Advertisment

Unfair Pricing: ଓଲା-ଉବେର ଉପରେ ସରକାରଙ୍କ ଛାଟ, ଏଣିକି ଗ୍ରାହକଙ୍କୁ ଲୁଟିଲେ ହେବ କାର୍ଯ୍ୟାନୁଷ୍ଠାନ !

୧୧ ଟି ବଡ଼ ବଡ଼ ଇ-କମର୍ସ କମ୍ପାନୀକୁ ନୋଟିସ । ଗ୍ରାହକଙ୍କୁ ପ୍ରଲୋଭନ କରି ଟଙ୍କା ଆଦାୟ କରୁଛନ୍ତି କମ୍ପାନୀ । ଗ୍ରାହକଙ୍କୁ ଭ୍ରମିତ କରାଇବାକୁ ବ୍ୟବହାର କରାଯାଉଛି 'ଡାର୍କ ପାଟର୍ଣ୍ଣ' । ତେବେ କ'ଣ ଏହି 'ଡାର୍କ ପାଟର୍ଣ୍ଣ'? ଆସନ୍ତୁ ଜାଣିବା ।

ଅଦ୍ୟତନ ହୋଇଛି
Unfair pricing of e-commerce company

Unfair pricing of e-commerce company

Advertisment

ମୁଖ୍ୟତଃ ଆମେ ଜିନିଷ କିଣିବା ପରେ ଦୋକାନୀଙ୍କୁ ଟଙ୍କା ଦେଇଥାଉ । କୁଆଡେ ଯିବାକୁ ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ଗାଡ଼ି ବାବଦକୁ ଭଡ଼ା ଦେଇଥାଉ । କିନ୍ତୁ ଏବେ ଓଲା, ଉବେର ଭଳି ଇ-କମର୍ସ କମ୍ପାନୀର ଚାହିଦା ବଢିଥିବାରୁ ସେମାନେ ଭିନ୍ନ ଢଙ୍ଗରେ ଗ୍ରାହକଙ୍କଠାରୁ ଅଗ୍ରୀମ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ଅଧିକ ଲାଭବାନ ହେବା ଆଶାରେ ବିଭିନ୍ନ ଇ-କମର୍ସ କମ୍ପାନୀ ଆପଣାଉଛନ୍ତି ଡାର୍କ ପାଟର୍ଣ୍ଣ । ଏହି ଡାର୍କ ପାଟର୍ଣ୍ଣ ଦ୍ୱାରା ଗ୍ରାହକଙ୍କୁ ପ୍ରଲୋଭନ ଦେଖାଯାଉଛି । ଏପରିକି ରାଇଡ୍ କରିବା ପୂର୍ବରୁ ଡ୍ରାଇଭରଙ୍କୁ ଟିପ୍ ଦେବାକୁ ପଡୁଛି । ଯାହାକୁ ନେଇ କମ୍ପାନୀ ଗୁଡ଼ିକୁ ନୋଟିସ ଜାରି ହୋଇଛି । ଜେପ୍ଟୋ, ଓଲା, ଉବେର ଓ ରାପିଡୋ ଭଳି ୧୧ ଟି ବଡ଼ ବଡ଼ କମ୍ପାନୀଙ୍କୁ ନୋଟିସ ଦିଆଯାଇଛି । କାରଣ ଏହି କମ୍ପାନୀ ଗୁଡ଼ିକ 'ଡାର୍କ ପାଟର୍ଣ୍ଣ' ବ୍ୟବହାର କରି ଗ୍ରାହକଙ୍କୁ ଭ୍ରମିତ କରୁଥିବା ଅଭିଯୋଗ ହୋଇଆସୁଥିଲା । ଏପରିକି ଗ୍ରାହକଙ୍କ ଅନୁମତି ବିନା ଲୋଭନୀୟ ଅଫର ଦେଖାଇ ସେବା ନେବାକୁ ବାଧ୍ୟ କରାଯାଉଥିଲା । 

Advertisment

'ଡାର୍କ ପାଟର୍ଣ୍ଣ' କ'ଣ?

ଡାର୍କ ପାଟର୍ଣ୍ଣ ହେଉଛି ଇ-ପ୍ଲାଟଫର୍ମରେ ଡିଜାଇନ ହୋଇଥିବା ଏମିତି ଏକ ଫିଚର ଯାହା ଗ୍ରାହକଙ୍କୁ ଚାପ ପକାଇଥାଏ । ବିଭିନ୍ନ ପ୍ରଲୋଭନ ଦେଖାଇ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବା ପାଇଁ ପ୍ରବର୍ତ୍ତାଯାଇଥାଏ । ଏହାକୁ ଗୁରୁତର ସହ ନେଇ ଖାଉଟି କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି କମ୍ପାନୀ ଗୁଡ଼ିକୁ  'ଡାର୍କ ପାଟର୍ଣ୍ଣ' ଯାଞ୍ଚ କରି ସଂଶୋଧନ କରିବା ପାଇଁ ନୋଟିସ କରାଯାଇଛି ।  

'ଆଡଭାନ୍ସ ଟିପିଂ' ଫିଚର :

ସୂଚନା ଅନୁସାରେ, ରାପିଡୋର ରହିଛି 'ଆଡଭାନ୍ସ ଟିପିଂ' ଫିଚର । ଯେଉଁଥିରେ ଗ୍ରାହକଙ୍କୁ ରାଇଡ୍ ଆରମ୍ଭ ହେବା ପୂର୍ବରୁ ଆଡଭାନ୍ସ ଟିପ୍ ଦେବାକୁ ପଡ଼ିଥାଏ । ଗ୍ରାହକଙ୍କୁ ନୋଟିଫିକେସନ ଆସେ ଯେ, ଯଦି ଆପଣ ଆଗୁଆ ଟିପ୍ ଦେବେ ତେବେ ଆପଣଙ୍କୁ ଡ୍ରାଇଭର ଶୀଘ୍ର ପହଞ୍ଚାଇଦେବେ । ଯେତେବେଳେ କି ପହଞ୍ଚିବା ପୂର୍ବରୁ ଆଗୁଆ ପେମେଣ୍ଟ କରିବା ଉଚିତ୍ ନୁହେଁ । ତେଣୁ ଏଭଳି ଫିଚରକୁ ନାପସନ୍ଦ କରିଛନ୍ତି ଗ୍ରାହକ । ସେଣ୍ଟ୍ରାଲ କନଜ୍ୟୁମର ପ୍ରୋଟେକ୍ସନ ଅଥରିଟି ( CCPA) ଏନେଇ ଗତ ସପ୍ତାହରେ ଉବେରକୁ ନୋଟିସ ପଠାଇଛି । CCPA ପକ୍ଷରୁ ଦର୍ଶାଯାଇଛି ଯେ, ଆଡଭାନ୍ସ ଟିପିଂ ଫିଚର ଆଦୌ ଗ୍ରହଣୀୟ ନୁହେଁ । 

Advertisment

କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, CCPA ଏହି ମାମଲାରେ ଅଧିକ ଛାନଭିନ କରୁଛି । ଓଲା, ରାପିଡୋରୁ ନେଇ ଉବେର ମଧ୍ୟ CCPA ସ୍କାନରରେ ରହିଛି । ଗ୍ରାହକଙ୍କୁ ଟିପ୍ ଦେବା ପାଇଁ ବାଧ୍ୟ କରିବା ଉଚିତ ନୁହେଁ । ଏଥିପାଇଁ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । 

ଅଧିକ ପଢନ୍ତୁ : ବଦଳିବ ଗୋଲ୍‌ଡ ଲୋନ ନିୟମ, କ୍ଷୁଦ୍ର ଗ୍ରାହକଙ୍କୁ ମିଳିପାରେ ଆଶ୍ୱସ୍ତି

Advertisment
Online Commerce Ola Uber Consumer Affairs Ministry
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ