Advertisment

ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କୁ ଏଣିକି ଗୁଗୁଲ କହିବ ଭୁକମ୍ପ କେବେ ?

ଗୁଗୁଲ ଦୁଇ ପ୍ରକାର ଆଲର୍ଟ କରିଥାଏ । ଗୋଟିଏ ହେଲା, ସାବାଧାନ ରୁହ ଓ ଅନ୍ୟଟି ଆକ୍ସନ ନିଅ ।

ଅଦ୍ୟତନ ହୋଇଛି
Google Earthquake

Google Earthquake

Advertisment

ଡିଜିଟାଲ ଦୁନିଆରେ ସବୁଠୁ ଆଗରେ ଥିବା ଗୁଗୁଲ ଏବେ ଲୋକଙ୍କ ସୁବିଧା ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛି । ଏଣିକି ଭୁକମ୍ପ ପୂର୍ବରୁ ଗୁଗୁଲ ଦେବ ସଙ୍କେତ । ଅର୍ଥାତ୍‌ ଗୁଗୁଲରୁ ଜାଣି ହେବ ଭୁକମ୍ପ ସମ୍ପର୍କିତ ସୂଚନା । ବୁଧବାର ଭାରତରେ ଭୂକମ୍ପ ସତର୍କ ସୂଚନା ପ୍ରଣାଳୀ ଆରମ୍ଭ କରିଛି ଗୁଗୁଲ । ପ୍ରତ୍ୟେକ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ।

Advertisment

ଭୂକମ୍ପ ହେବା ମାତ୍ରେ ସଙ୍କେତ ପାଇବେ ଆଣ୍ଡ୍ରଏଡ୍ ଉପଭୋକ୍ତା । ଯାହାଫଳରେ ସେମାନେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଯାଇ ନିଜ ଜୀବନ ବଞ୍ଚାଇପାରିବେ । ଆଉ ପରିବାର ଲୋକଙ୍କ ଜୀବନ ମଧ୍ୟ ରକ୍ଷା କରିପାରିବେ । ଏହାଦ୍ୱାରା ଅନେକ ଧନଜୀବନ ହାନୀ ହେବାରୁ ରକ୍ଷା ପାଇପାରିବ ବୋଲି ଆଶା କରାଯାଉଛି ।

ଭାରତରେ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବା NDMA ଓ ଜାତୀୟ ଭୂକମ୍ପ କେନ୍ଦ୍ର NSCର ମିଳିତ ପରାମର୍ଶ ପରେ ଏହି ପ୍ରଣାଳି ଲାଗୁ କରିଛି ଗୁଗୁଲ ।

Advertisment

ଭୂକମ୍ପ ଚିହ୍ନଟ ଏବଂ ପୂର୍ବାନୁମାନ କରିବା ପାଇଁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଏକ ସ୍ୱତନ୍ତ୍ର ସେନ୍ସର ବ୍ୟବହାର କରାଯାଇଛି । ପ୍ରତ୍ୟେକ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ରେ ଏକ କ୍ଷୁଦ୍ର ଆକ୍ସିଲେରୋମିଟର ରହିଛି ଯାହା ଏକ ମିନି ସେସମୋମିଟର ଭାବରେ କାର୍ଯ୍ୟ କରିପାରିବ । ଯେତେବେଳେ ଫୋନ୍‌କୁ ଚାର୍ଜିଂରେ ବସାଯିବ, ସେତେବେଳେ ଏହା ସମ୍ଭାବ୍ୟ ଭୂକମ୍ପକୁ ଚିହ୍ନଟ କରିପାରିବ ।

ଗୁଗୁଲ ଦୁଇ ପ୍ରକାର ଆଲର୍ଟ କରିଥାଏ । ଗୋଟିଏ ହେଲା, ସାବାଧାନ ରୁହ ଓ ଅନ୍ୟଟି ଆକ୍ସନ ନିଅ ।

Advertisment

କମ୍ପାନୀ ଏକ ବ୍ଲଗରେ କହିଛି ଯେ NDMA ଏବଂ NSC ସହିତ ପରାମର୍ଶ କରି ଆମେ ଭାରତରେ ଆଣ୍ଡ୍ରଏଡ୍ ଭୂକମ୍ପ ଆଲର୍ଟ ସିଷ୍ଟମ୍ ଆରମ୍ଭ କରୁଛୁ। ଏହା ମାଧ୍ୟମରେ, ଆମର ପ୍ରୟାସ ହେଉଛି ଆଣ୍ଡ୍ରଏଡ୍ ଉପଭୋକ୍ତାମାନଙ୍କୁ ସେମାନଙ୍କ ଅଞ୍ଚଳରେ ଭୂକମ୍ପ ବିଷୟରେ ପ୍ରଥମେ ସଚେତନତା ପ୍ରଦାନ କରିବା ।

କମ୍ପାନୀ ଅନୁଯାୟୀ, ଏହି ସେବା ଆସନ୍ତା ସପ୍ତାହରେ ଆଣ୍ଡ୍ରଏଡ୍ -୫ ଏବଂ ପରବର୍ତ୍ତୀ ସଂସ୍କରଣ ଗୁଡ଼ିକରେ ଉପଲବ୍ଧ ହେବ।

Earthquake Android
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ