Advertisment

୨୦୨୩ ଯାଏ ‘Work From Home’ କରିବେ ଆଇଟି ସେକ୍ଟରର ଏହି କର୍ମଚାରୀ, ସରକାର ଦେଲେ ଅନୁମତି

ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ କାମ କରୁଥିବା IT କର୍ମଚାରୀଙ୍କ ୱାର୍କ ଫ୍ରମ୍‌ ହୋମ୍‌ ସମୟ ସୀମାକୁ ବଢ଼ାଇ ଦିଆଯାଇଛି। ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି।

ଅଦ୍ୟତନ ହୋଇଛି
Work From Home Rules

Work From Home Till 2023

Advertisment

ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର(Special Economic Zone-SEZ)ରେ କାମ କରୁଥିବା IT କର୍ମଚାରୀଙ୍କ ୱାର୍କ ଫ୍ରମ୍‌ ହୋମ୍‌(Work From Home) ସମୟ ସୀମାକୁ ବଢ଼ାଇ ଦିଆଯାଇଛି। ୨୦୨୩ , ଡିସେମ୍ବର ଯାଏ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ କାମ କରୁଥିବା IT କର୍ମଚାରୀ ଘରୁ ରହି କାମ କରିପାରିବେ କିମ୍ବା SEZ ବାହାରେ କୌଣସି ସ୍ଥାନରେ ରହି କାମ କରିବା ପାଇଁ ଅନୁମତି ମିଳିଛି। ବାଣିଜ୍ୟ ମନ୍ତ୍ରାଳୟ(Commerce Ministry) ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି। 

Advertisment

ଆସନ୍ତା ବର୍ଷ ଯାଏ SEZରେ କାମ କରୁଥିବା IT କର୍ମଚାରୀଙ୍କୁ କାମ କରିବା ପାଇଁ ଅନୁମତି ଦେବା ଲାଗି ସରକାର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରର ନିୟମରେ ସଂଶୋଧନ ଆଣିଛନ୍ତି। SEZ ଆଇନ୍‌ର ସଂଶୋଧିତ ନିୟମ 43A ଅନୁସାରେ, IT ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟାରେ କାମ କରୁଥିବା କର୍ମଚାରୀ, ଟ୍ରାଭେଲ୍‌ କରୁଥିବା କର୍ମଚାରୀ ଓ ଅଫ୍‌ସାଇଟ୍‌ରେ କାମ କରୁଥିବା କର୍ମଚାରୀଙ୍କୁ ୱାର୍କ ଫ୍ରମ୍‌ ହୋମ୍‌ କିମ୍ବା SEZ ବାହାରେ କୌଣସି ସ୍ଥାନରେ କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। 

ଅଧିକ ପଢ଼ନ୍ତୁ: ସରକାରଙ୍କ ବଡ଼ ନିଷ୍ପତ୍ତି : ୱର୍କ ଫ୍ରମ୍‌ ହୋମ୍‌ କର୍ମଚାରୀଙ୍କ ଆଇନଗତ ଅଧିକାର

Advertisment

ସୂଚନାଥାଉ କି, ଜୁଲାଇରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ ଠିକା କର୍ମଚାରୀ ଭାବେ କାମ କରୁଥିବା କର୍ମଚାରୀଙ୍କ ସମେତ ୫୦% କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ଅନୁମତି ପ୍ରଦାନ କରିଥିଲେ। ଆଉ ଏବେ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ ୱାର୍କ ଫ୍ରମ୍‌ ହୋମ୍‌ର ଅବଧିକୁ ଆଉ ବର୍ଷକ ପାଇଁ ବଢ଼ାଇ ଦିଆଯାଇଛି।  

ଗୁରୁବାର ଦିନ ବିଜ୍ଞପ୍ତି ଜାରି କରି  ବାଣିଜ୍ୟ ମନ୍ତ୍ରାଳୟ କହିଛି ଯେ, ଏକ ୟୁନିଟ୍ ଏହାର କର୍ମଚାରୀଙ୍କୁ ଘରୁ କିମ୍ବା SEZ ବାହାରେ ଯେକୌଣସି ସ୍ଥାନରୁ କାମ କରିବାକୁ ଅନୁମତି ଦେଇପାରିବେ। ନୂଆ ନିୟମରେ କୁହାଯାଇଛି ଯେ, ଏକ ୟୁନିଟ୍ କେବଳ ସେହି କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବେ, ଯେଉଁମାନେ WFH କିମ୍ବା SEZ ବାହାରେ ଯେକୌଣସି ସ୍ଥାନରୁ କାମ କରିବାକୁ ଅନୁମତି ମିଳିପାରିବ। ଆବଶ୍ୟକତା ଅନୁସାରେ, ଏହି ତାଲିକା ଡେଭଲପ୍‌ମେଣ୍ଟ କମିଶନରଙ୍କ ନିକଟରେ ଦାଖଲ କରିବେ। 

Advertisment
Work From Home Commerce Ministry Work From Home Rules
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ