Advertisment

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଭଲ ଖବର; ପାଇବେ ୧୮ ମାସର ବକେୟା DA

ଦୀପାବଳି ପୂର୍ବରୁ DA ବୃଦ୍ଧି ପରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ଆଉ ଏକ ଭଲ ଖବରକୁ ଅପେକ୍ଷା କରିଛନ୍ତି। ସେମାନେ ବର୍ତ୍ତମାନ ଫିଟମେଣ୍ଟ ଫ୍ୟାକ୍ଟର୍ ଏବଂ HRA ବୃଦ୍ଧିକୁ ଅପେକ୍ଷା କରିଛନ୍ତି।

ଅଦ୍ୟତନ ହୋଇଛି
7th Pay Commission

Government employees to receive 18-month DA arrears soon

Advertisment

ଦୀପାବଳି ପୂର୍ବରୁ DA ବୃଦ୍ଧି ପରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ଆଉ ଏକ ଭଲ ଖବରକୁ ଅପେକ୍ଷା କରିଛନ୍ତି। ସେମାନେ ବର୍ତ୍ତମାନ ଫିଟମେଣ୍ଟ ଫ୍ୟାକ୍ଟର୍ ଏବଂ HRA ବୃଦ୍ଧିକୁ ଅପେକ୍ଷା କରିଛନ୍ତି।

Advertisment

ତେବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ୧୮ ମାସର ବକେୟା ବାବଦରେ ଶୀଘ୍ର ନିଷ୍ପତ୍ତି ନିଆଯାଇପାରେ। ଏହି ପରିପ୍ରେକ୍ଷୀରେ ପେନସନଭୋଗୀ ଏବଂ କର୍ମଚାରୀ ସଂଘର ଚାପରେ କ୍ୟାବିନେଟ ସଚିବ ଏ ବିଷୟରେ ଆଲୋଚନା କରିବାକୁ ଯାଉଛନ୍ତି।

ଅଧିକ ପଢ଼ନ୍ତୁ: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଭେଟି, ବଢ଼ିଲା ମହଙ୍ଗା ଭତ୍ତା

କେବେ ହେବ ମିଟିଂ:

ନଭେମ୍ବର ଶେଷରେ, କେନ୍ଦ୍ର ସରକାର ୧୮ ମାସର ବକେୟା DAର ଆଲୋଚନା ପରେ ନିଷ୍ପତ୍ତି ନେଇପାରନ୍ତି। DA ବକେୟା ସମ୍ପର୍କରେ କ୍ୟାବିନେଟ୍‌ ସଚିବଙ୍କ ସହ ଆଲୋଚନା ପାଇଁ ସମୟ ସ୍ଥିର କରାଯାଇଛି। କିନ୍ତୁ ବକେୟା ଅର୍ଥ ଦେବାକୁ ସରକାର ରାଜି ହୋଇଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ତେବେ ପୂର୍ବରୁ ସରକାର ଏ ବାବଦରେ ମନା କରିଥିଲେ।

Advertisment

କେବେଠୁ ମିଳିନି ଟଙ୍କା:

କରୋନା ମହାମାରୀ କାରଣରୁ କେନ୍ଦ୍ର ସରକାର DA ବନ୍ଦ କରିଦେଇଥିଲେ। ପରେ ଜୁଲାଇ ୨୦୨୧ରୁ ଡିଏ ବୃଦ୍ଧି କରାଯାଇଥିଲା। କେନ୍ଦ୍ରୀୟ କର୍ମଚାରୀମାନେ ଜାନୁୟାରୀ ୨୦୨୦ ରୁ ଜୁନ୍ ୨୦୨୧ ପର୍ଯ୍ୟନ୍ତ ୩ କିସ୍ତିର ବକେୟା DR ପାଇ ନାହାଁନ୍ତି। ବର୍ତ୍ତମାନ DR ୧୧ ପ୍ରତିଶତ ରହିଛି। ଏହାରି ଭିତରେ ସରକାର ୧୮ ମାସ ଡିଏ ପାଇଁ କୌଣସି ଟଙ୍କା ଦେଇନାହାଁନ୍ତି। ସରକାର କହିଥିଲେ ଯେ ମହଙ୍ଗା ଭତ୍ତା ଫ୍ରିଜ୍ ହୋଇଯାଇଛି। ଜୁଲାଇ ୨୦୨୧ରୁ ଡିଏରେ ବୃଦ୍ଧି ଆରମ୍ଭ ହୋଇଥିଲା ଏବଂ ସରକାର ବର୍ତ୍ତମାନ ସମୟକ୍ରମେ DA ବୃଦ୍ଧି କରୁଛନ୍ତି।

କେତେ ମିଳିବ DA:

ସରକାରୀ କର୍ମଚାରୀ ତଥା ସରକାରୀ କ୍ଷେତ୍ରର କର୍ମଚାରୀ ତଥା ପେନ୍‌ସନ୍‌ଭୋଗୀଙ୍କୁ DA ଏବଂ DR ପ୍ରଦାନ କରାଯାଏ। ଏଥିରେ ଲେଭଲ୍ -୩ କର୍ମଚାରୀଙ୍କ ବକେୟା DA ୧୧,୮୮୦ ରୁ ୩୭,୫୫୪ ଟଙ୍କା ମଧ୍ୟରେ ରହିଛି। ସେହିପରି ଲେଭଲ୍ -୧୩ ଓ ୧୪ କର୍ମଚାରୀମାନେ ୧,୪୪,୨୦୦ ରୁ ୨,୧୮,୨୦୦ ଟଙ୍କା DA ବକେୟା ପାଇବେ।

Advertisment

ପରବର୍ତ୍ତୀ DA ବୃଦ୍ଧି କେବେ:

ସରକାରୀ କର୍ମଚାରୀମାନେ ଏହି ସମୟରେ ସେମାନଙ୍କର ଆଗାମୀ DA ବୃଦ୍ଧିକୁ ନେଇ ସୂଚନା ମାଗିଛନ୍ତି। DA ବୃଦ୍ଧି ଏବଂ ବର୍ତ୍ତମାନର ପାଟର୍ନ ଉପରେ କେନ୍ଦ୍ରର ନିଷ୍ପତ୍ତି ଆଧାରରେ ସରକାରୀ କର୍ମଚାରୀମାନେ ମାର୍ଚ୍ଚ ୨୦୨୩ରେ ସେମାନଙ୍କର ପରବର୍ତ୍ତୀ DA ବୃଦ୍ଧି ପାଇବାକୁ ଆଶା କରିଛନ୍ତି। ଖବର ଅନୁଯାୟୀ, ସପ୍ତମ ବେତନ ଆୟୋଗର ସୁପାରିଶକୁ ଆଧାର କରି କେନ୍ଦ୍ର DAକୁ ୩ ରୁ ୪ ପ୍ରତିଶତ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

DA Hike 7th Pay Commission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ