ଦିଆଯାଉଛି ।