Advertisment

ଗୃହ ନିର୍ମାଣକାରୀଙ୍କ ପାଇଁ ଖୁସି ଖବର! ଅଗଷ୍ଟ ୩୧ ଯାଏଁ ଗୃହ ଋଣ ପାଇଁ ପ୍ରୋସୋସିଂ ଫି ଛାଡ କଲା SBI

ଗ୍ରାହକଙ୍କ ସୁବିଧା ପାଇଁ ଏସବିଆଇ ସବୁବେଳେ କିଛି ନା କିଛି ଅଫର ଆଣିଥାଏ । ଭାରତର ସର୍ବବୃହତ ଋଣଦାତା, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକମାନଙ୍କ ପାଇଁ ଆଣିଛି ନୂଆ ଧମାକା ଅଫର । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଗୃହ ଋଣ ଉପରେ ପ୍ରୋସୋସିଂ ଫି ଛାଡ କରିବ ବୋଲି ଘୋଷଣା କରିଛି । ଅଗଷ୍ଟ ଶେଷ ଯାଏଁ ଗ୍ରାହକଙ୍କୁ ଆଉ ଏହି ଅର୍ଥ ପୈଠ କରିବାକୁ ପଡିବନାହିଁ। ଏନେଇ SBI ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
ଗୃହ ନିର୍ମାଣକାରୀଙ୍କ ପାଇଁ ଖୁସି ଖବର! ଅଗଷ୍ଟ ୩୧ ଯାଏଁ ଗୃହ ଋଣ ପାଇଁ ପ୍ରୋସୋସିଂ ଫି ଛାଡ କଲା SBI

home loan

Advertisment

ନୂଆଦିଲ୍ଲୀ: ଗ୍ରାହକଙ୍କ ସୁବିଧା ପାଇଁ ଏସବିଆଇ ସବୁବେଳେ କିଛି ନା କିଛି ଅଫର ଆଣିଥାଏ । ଭାରତର ସର୍ବବୃହତ ଋଣଦାତା ବ୍ୟାଙ୍କ୍ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକମାନଙ୍କ ପାଇଁ ଆଣିଛି ବମ୍ପର ଅଫର । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଗୃହ ଋଣ ଉପରେ ପ୍ରୋସୋସିଂ ଫି ଛାଡ କରିବ ବୋଲି ଘୋଷଣା କରିଛି । ଅଗଷ୍ଟ ଶେଷ ଯାଏଁ ଗ୍ରାହକଙ୍କୁ ଆଉ ଏହି ଅର୍ଥ ପୈଠ କରିବାକୁ ପଡିବନାହିଁ ବୋଲି ସୂଚନା ମିଳିଛି । ଏନେଇ SBI ପକ୍ଷରୁ ଶନିବାର ଦିନ ସୂଚନା ଦିଆଯାଇଛି। ବ୍ୟାଙ୍କର କହିବାନୁସାରେ, ବର୍ତ୍ତମାନ ଗୃହ ଋଣ ଉପରେ ପ୍ରୋସେସିଂ ଫି’ ୦.୪୦ ପ୍ରତିଶତ ରହିଛି। ଏହି ମନସୁନ୍ ଧମାକା ଅଫର ଅଳ୍ପ ସୀମିତ ସମୟ ପାଇଁ ରହିଛି ଏବଂ ଏହି ଅଫର ଗ୍ରାହକଙ୍କ ପାଇଁ ବହୁତ ଫଳପ୍ରଦ ହେବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ଅଗଷ୍ଟ ପରେ ଗ୍ରାହକ ଏହି ଅଫରର ଲାଭ ଉଠାଇ ପାରିବେ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। SBI ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ଏସବିଆଇର ଗୃହ ଋଣ ପାଇଁ ସୁଧ ୬.୭୦ ପ୍ରତିଶତରୁ ଆରମ୍ଭ ହେଉଛି। ତେବେ ଘର ନେବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହାଠୁ ଅଧିକ ଭଲ ସୁଯୋଗ ଆଉ କିଛି ନାହିଁ ବୋଲି ଏସବିଆଇ ନିଜ ପ୍ରତିକ୍ରିୟାରେ କହିଛି। ବ୍ୟାଙ୍କର YONO ଆପ୍ ମାଧ୍ୟମରେ ଆବେଦନ ହୋଇଥିବା ଗୃହ ଋଣ ପାଇଁ ୫ ବିପିଏସ୍ ଅର୍ଥାତ୍ ୦.୦୫ ପ୍ରତିଶତ ରିହାତି ମିଳିବ । ଆଉ ଏହାରି ମଧ୍ୟରେ ଏସବିଆଇ YONO ଆପର ନୂଆ ସଂସ୍କରଣ ମଧ୍ୟ କରିଥିବା ନେଇ ସୂଚନା ମିଳିଛି । ଯେଉଁ ଗ୍ରାହକ ମାନେ YONO ଆପରେ ଲଗ୍ ଇନ୍ କରିବାକୁ ଚାହାଁନ୍ତି, ସେମାନେ ନିଜର ପଞ୍ଜୀକୃତ ମୋବାଇଲ୍ ଫୋନ୍ ନମ୍ବର ବ୍ୟବହାର କରିପାରିବେ । YONO ର ନୂତନ ପଞ୍ଜୀକରଣ ପାଇଁ ବ୍ୟାଙ୍କ କହିଛି ଯେ ଗ୍ରାହକଙ୍କୁ ସମାନ ମୋବାଇଲ୍ ନମ୍ବର ବ୍ୟବହାର କରିବାକୁ ପଡିବ ଯାହା ବ୍ୟାଙ୍କରେ ପଞ୍ଜିକୃତ ହୋଇଛି । ନଚେତ୍ ଆପଣଙ୍କୁ ବ୍ୟାଙ୍କରୁ ମିଳୁଥିବା ସୁବିଧା ମିଳିବ ନାହିଁ।

Advertisment
India SBI Home Loans To Be Cheaper
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ