Advertisment

ଆଜିଠୁ ପ୍ଲେ ଷ୍ଟୋର୍‌ର ସବୁ କଲ ରେକର୍ଡିଂ ଆପ୍ ବ୍ୟାନ୍

ଏହି ପରିବର୍ତ୍ତନ ଦ୍ୱାରା ତୃତୀୟ ପକ୍ଷ ଆପ୍‌ ଗୁଡିକ ପ୍ରଭାବିତ ହେବ।

Google Play Store

Google Play Store

Advertisment

ଆଜିଠୁ ପ୍ଲେ ଷ୍ଟୋର୍‌ର ସବୁ କଲ ରେକର୍ଡିଂ ଆପ୍ ବ୍ୟାନ୍। ଏନେଇ ଗତ ମାସରେ ଘୋଷଣା କରାଯାଇଥିଲା, ଆଉ ଗୁଗଲ ପ୍ଲେ ଷ୍ଟୋରର ପଲିସି ଅନୁସାରେ ୧୧ ତାରିଖ ଅର୍ଥାତ ଆଜିଠୁ କଲ ରେକର୍ଡିଂ ଆପ ନିଷେଧ ହୋଇଛି। ତେବେ ଫୋନ୍‌ରେ ଇନ୍‌ ବିଲ୍ଟ କଲ୍ ରେକର୍ଡିଂରେ କୌଣସି ପରିବର୍ତ୍ତନ କରାଯାଇନି।

Advertisment

ଗତମାସରେ ଗୁଗଲ ପକ୍ଷରୁ ତାର ପ୍ଲେ ଷ୍ଟୋରରେ ଥିବା ସମସ୍ତ କଲ ରେକର୍ଡିଂକୁ ବ୍ୟାନ କରାଯିବା ସମ୍ପର୍କରେ ଘୋଷଣା କରାଯାଇଥିଲା। ଆମେରିକାର କୁପରଟିନୋସ୍ଥିତ ଏହି ପ୍ରଯୁକ୍ତି କମ୍ପାନୀ ଦୀର୍ଘ ବର୍ଷ ହେଲା କଲ ରେକର୍ଡିଂ ଆପ୍ ଓ ସେବା ବନ୍ଦ କରିବା ସପକ୍ଷରେ ଯୁକ୍ତି ବାଢିଥିଲା। କମ୍ପାନୀର କହିବା କଥା ଅନୁଯାୟୀ, କଲ ରେକର୍ଡିଂ କରାଯିବା ଦ୍ୱାରା ବ୍ୟବହାରୀକାରୀଙ୍କ ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଘଂନ କରାଯାଉଛି।

ଏହି କାରଣରୁ ଗୁଗଲର ନିଜସ୍ୱ ଡାଏଲର ଆପ୍‌ରେଥିବା କଲ ରେକର୍ଡିଂ ଫିଚର୍‌ରେ ଜଣାଇଦିଆଯାଉଛି ଯେ ଏହି କଲ୍‌କୁ ବର୍ତ୍ତମାନ ରେକର୍ଡ କରାଯାଉଛି। ଦୁଇପକ୍ଷ କଥା ହେବାସମୟରେ ଯଦି ରେକର୍ଡିଂ କରାଯାଏ ତେବେ ଏହି ସତର୍କ ସୂଚନା ଉଭୟ ପକ୍ଷ ଶୁଣିପାରିବେ। 

Advertisment

ଗୁଗଲ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ ଏହି ପରିବର୍ତ୍ତନ ଦ୍ୱାରା ତୃତୀୟ ପକ୍ଷ ଆପ୍‌ ଗୁଡିକ ପ୍ରଭାବିତ ହେବ। ଅର୍ଥାତ୍ ଗୁଗଲ ଡାଏଲରେ ଥିବା କଲ ରେକର୍ଡିଂ ସୁବିଧା ଯେଉଁ ଅଚଳରେ ଯୋଗାଇ ଦିଆଯାଉଥିବା ସେବା ଅଥବା ହ୍ୟାଣ୍ଡସେଟରେ ପୂର୍ବଭଳି ଉପଲବ୍ଧ ରହିବ। 

Google Play Store Call Recording
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ