Advertisment

ଗୁଗୁଲ୍ ମ୍ୟାପ୍‌ରେ ବଦଳିଲା ଦେଶର ନାଁ, ସର୍ଚ୍ଚ କଲେ ତ୍ରିରଙ୍ଗା ସହ ଆସୁଛି ‘ଭାରତ’

ଆପଣ ଗୁଗୁଲ୍ ମ୍ୟାପ୍‌ରେ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ ଲେଖନ୍ତୁ ଏଥିରେ କିଛି ଫରକ ପଡ଼ିବ ନାହିଁ। ଯଦି ଆପଣ ଭାରତକୁ ହିନ୍ଦୀ କିମ୍ବା ଇଂରାଜୀରେ ଲେଖନ୍ତି, ତେବେ ଗୁଗୁଲ ଆପଣଙ୍କୁ କେବଳ ‘ଇଣ୍ଡିଆ’ ଦେଖାଇବ। ଗୁଗୁଲ୍ ମ୍ୟାପ୍ସ ଉଭୟ ‘ଇଣ୍ଡିଆ’ ଏବଂ ଭାରତକୁ 'ଦକ୍ଷିଣ ଏସିଆର ଏକ ଦେଶ' ଭାବରେ ସ୍ୱୀକୃତି ଦେଇଛି ।

Bharat on Google Maps

Bharat on Google Maps

Advertisment

ନିକଟରେ ଦେଶର ନାମ ‘ଇଣ୍ଡିଆ’କୁ 'ଭାରତ' ରେ ପରିବର୍ତ୍ତନ କରିବାକୁ ସରକାର ସଙ୍କେତ ଦେଇଥିଲେ । ଯାହାକୁ ନେଇ ବହୁ ରାଜନୀତି ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ସରକାରୀସ୍ତରରେ ଦେଶର ନାମ ‘ଇଣ୍ଡିଆ’ରୁ ‘ଭାରତ’କୁ ପରିବର୍ତ୍ତନ କରାଯାଇନାହିଁ। କିନ୍ତୁ ଗୁଗୁଲ୍‌ ମ୍ୟାପ୍‌ ନୂଆ ନାମକୁ ସ୍ୱୀକାର କରିଛି। ବାସ୍ତବରେ, ଏହାର କାରଣ ହେଉଛି ଯଦି ଆପଣ ଗୁଗୁଲ୍ ମ୍ୟାପ୍‌ର ସର୍ଚ୍ଚ ବକ୍ସରେ ଭାରତ ଟାଇପ୍ କରନ୍ତି, ତେବେ ଆପଣ 'ଦକ୍ଷିଣ ଏସିଆର ଏକ ଦେଶ' ସହିତ ଏକ ତ୍ରିରଙ୍ଗା ପତାକା ଦେଖିବାକୁ ପାଇବେ।

Advertisment

ଆପଣ ଗୁଗୁଲ୍ ମ୍ୟାପ୍‌ରେ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ ଲେଖନ୍ତୁ ଏଥିରେ କିଛି ଫରକ ପଡ଼ିବ ନାହିଁ। ଯଦି ଆପଣ ଭାରତକୁ ହିନ୍ଦୀ କିମ୍ବା ଇଂରାଜୀରେ ଲେଖନ୍ତି, ତେବେ ଗୁଗୁଲ ଆପଣଙ୍କୁ କେବଳ ‘ଇଣ୍ଡିଆ’ ଦେଖାଇବ। ଗୁଗୁଲ୍ ମ୍ୟାପ୍ସ ଉଭୟ ‘ଇଣ୍ଡିଆ’ ଏବଂ ଭାରତକୁ 'ଦକ୍ଷିଣ ଏସିଆର ଏକ ଦେଶ' ଭାବରେ ସ୍ୱୀକୃତି ଦେଇଛି । ତେଣୁ, ଯଦି ଉପଭୋକ୍ତାମାନେ ଗୁଗୁଲ୍‌ ମ୍ୟାପ୍‌ରେ ଭାରତର ଅଫିସିଆଲ୍ ମାନଚିତ୍ର ଦେଖିବାକୁ ଚାହାଁନ୍ତି, ତେବେ ସେମାନେ ଇଂରାଜୀ କିମ୍ବା ହିନ୍ଦୀରେ ‘ଇଣ୍ଡିଆ’ କିମ୍ବା ‘ଭାରତ’ ଲେଖି ଏହାକୁ ସର୍ଚ୍ଚ କରିପାରିବେ।

ଯଦି ଆପଣ ଗୁଗୁଲ୍ ମ୍ୟାପ୍ସର ହିନ୍ଦୀ ସଂସ୍କରଣରେ ଭାରତ ଟାଇପ୍ କରନ୍ତି, ତେବେ ଆପଣ ଭାରତର ମାନଚିତ୍ର ସହିତ ବୋଲ୍ଡରେ ‘ଭାରତ’ ଲେଖାଥିବା ଦେଖିବେ। ଏଥି ସହିତ, ଯଦି ଆପଣ ଗୁଗୁଲ୍ ମ୍ୟାପ୍‌ର ଇଂରାଜୀ ସଂସ୍କରଣକୁ ଯାଇ BHARAT ଲେଖନ୍ତି, ତେବେ ଆପଣ ଦେଶର ମାନଚିତ୍ର ସହିତ ‘ଇଣ୍ଡିଆ’ ଲେଖା ହୋଇଥିବା ଦେଖିବେ।

Advertisment

ତେବେ କେବଳ ଗୁଗୁଲ ମ୍ୟାପ୍ସରେ ନୁହେଁ, ଟେକ୍ କମ୍ପାନୀର ଅନ୍ୟ ପ୍ଲାଟଫର୍ମରେ ମଧ୍ୟ ଯଦି ଇଣ୍ଡିଆ କିମ୍ବା ଭାରତ ଲେଖାଯାଉଛି, ତେବେ ଏହାର ରେଜଲ୍ଟ ମଧ୍ୟ ସମାନ ଆସୁଛି। ଯଦି ଆପଣ ଗୁଗୁଲ୍ ସର୍ଚ୍ଚ, ଗୁଗୁଲ୍ ଟ୍ରାନ୍ସଲେଟର, ଗୁଗୁଲ୍ ନ୍ୟୁଜ୍ ଭଳି ଆପ୍‌ରେ ‘INDIA’ କିମ୍ବା ‘BHARAT’ ଲେଖନ୍ତି, ତେବେ ସେଠାରେ ମଧ୍ୟ ସମାନ ରେଜଲ୍ଟ ଆସୁଛି। ତେବେ ଏହି ନାମ ପରିବର୍ତ୍ତନକୁ ନେଇ ଏପର୍ଯ୍ୟନ୍ତ ଗୁଗୁଲ୍‌ ପକ୍ଷରୁ କୌଣସି ଅଫିସିଆଲ୍ ଷ୍ଟେଟ୍‌ମେଣ୍ଟ୍‌ ଆସିନାହିଁ।

Google Maps India News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ