Advertisment

ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ଆରମ୍ଭ ହେଲା ଯୋଜନା; ସହାୟତା ଦେବେ ସରକାର

ଦୁଷ୍କର୍ମ ହେଉ କିମ୍ବା ଗଣଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାମାନଙ୍କୁ କେନ୍ଦ୍ର ସରକାର ନ୍ୟାୟ ଦେବେ । ଏଥି ପାଇଁ ସହାୟତା ଓ ସେମାନଙ୍କ ଯତ୍ନ ନେବାକୁ ପ୍ରସ୍ତାବ ଦିଆଯାଇଛି ।

ଅଦ୍ୟତନ ହୋଇଛି
Govt Scheme For Pregnant Minor Rape Victims

Govt launches scheme for shelter

Advertisment

ପ୍ରତ୍ୟେକ ଦିନ ଦୁଷ୍କର୍ମ ଓ ହତ୍ୟା ପରି ଅପରାଧୀକ ଘଟଣା ସାମ୍‌ନାକୁ ଆସୁଛି । ଯୌନ ପିପାସୁଙ୍କ କବଳରେ ଆସୁଛନ୍ତି ନୀରିହ ଯୁବତୀ । ଏମିତି କି ନାବାଳିକାମାନେ ମଧ୍ୟ ଦୁଷ୍କର୍ମର ଶିକାର ହେଉଛନ୍ତି । ଖାଲି ଦୁଷ୍କର୍ମର ଶିକାର ହେଉଛନ୍ତି ତାହାନୁହେଁ, ବରଂ ଗର୍ଭବତୀ ହେବା ସହ ସନ୍ତାନ ଜନ୍ମଦେଇଥିବା ଖବର ରହିଛି । ଏପରି ଘଟଣା ବାରମ୍ବାର ସାମ୍‌ନାକୁ ଆସୁଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୂତନ ପଦକ୍ଷେପ ନିଆଯାଇଛି ।

Advertisment

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପୀଡ଼ିତା ମାନଙ୍କ ପାଇଁ ଏକ ଯୋଜନା କରାଯାଇଛି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏନେଇ ସୂଚନା ଦେଇଛନ୍ତି । ଦିଆଯାଇଥିବା ସୂଚନା ଆନୁସାରେ ଯୌନ ନିର୍ଯାତନାର ଶିକାର ହୋଇଥିବା ଗର୍ଭବତୀ ନାବାଳିକାଙ୍କୁ ଆଶ୍ରୟ ଦେବ କେନ୍ଦ୍ର । ଖାଲି ଆଶ୍ରୟ ନୁହେଁ, ଖାଦ୍ୟ ଏବଂ ଆଇନଗତ ସହାୟତା ଯୋଗାଇବା ଦେବା ପାଇଁ କେନ୍ଦ୍ର ଯୋଜନା ଆରମ୍ଭ କରିଛି ।

ଦୁଷ୍କର୍ମ ହେଉ କିମ୍ବା ଗଣଦୁଷ୍କର୍ମରେ ଶିକାର ହୋଇଥିବା ନାବାଳିକାମାନଙ୍କୁ କେନ୍ଦ୍ର ସରକାର ନ୍ୟାୟ ଦେବେ । ଏଥି ପାଇଁ ସହାୟତା ଓ ସେମାନଙ୍କ ଯତ୍ନ ନେବାକୁ ପ୍ରସ୍ତାବ ଦିଆଯାଇଛି ।

Advertisment

WCD ମନ୍ତ୍ରଣାଳୟ ଏଥିପାଇଁ ୭୪.୧୦ କୋଟି ଟଙ୍କା ଅନୁମୋଦନ କରିଛି । ଏହା ଗୋଟିଏ ସପ୍ତାହ ମଧ୍ୟରେ ସାରା ଦେଶରେ ପ୍ରଯୁଜ୍ୟ ହେବ ବୋଲି ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ।

ମନ୍ତ୍ରଣାଳୟ ଆହୁରି କହିଛି ଯେ, କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଯେଉଁଠି ପୀଡିତମାନେ ଗର୍ଭବତୀ ହୁଅନ୍ତି, ସେମାନଙ୍କୁ ମେଡିକାଲ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନାରେ ଆଶ୍ରୟ, ଖାଦ୍ୟ, ଦୈନନ୍ଦିନ ଆବଶ୍ୟକତା ଏବଂ କୋର୍ଟର ଶୁଣାଣିରେ ଯୋଗଦେବା ପାଇଁ ନିରାପଦ ପରିବହନର ବ୍ୟବସ୍ଥା କରାଯାଇଛି । ଖାଲି ସେତିକି ନୁହେଁ, ପୀଡ଼ିତା ନାବାଳିକା ଝିଅମାନଙ୍କୁ ଆଇନ ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Advertisment

ସେହିପରି ୨୦୨୧ ମସିହାରେ, ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା (NCRB) POCSO ଅଧିନିୟମ ଅନୁଯାୟୀ ୫୧,୮୬୩ଟି ମାମଲାର ରିପୋର୍ଟ ହୋଇଛି। WCD ମନ୍ତ୍ରଣାଳୟର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ, ସେଥିମଧ୍ୟରୁ ୬୪ ପ୍ରତିଶତ କିମ୍ବା ୩୩,୩୪୮ଟି ମାମଲା ଆଇନର ଧାରା ୩ ଏବଂ ୫ ଅନୁଯାୟୀ ରିପୋର୍ଟ କରାଯାଇଛି ।

ସରକାରଙ୍କ ଏହି ସହାୟତା ପୀଡ଼ିତାଙ୍କୁ ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ ରହିଛି । ୨୩ ବର୍ଷ ବୟସ ପର୍ଯ୍ୟନ୍ତ ଯତ୍ନ ନେବା ସୁବିଧା ରୋଖାଯାଇଛି । କେନ୍ଦ୍ର ସରକାରଙ୍କ ଏହି ଯୋଜନା ନାବାଳିକା ପୀଡ଼ିତା ମାନଙ୍କ ପ୍ରତି ବିଶେଷ ସହାୟକ ହେବ । କାରଣ ପୀଡ଼ିତାଙ୍କ ସମସ୍ତ ଖର୍ଚ୍ଚ ଓ ଯତ୍ନ ନେବେ କେନ୍ଦ୍ର ସରକାର ।

Minor Rape
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ