Advertisment

ସାଧାରଣଜନତାଙ୍କ ପାଇଁ ଆଉ ଏକ ଖୁସି ଖବର ! ପେଟ୍ରୋଲ, ଡିଜେଲ ପରେ ଶସ୍ତା ହେବ ଖାଇବା ତେଲ !

ଖାଇବା ତେଲ ଉପରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ୨ ବର୍ଷ ପାଇଁ ସୋୟାବିନ୍‌ ଓ ସୂର୍ଯ୍ୟମୁଖି ତେଲର ଆମଦାନୀ ଉପରେ କଷ୍ଟମ ଡ୍ୟୁଟିକୁ ସରକାର ହଟାଇ ଦେଇଛନ୍ତି।

ଅଦ୍ୟତନ ହୋଇଛି
Edible oil prices may go down

Edible oil prices may go down

Advertisment

ଦୀର୍ଘ ଦିନ ପରେ ତୈଳ ଦରରୁ ଆଶ୍ୱସ୍ତି ମିଳିବା ପରେ ସାଧାରଣଜନତାଙ୍କ ପାଇଁ ଆଉ ଏକ ଖୁସି ଖବର। ଖାଇବା ତେଲ ଦାମ୍‌ ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି। ଖାଇବା ତେଲ ଉପରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ୨ ବର୍ଷ ପାଇଁ ସୋୟାବିନ୍‌ ଓ ସୂର୍ଯ୍ୟମୁଖି ତେଲର ଆମଦାନୀ ଉପରେ କଷ୍ଟମ ଡ୍ୟୁଟିକୁ ସରକାର ହଟାଇ ଦେଇଛନ୍ତି। 

Advertisment

ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲର କଷ୍ଟମ ଡ୍ୟୁଟି ମୁକ୍ତ ଆମଦାନୀକୁ କେନ୍ଦ୍ର ଅନୁମତି ପ୍ରଦାନ କରିଛି। ତେଣୁ ଭାରତୀୟ ବଜାରରେ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ ଦାମ୍‌ ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି। ବାର୍ଷିକ ୨୦ ଲକ୍ଷ MT ଅଶୋଧିତ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ ଆମଦାନୀକୁ ଅନୁମତି ପ୍ରଦାନ କରାଯାଇଛି। 

‌ଆଜିଠାରୁ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲର ଡ୍ୟୁଟି ମୁକ୍ତ ଆମଦାନୀ କରିହେବ। ଖାଇବା ତେଲର ଅହେତୁକ ଦାମ୍ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସକରାର ଟିକସ ଛାଡ୍‌ ନିଷ୍ପତ୍ତି ନେଇଛନ୍ତି। ଆବଶ୍ୟକତାର ୬୦% ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ ଭାରତ ଆମଦାନୀ କରେ। ମୁଖ୍ୟତଃ ୟୁକ୍ରେନରୁ ସୂର୍ଯ୍ୟମୁଖି ତେଲ ଆମଦାନୀ ହୁଏ। ତେବେ ଯୁଦ୍ଧ ପାଇଁ  ଅନେକ ଜିନିଷ ମହଙ୍ଗା ହେବାସହ ଏହାର ପ୍ରଭାବ ମଧ୍ୟ ପଡ଼ିଥିଲା।

Advertisment

ସୂଚନାଥାଉ କି, ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ଲିଟର ପିଛା ୮ ଟଙ୍କା  ଏକ୍ସାଇଜ୍ ଡ୍ୟୁଟି କମାଇ ଥିବାବେଳେ, ଡିଜେଲ ଉପରୁ ଲିଟର ପିଛା ୬ ଟଙ୍କା କମାଇଥିଲେ। ଫଳରେ  ପେଟ୍ରୋଲ ଓ ଡିଜେଲ ଦର ଶସ୍ତା ହୋଇଥିଲା।

Edible Oil Price Sunflower Oil Soyabean Oil
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ